ରାଜ୍ୟ ବଜେଟ ୨୦୨୩-୨୪ ରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମୁଖ୍ୟ ହାଇଲାଇଟ

ରାଜ୍ୟ ବଜେଟ ୨୦୨୩-୨୪ ରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମୁଖ୍ୟ ହାଇଲାଇଟ

ରାଜ୍ୟ ବଜେଟ ୨୦୨୩-୨୪ ରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମୁଖ୍ୟ ହାଇଲାଇଟ
୧ଲକ୍ଷରୁ ଅଧକ ମତ୍ସ୍ୟଜୀବୀ ଉପକୃତ ହେବେ : ମନ୍ତ୍ରୀ

News by Dillip Kumar Muduli (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ବଜେଟ ୨୦୨୨-୨୩ ଆର୍ôଥକ ବର୍ଷରେ ୧୬୭୪.୧୫ କୋଟି ଟଙ୍କାରୁ ୫.୭ ପ୍ରତିଶତ ବୃଦ୍ଧି ପାଇ ୨୦୨୩-୨୪ ରେ ୧୭୬୯.୨୯ କୋଟି ଟଙ୍କାରେ ପହଞ୍ଚିଛି । ଏହା ରାଜ୍ୟରେ ଚାଷୀମାନଙ୍କ ଆୟ ବହୁଗୁଣିତ କରିମତ୍ସ୍ୟଜୀବୀ ସମ୍ପ୍ରଦାୟ ଓ ପ୍ରାଣୀପାଳକଙ୍କ କଲ୍ୟାଣ ଦିଗରେ ସହାୟକ ହେବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମତପ୍ରକାଶ କରିଛନ୍ତି । ତେବେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନିଆଯାଇଛି । ରାଜ୍ୟର ମତ୍ସ୍ୟ କ୍ଷେତ୍ରର ଉନ୍ନତି ନିମନ୍ତେ ବିଗତ ୨୦୨୨ -୨୩ ମସିହାର ଥିବା ୫୫୨.୮୧ କୋଟି ଟଙ୍କାର ବଜେଟକୁ ୧୯.୭୬% ବୃଦ୍ଧି କରାଯାଇ ୨୦୨୩-୨୪ ଆର୍ôଥକ ବର୍ଷରେ ୬୬୨.୦୭କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି । ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ନାମରେ ଏକ ନୂତନ ରାଜ୍ୟ ଯୋଜନା ସୃଷ୍ଟି କରାଯାଇ ଏଥିରେ – ୧୭ଟି କମ୍ପୋନେଣ୍ଟ ବା କାର୍ଯ୍ୟକ୍ରମକୁ ଅନ୍ତର୍ଭୁକ୍ତ କରାଯାଇଛି, ଯେଉଁଥିରେ ୨୧୦ କୋଟିଟଙ୍କାର ବଜେଟ୍ ପ୍ରସ୍ତାବ ଦିଆଯାଇଛି । ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ୧୧୦୦୦ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ମିଶାଇ ମୋଟ ୫୦୦୦୦ ମତ୍ସ୍ୟଜୀବୀ ପ୍ରତ୍ୟେକ୍ଷ ଭାବେ ଏବଂ ପରୋକ୍ଷ ଭାବେ ୧ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ଉପକୃତ ହେବାର ଲକ୍ଷ୍ୟ ରଖାଯାଇଛି । ଗତ ଚାରି ବର୍ଷ ମଧ୍ୟରେ ଗ୍ରାମ ପଞ୍ଚାୟତ ପୋଖରୀରେ ବୈଜ୍ଞାନିକ ପଦ୍ଧତିରେ ମାଛଚାଷ ମାଧ୍ୟମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଉଲ୍ଲେଖନୀୟ ସଫଳତା ମିଳିଛି । ୧୩୦୦୦ ରୁ ଉର୍ଦ୍ଧ୍ୱ ମହିଳା ଗୋଷ୍ଠୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱବଲମ୍ବୀ ହୋଇପାରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାର ପ୍ରମୁଖ ଉପାଦାନ ଭାବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଗ୍ରାମ ପଂଚାୟତ ପୋଖରୀରେ, ଘରୋଇ ପୋଖରୀରେ ଓ ବାୟୋଫ୍ଲକ ପଦ୍ଧତିରେ ମାଛ ଚାଷ ନିମନ୍ତେ ୨୦୨୩-୨୪ ଆର୍ôଥକ ବର୍ଷରେ ୮୪.୪୭ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି ଯାହାକି ପୂର୍ବ ବର୍ଷ ତୁଳନାରେ ୧୧୬.୫ % ଅଧିକ ଅଟେ । ବାୟୋଫ୍ଲକ୍ ପଦ୍ଧତିରେ ସଘନ ମାଛଚାଷ ମାଧ୍ୟମରେ ନୂତନ ଜ୍ଞାନ କୌଶଳକୁ ପ୍ରୋତ୍ସାହିତ କରାଯାଉଛି । ୨୦୨୩-୨୪ ଆର୍ôଥକ ବର୍ଷରେ ୬୭୦୦ସଂଖ୍ୟକ ବାୟୋଫ୍ଲକ କୁଣ୍ଡରେ ମାଛଚାଷ ପାଇଁ ୧୮.୪୯କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସାମୁଦ୍ରିକ ଖାଦ୍ୟ ରପ୍ତାନି ହେଉଛି ସର୍ବାଧିକ ଲାଭଜନକ ଏବଂ ଅଭୂତପୂର୍ବ ଅଭିବୃଦ୍ଧି କ୍ଷେତ୍ର । ୨୦୨୧-୨୨ ବର୍ଷରେ ସାମୁଦ୍ରିକ ଖାଦ୍ୟ ରପ୍ତାନି ରୁ ୪୫୨୬ କୋଟି ଟଙ୍କା ଆୟ ହୋଇଥିବା ବେଳେ ଏହାକୁ ଆଗାମୀ ବର୍ଷରେ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖା ଯାଇଛି । ଜଳକୃଷି ଓ ଚିଙ୍ଗୁଡି ରପ୍ତାନି ପ୍ରୋତ୍ସାହନ ସେଲ ନାମରେ ନୂତନ ଯୋଜନା ମାଧ୍ୟମରେ ୨୦୨୩-୨୪ ବର୍ଷରେ ୨୪ କୋଟି ଟଙ୍କାର ବ୍ୟୟ ବରାଦ ରଖାଯାଇଛି । ଏହି ପଦକ୍ଷେପ ରାଜ୍ୟରେ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ ନିମନ୍ତେ ପ୍ରୋତ୍ସାହନ ପ୍ରଦାନ ସହ ଆମର ସାମୁଦ୍ରିକ ମାଛ ରପ୍ତାନିକାରୀଙ୍କ ରପ୍ତାନି ଦକ୍ଷତାକୁ ଆହୁରି ବୃଦ୍ଧି କରିବ । ବିରଳ ଅଲିଭ ରିଡ଼ଲେ ସାମୁଦ୍ରିକ କଇଁଛ ସୁରକ୍ଷା ନିମନ୍ତେ ରାଜ୍ୟରେ ଲାଗୁ ହେଉଥିବା ମାଛ ଧରା କଟକଣାରେ କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀ ପରିବାରଙ୍କୁ ୨୦୨୩-୨୪ ବର୍ଷରେ ଜୀବିକା ସହାୟତାକୁ ୭୫୦୦୦ ଟଙ୍କାରୁ ୧୫୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥିପାଇଁ ୨୪ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ତ୍ସ୍ୟ କ୍ଷେତ୍ରର ଭିତ୍ତିଭୂମି ବିକାଶ ପାଇଁ ୨୦୨୩-୨୪ ବର୍ଷରେ ୨୨୦ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି । ଏଠି ମଧ୍ୟରେ ସରକାରୀ ମତ୍ସ୍ୟଫାର୍ମର ବିକାଶ, ଖାରିଜଳ କ୍ଲଷ୍ଟରର ବିକାଶ, ନୂତନ ମତ୍ସ୍ୟ ଅବତରଣ କେନ୍ଦ୍ର ନିର୍ମାଣ ଏବଂ ସହକାରୀ ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଭବନ ନିର୍ମାଣ ଅନ୍ତର୍ଭୁକ୍ତ କରାଯାଇଛି । ମାଛ ଧରିବା ପାଇଁ ବର୍ଷ ସାରା ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ସୁବିଧାରେ ଯିବା ଆସିବା ନିମନ୍ତେ ପାରାଦୀପରେ ମହାନଦୀ ମୁହାଣ, ଅସ୍ତରଙ୍ଗରେ ଦେବୀନଦୀ ମୁହାଣକୁ ଖୋଳିବାକୁ ୨୦୨୩-୨୪ ବର୍ଷ ରେ ୨୦ କୋଟିଟଙ୍କା ର ବ୍ୟୟ ପ୍ରସ୍ତାବ ଦିଆଯାଇଛି । ଗତ ବର୍ଷ ଏ ବାବଦରେ କୌଣସି ବ୍ୟୟ ବରାଦ କରାଯାଇ ନଥିଲା । ଜନସାଧାରଣଙ୍କ ମଧ୍ୟରେ ମତ୍ସ୍ୟଚାଷ ପ୍ରତି ସଚେତନତା ବୃଦ୍ଧି ଏବଂ ମତ୍ସ୍ୟ କାର୍ଯ୍ୟାଳୟ ଗୁଡିକରେ ଡିଜିଟାଇଜେସନ୍ ସୃଷ୍ଟି ପାଇଁ ୨୦୨୩-୨୪ ବର୍ଷରେ ୨୦କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି, ଯାହାକି ପୂର୍ବ ବର୍ଷ ତୁଳନାରେ ଚାରି ଗୁଣ ଅଧିକ । ଜଳଭଣ୍ଡାରରେ ମାଛ ଉତ୍ପାଦନବୃଦ୍ଧି ତଥା ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି ସଦସ୍ୟଙ୍କ ଜୀବିକା ଉନ୍ନତି ପାଇଁ ୨୦୨୩-୨୪ ବର୍ଷରେ ୧୩୦ ଜଳଭଣ୍ଡାରରେ ୪ କୋଟି ଅଙ୍ଗୁଳିକା ମାଛ ଯାଆଁଳ ଛାଡିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ବାବଦରେ ୬.୬୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ମତ୍ସ୍ୟ କ୍ଷେତ୍ରର ସମନ୍ୱିତ ବିକାଶ ଏବଂ ପରିଚାଳନା ପାଇଁ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅଧୀନରେ ୧୮୦ କୋଟି ଟଙ୍କାର ଏକ ପ୍ରସ୍ତାବ ଦିଆଯାଇଛି ।
ପ୍ରାଣୀ ସମ୍ପଦ କ୍ଷେତ୍ରରେ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଇଛି । ରାଜ୍ୟରେ କୁକ୍କୁଟ ବିକାଶ କ୍ଷେତ୍ରରେ ୨୦୨୨-୨୩ ଆର୍ôଥକ ବର୍ଷର ବ୍ୟୟ ଅଟକଳ ୧୦୨ କୋଟି ଟଙ୍କା ତୁଳନାରେ ୫୪ ପ୍ରତିଶତ ବୃଦ୍ଧି ଘଟି ୨୦୨୩-୨୪ ଆର୍ôଥକ ବର୍ଷରେ ଏଥିପାଇଁ ୧୫୭ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଅଛି । ଏହା ରାଜ୍ୟର ପ୍ରାୟ ୩୫,୦୦୦ ପରିବାର ରୋଜଗାର ବୃଦ୍ଧିରେ ସହାୟକ ହେବ । ରାଜ୍ୟ ଯୋଜନା ଯୋଜନାରେ ସର୍ବନିମ୍ନ ସବସିଡି ବ୍ୟବସ୍ଥା ସମସ୍ତ ପ୍ରାଣିପାଳନ ଚାଷୀଙ୍କ ପାଇଁ ୪୦ ପ୍ରତିଶତରୁ ୫୦ ପ୍ରତିଶତ ଏବଂ ତଫସିଳଭୂକ୍ତ ଜାତି/ଜନଜାତି/ମହିଳା/ଟ୍ରାନ୍ସଜେଣ୍ଡର/ଦିବ୍ୟାଙ୍ଗ ଚାଷୀଙ୍କ ପାଇଁ ୬୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । କ୍ଷୁଦ୍ର ପ୍ରାଣୀ ବିକାଶ କ୍ଷେତ୍ରରେ ୨୮ କୋଟି ଟଙ୍କା ବଜେଟ୍ ବ୍ୟବସ୍ଥା ସହିତ ୩୦୦୦ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ପ୍ରତ୍ୟେକ୩୦+୨ ଛେଳି ପାଳନ କରିବା ପାଇଁ ଅର୍ଦ୍ଧ-ବ୍ୟବସାୟିକ ଛେଳିପାଳନ ୟୁନିଟ୍ ଏବଂ ୧୫୦୦ ଚାଷୀଙ୍କୁ ପ୍ରତ୍ୟେକ ୧୦+୧ ଛେଳି ୟୁନିଟ୍ ପ୍ରତିଷ୍ଠା ପାଇଁ ସହାୟତା ଯୋଗାଇ ଦିଆଯିବ । ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ୩ କୋଟି ଟଙ୍କା ବ୍ୟୟ ଅଟକଳ ସହିତ ରାଜ୍ୟରେ ୩୧୪ ଟି ପରିବାରକୁ “ମଇଁଷି ପାଳନ ପାଇଁ କୃଷକମାନଙ୍କୁ ସହାୟତା” ନାମକ ନୂତନ ଯୋଜନାରେ ପ୍ରତ୍ୟେକଙ୍କୁ ୨ ଗୋଟି କରି ମଇଁଷି ପାଳନ ପାଇଁ ସହାୟତା ଯୋଗାଇ ଦିଆଯିବ । ଜୈବିକ ଚାଷ ଏବଂ ସ୍ଥାୟୀ ଫସଲ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ଭର୍ମିକମ୍ପୋଷ୍ଟ (ଜିଆ ଖତ) ୟୁନିଟ୍ ପ୍ରତିଷ୍ଠା ପାଇଁ ସହାୟତା ଯୋଗାଇଦେବାକୁ ଏକ ନୂତନ କାର୍ଯ୍ୟକ୍ରମ କରାଯାଇଛି ଓ ଏଥି ପାଇଁ ୧୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ପ୍ରାଣୀ ସ୍ୱାସ୍ଥ୍ୟ ସେବାକୁ ପ୍ରଭାବଶାଳୀ କରିବା ପାଇଁ, ୨୯୬ ଗୋଟି ପ୍ରାଣୀ ଚିକିତ୍ସାଳୟର ଆଧୁନିକୀକରଣ ଓ ଭିତ୍ତିଭୂମି ଉନ୍ନୟନ ପାଇଁ ୨୦୨୩-୨୪ ଆର୍ôଥକ ବର୍ଷରେ ୧୯୪ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି । ପ୍ରାଣୀ ପାଳକ ଓ ସାଧାରଣ ଜନତାଙ୍କ ମଧ୍ୟରେ ପ୍ରାଣୀ ପାଳନ କ୍ଷେତ୍ରରେ ଅଧିକ ଉତ୍ପାଦନ ପାଇଁ ନୂଆ ଜ୍ଞାନକୌଶଳର ଉପଯୋଗ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ଓ ସେମାନଙ୍କୁ ଆବଶ୍ୟକୀୟ ସୂଚନା ଯୋଗାଇଦେବା ନିମନ୍ତେ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ (ଆଇଇସି) କାର୍ଯକ୍ରମ ପାଇଁ ବଜେଟ୍ ବ୍ୟବସ୍ଥା ତିନି ଗୁଣ ବୃଦ୍ଧି ପାଇ ୫ କୋଟି ଟଙ୍କାରୁ ୧୫ କୋଟି ଟଙ୍କାରେ ପହଞ୍ଚିଛି । ଉଚ୍ଚ ଜେନେଟିକ୍ କ୍ଷମତା ସମ୍ପନ୍ନ ଷଣ୍ଢଙ୍କ ଶୁକ୍ରାଣୁ ବ୍ୟବହାର ମାଧ୍ୟମରେ ଗୋ-ପ୍ରଜାତିର ଉନ୍ନତିକରଣ ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବାକୁ ଗୁରୁତ୍ୱ ପ୍ରଦାନ କରାଯାଉଛି । ‘ଲିଙ୍ଗ ନିରୂପିତ ଶୁକ୍ରାଣୁ (ସେକ୍ସ ସର୍ଟେଡ୍ ସିମେନ)’ ବ୍ୟବହାର କରି କୃତ୍ରିମ ପ୍ରଜନନ ମାଧ୍ୟମରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ଉଚ୍ଚ ଜେନେଟିକ୍ କ୍ଷମତା ସମ୍ପନ୍ନ ମାଈ ବାଛୁରୀ ଜନ୍ମ ହୋଇଥାନ୍ତି ଏବଂ ଏହା ଦ୍ୱାରା ଅଣ୍ଡିରା ବାଛୁରୀଙ୍କ ସଂଖ୍ୟା ହ୍ରାସ ପାଇ ଗୋପାଳକଙ୍କ ଉପରେ ଅଣ୍ଡିରା ବାଛୁରୀ ପାଳନର ଭାର ହ୍ରାସ ହୋଇଥାଏ । ଛେଳିଙ୍କ ଜେନେଟିକ ଉନ୍ନତିକରଣ ଓ ଅଧିକ ଉତ୍ପାଦନ ପାଇଁ ବ୍ଲାକ ବେଙ୍ଗଲ ଓ ଗଞ୍ଜାମ ପ୍ରଜାତି ପରି ସ୍ଥାନୀୟ ଜର୍ମପ୍ଳାଜ୍ମ ବ୍ୟବହାର କରି ରାଜ୍ୟରେ ଛେଳିଙ୍କ କୃତ୍ରିମ ପ୍ରଜନନ କାର୍ଯକ୍ରମ ଆରମ୍ଭ କରାଯାଇଛି । ଏହା ଛେଳିଛୁଆଙ୍କ ଓଜନ, ଶାଶିରୀକ ବୃଦ୍ଧିରେ ଉନ୍ନତି ଆଣି ଉତ୍ପାଦନ ବଢାଇବାରେ ସହାୟକ ହେବ ବୋଲି ସୂଚନା ଦିଆଯାଇଛି ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ