ଆଦିବାସୀ ସେବା ସଂଘ ପକ୍ଷରୁ ମାଘେ ପରବ

ଆଦିବାସୀ ସେବା ସଂଘ ପକ୍ଷରୁ ମାଘେ ପରବ


#କଟକ(ଏନ୍‌.ଏମ୍‌.): ସ୍ଥାନୀୟ ସିଡିଏ ସେକ୍ଟର ୧୧ କାଠଯୋଡ଼ି କୂଳ ଗାଙ୍ଗୁଲି ବସ୍ତିରେ ଆଦିବାସୀ ସେବା ସଂଘ ପକ୍ଷରୁ ପାରମ୍ପରିକ ଭାବେ ଆଦିବାସୀ ସମ୍ପ୍ରଦାୟର ମାଘେ ପରବ ଉତ୍ସାହର ସହ ପାଳିତ ହୋଇ ଯାଇଛି । ଏହି ମାଘେ ପରବ ଉପଲକ୍ଷେ ଆଦିବାସୀ ପିଲାମାନଙ୍କ ନିମନ୍ତେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ହୋଇଥିଲା । ଏହି ଅବସରରେ ଆଦିବାସୀ ବାଦ୍ୟର ତାଳେତାଳେ ଦୁଇ ଦିନ ଧରି ଆୟୋଜିତ ଲୋକନୃତ୍ୟ କାର୍ଯ୍ୟକ୍ରମରେ ଯୁବକ ଯୁବତୀମାନେ ବେଶ ମସଗୁଲ ହୋଇପଡ଼ିଥିଲେ । ମାଘେ ପରବର ଉଦଯାପନୀ ଅବସରରେ ଗାଙ୍ଗୁଲି ବସ୍ତି ସେବା ସଂଘ ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିଲା । ବାପି ମୁର୍ମୁଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ଆବାହକ ଖଗେଶ୍ୱର ସେଠୀ, ସମ୍ମାନିତ ଅତିଥି ଭାବେ କବି ଅକ୍ଷୟ ରାଉଳ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିପ୍ରା ମହାନ୍ତି ପ୍ରମୁଖ ଯୋଗଦେଇ ଆଦିବାସୀମାନଙ୍କ ବହୁବିଧ ଉନ୍ନତି ନିମନ୍ତେ ସେମାନେ ଏକାଠି ହେବା ଉଚିତ ବୋଲି ମତପ୍ରକାଶ କରିଥିଲେ । ନିଜର ହକ ପାଇଁ ଲଢ଼େଇ କରିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ଏହି ଉତ୍ସବରେ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବସ୍ତି ବାସିନ୍ଦାଙ୍କ ପକ୍ଷରୁ ଗୋଲାପି ମୁଣ୍ଡା, ନିରୁ, ଚାମ୍ପିଆ, ବାସନ୍ତୀ ମୁଣ୍ଡା, ମୁନି ଚାତାର, ଶିବ ଲୁହାର, ରାଜା ନାଏକ, ବାପି ସୁଣ୍ଢି, ହଣ୍ଡପା ମୁଣ୍ଡା, ଶ୍ରୀଧର ମୁଣ୍ଡା, ଅମର ସିଂ ସାଇଁଆ, ବୁଦ୍ଧିଆ ଦିଜିମୁଣ୍ଡା, ତୁଳସୀ ମୁଣ୍ଡା, ବସନ୍ତ ସାଏ ପ୍ରମୁଖ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *