ନେତାଜୀ ଜୟନ୍ତୀରେ ବିଶାଳ ରକ୍ତଦାନ ଶିବିର

ନେତାଜୀ ଜୟନ୍ତୀରେ ବିଶାଳ ରକ୍ତଦାନ ଶିବିର


କଟକ(ଏନ୍‌.ଏମ୍‌.): ମହାନ ରାଷ୍ଟ୍ର ନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ ଅବସରରେ କଟକ ଓଡ଼ିଆ ବଜାର ନେତାଜୀ ସେବା ସଦନ ମେଡିକାଲ ଠାରେ ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ଆନୁଷ୍ଠାନିକ ଭାବେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଶୁଭାରମ୍ଭ କରିଥିଲେ । ଏଥିରେ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, ସିଏମସି ମେୟର ସୁବାଷ ସିଂହ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରଭାତ ରଞ୍ଜନ ବିଶ୍ୱାଳ, ସଂସ୍କୃତି ଓ ପଯ୍ୟଟନ କ୍ୟାବିନେଟ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, କଟକର ଜିଲ୍ଲାପାଳ ନରହରୀ ସେଠୀ, ସଂସ୍କୃତି ନିର୍ଦ୍ଦେଶକ, କେନ୍ଦ୍ରୀୟ ରେଡକ୍ରସର ନିର୍ଦ୍ଦେଶକ ଡକ୍ଟର ଚନ୍ଦ୍ରିକା ପ୍ରସାଦ ଦାସ ଓ ନିରାମୟ ଉପଦେଷ୍ଟା ଡ. ରଞ୍ଜନ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ଅନୁଷ୍ଠାନ ସଭାପତି ରାଜେନ୍ଦ୍ର କୁମାର ଚୌଧୁରୀ, ସାଧାରଣ ସମ୍ପାଦକ ଡକ୍ଟର ପ୍ରଶାନ୍ତ କୁମାର ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଶିବିର ପରିଚାଳିତ ହୋଇଥିଲା । କେନ୍ଦ୍ରୀୟ ରେଡକ୍ରସ ସହାୟତାରେ ୯୬ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏଥିରେ ଡାକ୍ତର ବିକାଶ କୁମାର ପ୍ରସାଦ, ଶୈଳେନ୍ଦ୍ର କୁମାର ସ୍ୱାଇଁ, ରାଜକିଶୋର ସାହୁ, କିଶୋର ଚନ୍ଦ୍ର ଓଝା, ସତ୍ୟନାରାୟଣ ମହାନ୍ତି, ରାଜକିଶୋର ବାଘ, ବିରଞ୍ଚି ମହାରଣା, ଡକ୍ଟର ସୌଦାମିନୀ ନାୟକ, ପୁଷ୍ପିତା ମହାପାତ୍ର, ଜିଆ ସରିଫ, ବିଜ୍ଞାନାନନ୍ଦ ମହାନ୍ତି, ପଙ୍କଜ କୁମାର ବେହେରା, ଗୀତାଞ୍ଜଳି ବେଉରିଆ, ସୟଦ ଜବିହୁଲ୍ଲା, ସସ୍ମିତା ପାହାଡ଼ସିଂ, ହୃଷିକେଶ ନନ୍ଦ, ପ୍ରକାଶ କର, ମନୋରମା ଦାଶ, ସୀମା ଦାଶ, ଉର୍ମିଳା ଚୌଧୁରୀ, ଜ୍ୟୋତିର୍ମୟ ଦାସ, ଜ୍ୟୋତି ଜୈନ, ଦୀପା ସେଠି ପ୍ରମୁଖ ଶିବିର ପରିଚାଳନାରେ ସହାୟତା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *