ଆଦିବାସୀ ବସ୍ତିରେ ବିଶିଷ୍ଟ ସାହିତ୍ୟିକ ତଥା ରାଜନୈତିଜ୍ଞ ଅନ୍ନଦା ପ୍ରସାଦ ରାୟଙ୍କ ଜୟନ୍ତୀ

ଆଦିବାସୀ ବସ୍ତିରେ ବିଶିଷ୍ଟ ସାହିତ୍ୟିକ ତଥା ରାଜନୈତିଜ୍ଞ ଅନ୍ନଦା ପ୍ରସାଦ ରାୟଙ୍କ ଜୟନ୍ତୀ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ପବିତ୍ର ମକର ସଂକ୍ରାନ୍ତି ତିଥିରେ କଟକ ବାଲି ସାହି ଆଦିବାସୀ ବସ୍ତିରେ ବିଶିଷ୍ଟ ସାହିତ୍ୟିକ ତଥା ରାଜନୈତିଜ୍ଞ ଅନ୍ନଦା ପ୍ରସାଦ ରାୟଙ୍କ ୮୫ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଆସିବାସୀ ପରମ୍ପରା ଅନୁଯାୟୀ ମହା ସମାରୋହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ରାୟଙ୍କ ସ୍ମୃତିଚାରଣ କରିଥିଲେ । ବିଶିଷ୍ଟ ବସ୍ତି ନେତା ତଥା ସଂଗ୍ରାମୀ ସମାଜସେବୀ ବୃନ୍ଦାବନ ଦାସ ଆଜାଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବକ୍ତାମାନେ ସ୍ୱର୍ଗତ ରାୟଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ୱର୍ଗତ ରାୟ ବସ୍ତିବାସିନ୍ଦା ଏବଂ ଆଦିବାସୀ ଓ ଦଳିତଙ୍କ ସ୍ୱାର୍ଥପାଇଁ କରିଥିବା ସଂଘର୍ଷ ବିଷୟରେ ଆଲୋଚନା ହୋଇଥିଲା । ଏଥିରେ ଶ୍ରୀ ଆଜାଦଙ୍କ ବ୍ୟତୀତ ସର୍ବଶ୍ରୀ ମଦନ ସୋରେନ, ଶମ୍ଭୁନାଥ ହାଂସଦା, ଜଗତପତି ହାଂସଦା, ଦିପୁ ହାଂସଦା, ଲକ୍ଷ୍ମଣ ମୁର୍ମୁ, ମହେନ୍ଦ୍ର ହେମ୍ବ୍ରମ, ଶରତ ବିଶ୍ୱାଳ, ମୁନା ବିଶ୍ୱାଳ, ମଙ୍ଗୁ ବିଶ୍ୱାଳ, ଦୁଲି ମୁର୍ମୁ, ସାଧୁ ହେମ୍ବ୍ରମ, ଜସ୍ମୀନ ବିବି, ପାର୍ବତୀ ସୋରେନ, ତୁଳସୀ ସୋରେନ, ମାତି ମୁର୍ମୁ, ପାନ ମାରାଣ୍ଡି, ପ୍ରମୁଖ ଯୋଗଦେଇ କଟକରେ ସ୍ୱର୍ଗତ ରାୟ ଆଦିବାସୀମାନଙ୍କ ପରମ ପୂଜ୍ୟ ଥିଲେ ବୋଲି ମତପ୍ରକାଶ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *