ମହାରାଜା ହଲ୍‌ରୁ ଓଡିଆ ଫିଲ୍ମ ହଟେଇବା ନେଇ ପ୍ରଯୋଜକ ଓ ହଲ୍ ମ୍ୟାନେଜର ମୁହାଁ ମୁହିଁ

ମହାରାଜା ହଲ୍‌ରୁ ଓଡିଆ ଫିଲ୍ମ ହଟେଇବା ନେଇ ପ୍ରଯୋଜକ ଓ ହଲ୍ ମ୍ୟାନେଜର ମୁହାଁ ମୁହିଁ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ମହାରାଜା ସିନେମା ହଲରୁ ହଟିଲା ଓଡ଼ିଆ ଫିଲ୍ମ ଡେଲିଭରି ବୟ । ହିନ୍ଦୀ ଫିଲ୍ମ ଚଲାଇବା ପାଇଁ ଓଡ଼ିଆ ଫିଲ୍ମ ହଟାଇ ଥିବା ଅଭିଯୋଗ ଆଣିଲେ ଡେଲିଭରି ବୟର ପ୍ରଯୋଜକ । ଆଜି ଭୁବନେଶ଼୍ୱର ପ୍ରେସ କ୍ଲବ ଠାରେ ଏକ ସାମ୍ବାଦିକ ସମ୍ବାଦିକ ସମ୍ମିଳନୀରେ ଡେଲିଭରୀ ବୟ ଚଳଚ୍ଚିତ୍ରର ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ, ସହ ପ୍ରଯୋଜକ ରଜତ ମିଶ୍ର ଡେଲିଭରୀ ବୟ ଭଲ ଚାଲିଥିବା ବେଳେ ମହାରାଜା ହଲ୍ ଆକ୍ରୋଶମୂଳକ ଭାବେ ଏହାର ପ୍ରଦର୍ଶନ ବନ୍ଦ କରିଥିବାରୁ ଘୋର ନିନ୍ଦା ପ୍ରକଟ କରିଥିଲେ । ଅପର ପକ୍ଷେ ଓଡିଆ ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ମହାରାଜା ହଲ୍ ମ୍ୟାନେଜର ପ୍ରଯୋଜକଙ୍କ ମନ୍ତବ୍ୟ ପାଇଁ ସିନେମା ହଟାଇଲୁ ବୋଲି ମତବ୍ୟକ୍ତ କରିଛନ୍ତି । ସିନେମା ସଫଳତାରର ସହ ଚାଲୁଥିବାବେଳେ ହଲରୁ କାହିଁକି ହଟିଲା ଚଳଚ୍ଚିତ୍ର, ଏନେଇ ମହାରାଜା ହଲ ନାଁରେ ଅଭଯୋଗ ଆଣିଛନ୍ତି ଡେଲିଭରି ବୟ ଚଳଚ୍ଚିତ୍ର ପ୍ରଯୋଜକ ଜ୍ୟୋତି ରଞ୍ଜନ ମହାନ୍ତି । ଫିଲ୍ମ ପାଇଁ ରାଜ୍ୟସରକାର ଟାକ୍ସ ଛାଡ଼ ଘୋଷଣା କରିଥିବା ବେଳେ ମହାରାଜା ପକ୍ଷରୁ ପ୍ରଥମ ତିନି ଦିନ କୌଣସି ଟାକ୍ସ ଛାଡ଼ କରାଯାଇନଥିବା ସେ କହିଛନ୍ତି । ଅନ୍ୟପଟେ ମହାରାଜା ହଲ ହେଉଛି ଦିବ୍ୟାଙ୍ଗ ହଲ ଯେଉଁଠି ସିନେମା ଚାଲିବା ପାଇଁ ଭିତ୍ତିଭୂମି ନାହିଁ । ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ନାହିଁ ଭଳି ପୂର୍ବରୁ ଗଣମାଧ୍ୟମରେ ମନ୍ତବ୍ୟ ଦେଇଥିଲେ ଫିଲ୍ମ ପ୍ରଯୋଜକ । ଏହି ମନ୍ତବ୍ୟକୁ ନେଇ ହଲରୁ ସିନେମା ହଟାଯାଇଥିବାବେଳେ ହଲ ସହ ୭ ଦିନ ପାଇଁ ହୋଇଥିବା ଚୁକ୍ତି ସରିବା ପରେ ୩ଦିନ ଅଧିକ ଚଲାଯାଇ ସିନେମାକୁ ହଟାଇ ଦିଆଯାଇଥିବା ମହାରାଜା ହଲ ପକ୍ଷରୁ କୁହାଯାଇଛି । ହଲ୍ ମ୍ୟାନେଜରଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଓଡ଼ିଆ ଫିଲ୍ମ ଡେଲିଭରୀ ବୟ ହୋଲ୍ଡ ଓଭର ଥିବା ବେଳେ କେଉଁ କାରଣରୁ ହଲ୍‌ରୁ ଚଳଚ୍ଚିତ୍ରଟିକୁ ଉଠାଗଲା ଏଥି ପାଇଁ ସିଣ୍ଡିକେଟ୍ ଓ ଆଇନ୍‌ର ଆଶ୍ରୟ ନିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜକ ଶ୍ରୀ ମହାନ୍ତି ଘୋଷଣା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *