ଅତିରିକ୍ତ ଏସ୍‌ପି ଓ ଡ଼ିଏସ୍‌ପିସ୍ତରରେ ଅଦଳବଦଳ

ଅତିରିକ୍ତ ଏସ୍‌ପି ଓ ଡ଼ିଏସ୍‌ପିସ୍ତରରେ ଅଦଳବଦଳ


କଟକ(ଏନ୍‌.ଏମ୍‌.): ଓଡ଼ିଶା ପୁଲିସରେ କାର୍ଯ୍ୟରତ ଅତିରିକ୍ତ ଏସ୍‌ପି ଓ ଡ଼ିଏସ୍‌ପି ସ୍ତରରେ ପଦୋନ୍ନତି ଦିଆଯାଇ ଆଜି ବଦଳି ହୋଇଛି । ଅତିରିକ୍ତ ଏସ୍‌ପି କେଦାରନାଥ ସାହୁଙ୍କୁ ଉଦଳାରୁ କମିଶନରେଟ ପୁଲିସ, ଅତିରିକ୍ତ ଏସ୍‌ପି ପ୍ରିୟରଞ୍ଜନ ଶତପଥୀଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟ, ଅତିରିକ୍ତ ଏସ୍‌ପି ତପନ କୁମାର ମହାନ୍ତିଙ୍କୁ ସମ୍ବଲପୁର, ଅତିରିକ୍ତ ଏସ୍‌ପି ଉମାଶଙ୍କର ମହାରଣାଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟ, ଅତିରିକ୍ତ ଏସ୍‌ପି ହରେଶ ଚନ୍ଦ୍ର ପାଣ୍ଡେଙ୍କୁ କେନ୍ଦ୍ରାପଡ଼ା, ଅତିରିକ୍ତ ଏସ୍‌ପି ଇନ୍ଦ୍ରମଣି ବେହେରାଙ୍କୁ କେନ୍ଦ୍ରାପଡ଼ା, ଅତିରିକ୍ତ ଏସ୍‌ପି ଶିଶୁରଞ୍ଜନ ମହାପାତ୍ରଙ୍କୁ ଢ଼େଙ୍କାନାଳ ଓ ଅତିରିକ୍ତ ଏସ୍‌ପି ଉଗ୍ରେସନ ପ୍ରଧାନଙ୍କୁ ସୁନ୍ଦରଗଡ଼ ଜିଲ୍ଲାକୁ ବଦଳି କରାଯାଇଥିବା ବିଜ୍ଞପ୍ତିରେ ଦର୍ଶା ଯାଇଛି । ଏଥିସହିତ ଡ଼ିଏସ୍‌ପି ରମେଶ ଚନ୍ଦ୍ର ମୁଖୀଙ୍କୁ କେଉଁଝର, ଡ଼ିଏସ୍‌ପି ଅନୁପ କୁମାର କାନୁନଗୋଙ୍କୁ ସ୍ପେଶାଲବ୍ରାଞ୍ଚ, ଡ଼ିଏସ୍‌ପି ଭବାନୀ ଶଙ୍କର ଉଦ୍‌ଗାତାଙ୍କୁ ଅନୁଗୋଳ ଏବଂ ଡ଼ିଏସ୍‌ପି ଦେବୀ ଶଙ୍କର ପ୍ରତାପଙ୍କୁ ଚାନ୍ଦବାଲିରେ ଅବସ୍ଥାପିତ କରାଯାଇଛି । ତୁରନ୍ତ ନୂତନ ସ୍ଥାନରେ ଯୋଗ ଦେବା ପାଇଁ ଏହି ବଦଳି ତାଲିକାରେ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *