ବିଧାୟକଙ୍କ ଦ୍ୱାରା ନୂତନ ଶ୍ରେଣୀ ଗୃହ ଉଦ୍ଘାଟନ

ବିଧାୟକଙ୍କ ଦ୍ୱାରା ନୂତନ ଶ୍ରେଣୀ ଗୃହ ଉଦ୍ଘାଟନ


#ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଳକ୍ ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତରେ ଥିବା କୟଳପଡ଼ା ପ୍ରାଥମିକ ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହକୁ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ତେବେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ବିଭିନ୍ନ ଯୋଜନା ସହ ଶୈଖିକ ବାତାବରଣ ସୃଷ୍ଟି କରି ଶିକ୍ଷାର ମାନ ବୃଦ୍ଧି କରିବା ସହ ବିଦ୍ୟାର୍ଥୀମାନଙ୍କ ଆକୃଷ୍ଟ ବଢୁଥିବାବେଳେ ଆଜି ଉକ୍ତ ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ପାଇଁ ୧୫ ଲକ୍ଷ ଟଙ୍କା ବ୍ୟୟରେ ଏହି ନୂତନ ଶ୍ରେଣୀ ଗୃହ ନିର୍ମିତ ହୋଇଛି । ତେବେ ଆଜିର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ସରପଞ୍ଚ ଶୈଳବାଳା ନାୟକ, ମୁଖ୍ୟବକ୍ତା ଭାବେ ସମିତି ସଭ୍ୟଙ୍କ ପ୍ରତିନିଧି ପ୍ରତାପ ସ୍ୱାଇଁ, ବିଦ୍ୟାଳୟର ଚେୟାରମ୍ୟାନ ବିକ୍ରମ ପରିଡ଼ା, ଭାଇସ ଚେୟାରମ୍ୟାନ ଅଞ୍ଜନା ସ୍ୱାଇଁ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜ୍ଞାନ ବିଶ୍ୱାଳ, ସହକାରୀ ଶିକ୍ଷକ ପଦ୍ମଲୋଚନ ଦାସ, ଅକ୍ଷୟ କୁମାର ନାୟକ, ପ୍ରଦୀପ ବିଶ୍ୱାଳ, ଯୁବ ସମାଜସେବୀ ପୀତାମ୍ବର ନାୟକ, ଶଙ୍କର୍ଷଣ ବେହେରା, ଲକ୍ଷ୍ମୀଧର ପଣ୍ଡା, ରବୀନ୍ଦ୍ର ପଣ୍ଡା, ସଚିନ୍ଦ୍ର ବେଉରା, ଆକୁଳ ଚନ୍ଦ୍ର ବେହେରା, ନାରାୟଣ ମଲ୍ଲିକ ପ୍ରମୁଖଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *