ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ସିମିଳିହାଣ୍ଡ ଗ୍ରାମର ଦେବଦେବୀଙ୍କ ପୀଠକୁ ନିମନ୍ତ୍ରଣ

ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ସିମିଳିହାଣ୍ଡ ଗ୍ରାମର ଦେବଦେବୀଙ୍କ ପୀଠକୁ ନିମନ୍ତ୍ରଣ

News by Smruti Ranjan Tripathy (Choudwar)

#ଚୌଦ୍ୱାର(ଏନ୍‌.ଏମ୍‌.): ଅଯୋଧାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଅଯୋଧ୍ୟାରୁ ଅକ୍ଷତ ଚାଉଳ ଓ ନିମନ୍ତ୍ରଣ ପତ୍ର ବିଭିନ୍ନ ଦେବଦେବୀ ମନ୍ଦିରକୁ ପ୍ରଦାନ କରାଯାଉଛି । ଏହି ଅବସରରେ ଆଜି ଚୌଦ୍ୱାର ଥାନା ଅନ୍ତର୍ଗତ ସିମିଳିହାଣ୍ଡ ଗ୍ରାମରେ ରାଧାମାଧବ ମଠ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ମିଳିତ ଭାବେ କର୍ମକର୍ତ୍ତାମାନେ ଚଳିତ ମାସ ୨୨ତାରିଖରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ନିମନ୍ତ୍ରଣ ପତ୍ର ଓ ଅକ୍ଷତ ଚାଉଳ ବିଭିନ୍ନ ମନ୍ଦିରର ପୂଜକଙ୍କୁ ପ୍ରଦାନ କରିଥିଲେ । ମଠର କର୍ମକର୍ତ୍ତା ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କର୍ମକର୍ତ୍ତାମାନେ ସିମିଳିହାଣ୍ଡ ଅଞ୍ଚଳର ବିଭିନ୍ନ ସାହିର ଦେବାଦେବୀଙ୍କ ପୀଠରେ ପହଞ୍ଚି ଅକ୍ଷତ ଚାଉଳ ଓ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ । ସୀମିଲିହଣ୍ଡ ଗ୍ରାମର ମଠସାହିରୁ ହରିବୋଲ ହୁଳହୁଳି ସହିତ ହନୁମାନ ଚାଳିଶା, ଜୟ ଶ୍ରୀରାମ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା । ଆଧ୍ୟାତ୍ମିକ ପରିବେଶରେ ଆରମ୍ଭ ହୋଇ ପ୍ରଥମ ପର୍ଯ୍ୟାୟରେ ଜାଗୁଳାଇ ମନ୍ଦିର, ଭାଗବତ ଗୋସେଇଁ ମନ୍ଦିର, ମା’ ଭୁଆସୁଣୀ ମନ୍ଦିର, ରାମ ମନ୍ଦିର, ହନୁମାନ ମନ୍ଦିର, ମା’ ଦୁର୍ଗା ମନ୍ଦିର, ପରିଶେଷରେ ଗ୍ରାମର ବାଲୁଙ୍କେଶ୍ୱର ମନ୍ଦିରରେ ପହଞ୍ଚି ନିମନ୍ତ୍ରଣପତ୍ର ଓ ଅକ୍ଷତ ଚାଉଳ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରକାଶ ସାହୁ, ମାନସ ସାହୁ, ଯୁବେଶ ନାୟକ, ମଧୁସୂଦନ ନାୟକ, ବସନ୍ତ ପାତ୍ର, ରମେଶ ନାୟକ, ପ୍ରଦୀପ ବିଶ୍ୱାଳ, ବିକ୍ରମ ଦାସ, ଅମିୟ ମଳିକ, ପୂର୍ଣ୍ଣଚନ୍ଦ୍ର ନାୟକ, ଶ୍ରୀନିବାସ ସାହୁ, ସଦାନନ୍ଦ ନାୟକ, ବୁଦ୍ଧଦେବ ନାୟକ, ବିଜୟ ନାୟକ, ସଦାନନ୍ଦ ନାୟକ, ସୌଦାମିନି ଜେନା, ଜାନକୀ ଲେଙ୍କା, ମନ୍ଦାକିନୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ADVERTISEMENT

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *