କଟକ(ଏନ୍.ଏମ୍.): ଆଜି କଟକ ଜିଲ୍ଲାର କରୋନା ସଂକ୍ରମଣ ସଂଖ୍ୟା ସମଗ୍ର ରାଜ୍ୟରେ ସର୍ବାଧିକ ରହିଛି । ଅନ୍ୟ ଜିଲ୍ଲା ଅପେକ୍ଷା କଟକ ଜିଲ୍ଲାରେ ଆଜି ୯୭୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ମହାନଗର ନିଗମ ଅଞ୍ଚଳରୁ ୩୮୩ଜଣ, ଗ୍ରାମାଞ୍ଚଳରୁ ୫୬୯ଜଣ ଏବଂ ଅନ୍ୟ ଜିଲ୍ଲାରୁ ୨୧ଜଣ ଅଛନ୍ତି । ସେହିପରି ଆଜି ୯୧୬ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି । ସହରରୁ ୫୯୭ଜଣ ଏବଂ ଗ୍ରାମାଞ୍ଚଳରୁ ୩୧୯ଜଣ ସୁସ୍ଥ ହୋଇଛନ୍ତି । ଆଜି ଗ୍ରାମାଞ୍ଚଳରୁ ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ଆଠଗଡ଼ରୁ ୫୪ଜଣ, ଆଠଗଡ ଏନଏସିରୁ ୯ଜଣ, ବଡମ୍ବାରୁ ୧୪ଜଣ, ବାଙ୍କୀରୁ ୩୭ଜଣ, ବାଙ୍କୀ ଏନଏସିରୁ ୫ଜଣ, ବାରଙ୍ଗରୁ ୪୬ଜଣ, ଚୌଦ୍ୱାରରୁ ୧୭ଜଣ, କଟକ ସଦରରୁ ୪୪ଜଣ, ଡମପଡାରୁ ୧୦ଜଣ, କଣ୍ଟାପଡାରୁ ୩୮ଜଣ, ମାହାଙ୍ଗାରୁ ୪୪ଜଣ, ନରସିଂହପୁର ୭୪ଜଣ, ନିଆଳିରୁ ୨୫ଜଣ, ନିଶ୍ଚିନ୍ତକୋଇଲିରୁ ୪୨ଜଣ, ସାଲେପୁରରୁ ୨୯ଜଣ, ଟାଙ୍ଗୀରୁ ୫୭ଜଣ ଏବଂ ତିଗିରିଆରୁ ୨୪ଜଣ ରହିଛନ୍ତି । ସେହିପରି ସିଏମସି ଅଞ୍ଚଳରେ ବାଦାମବାଡିରୁ ୪ଜଣ, ବିଡାନାସୀରୁ ୧୦ଜଣ, ନୂଆସାହିରୁ ୮ଜଣ, ବିଦ୍ୟାଧରପୁରରୁ ୮ଜଣ, ବକ୍ସିବଜାରରୁ ୫ଜଣ, ଜଗତପୁରରୁ ୯ଜଣ, ଝାଞ୍ଜିରୀମଙ୍ଗଳାରୁ ୫ଜଣ, ଯୋବ୍ରାରୁ ୯ଜଣ, କାଠଗଡାସାହିରୁ ୫ଜଣ, ଖାନନଗରରୁ ୪ଜଣ, ମହାନଦୀ ବିହାରରୁ ୮ଜଣ, ରାଣୀହାଟରୁ ୬ଜଣ, ଶେଖବଜାରରୁ ୫ଜଣ, ଶଙ୍କରପୁରରୁ ୪ଜଣ, ମର୍କତନଗରସେକ୍ଟର-୧୦ରୁ ୫ଜଣ, ସେକ୍ଟର-୭ରୁ ୧୦ଜଣ, ସେକ୍ଟର-୯ରୁ ୧୩ଜଣ, ତେଲେଙ୍ଗା ବଜାରରୁ ୬ଜଣ, ଥୋରିଆ ସାହିରୁ ୭ଜଣ, ତୁଳସୀପୁରରୁ ୧୪ଜଣ, ବାଉରୀ ସାହିରୁ ୪ଜଣ ଆକ୍ରାନ୍ତ ବାହାରିଛନ୍ତି । ଆଜି ସହରରୁ ଚିହ୍ନଟ ପଜିଟିଭଙ୍କ ମଧ୍ୟରେ ୧୩୭ଜଣ ସ୍ଥାନୀୟ ଅଞ୍ଚଳରୁ, ୧୯୦ଜଣ ହୋମ କ୍ୱାରେଣ୍ଟାଇନରୁ ଏବଂ ୫୬ଜଣ ସରକାରୀ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ଅଦ୍ୟାବଧି ସିଏମସି ଅଞ୍ଚଳରୁ ୨୭ହଜାର ୬୬୯ଜଣ ପଜିଟିଭ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ହଜାର ୬ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାରେ ମୋଟ ପଜିଟିଭଙ୍କ ସଂଖ୍ୟା ୫୧ ହଜାର ୧୭୩ରେ ପହଞ୍ଚିଥିବାବେଳେ ୧୫୧ଜଣଙ୍କର ମୃତ୍ୟୁ ହୋଇଛି ।