ମୁଣ୍ଡଳୀ ନିକଟ ମହାନଦୀରୁ ଧରାହେଲା ୩୫ କିଲୋଗ୍ରାମ ଓଜନର ବିରାଟ ମାଛ

ମୁଣ୍ଡଳୀ ନିକଟ ମହାନଦୀରୁ ଧରାହେଲା ୩୫ କିଲୋଗ୍ରାମ ଓଜନର ବିରାଟ ମାଛ

ମୁଣ୍ଡଳୀ ନିକଟ ମହାନଦୀରୁ ଧରାହେଲା ୩୫ କିଲୋଗ୍ରାମ ଓଜନର ବିରାଟ ମାଛ


କଟକ (ଏନ୍‌.ଏମ୍‌.): କଟକ ଜିଲ୍ଲା ମୁଣ୍ଡୁଳି ନିଟକରେ ଆଜି ମହାନଦୀରୁ ଏକ ବିରାଟକାୟ ମାଛ ଧରା ହୋଇଥିବା ଦେଖିବାକୁ ମିଳିଛି । ତେବେ ସେହି ମାଛଟିକୁ ଦେଖିବା ପାଇଁ ଅଞ୍ଚଳର ବହୁ ଲୋକ ସେଠାରେ ରୁଣ୍ଡ ହୋଇ ଯାଇଥିଲେ । ଏହି ମାଛର ଓଜନ ୩୫କିଲୋଗ୍ରାମରୁ ଉର୍ଦ୍ଧ୍ୱ ହୋଇଥିବା ଜଣାପଡ଼ିଛି ।
ଖବର ନେବାରେ ଜଣାପଡ଼ିଛି ଯେ, ମୁଣ୍ଡଳି ଆନିକଟ ନିକଟରେ ମତ୍ସ୍ୟଜୀବୀ ଭୀମସେନ ଦଳାଇ ଓ ସରୋଜ ଦଳାଇ ଗତକାଲି ରାତିରୁ ଏହି ଜାଲ ବିଛାଇଥିଲେ । ତେବେ ଆଜି ଭୋରୁ ଦେଖିବା ବେଳକୁ ଜାଲରେ ଏହି ବିରାଟ କାୟ ମାଛ ପଡ଼ିଥିବା ଦେଖିବାକୁ ପାଇଥିଲେ । ମାଛଟିକୁ ଉପରକୁ ଆଣିବାର ମାତ୍ର ୧ଘଣ୍ଟା ମଧ୍ୟରେ ଏହାକୁ କାଟି ଗ୍ରାହକମାନେ କିଣି ନେଇଥିଲେ । ଏହି ମାଛଟି ୧୪ହଜାର ଟଙ୍କାରେ ବିକ୍ରି ହୋଇଥିଲା । ତେବେ ଏହି ମାଛଟି ସାଲାଣ୍ଟ ପ୍ରଜାତିର ବୋଲି ଜଣେ ମତ୍ସ୍ୟଜୀବୀ କହିଛନ୍ତି । ଆଜକୁ ଦୀର୍ଘ ୧୦ଦିନ ଧରି ମହାନଦୀରୁ ୧୦ରୁ ୧୪କିଲୋଗ୍ରାମ ଓଜନର ବଡ଼ ବଡ଼ ରୋହି ଭାକୁର ଆଦି ଧରାଯାଉଥିବା ମାଛଧରାଳିମାନେ କହିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ