ଜର୍ଣ୍ଣାଲିଷ୍ଟ ଡେଭେଲପମେଣ୍ଟ କାଉନସିଲ ଅଫ ଇଣ୍ଡିଆ ଓ ରୋଟାରି କ୍ଲବ ପକ୍ଷରୁ ବୃକ୍ଷରୋପଣ ଅଭିଯାନ

ଜର୍ଣ୍ଣାଲିଷ୍ଟ ଡେଭେଲପମେଣ୍ଟ କାଉନସିଲ ଅଫ ଇଣ୍ଡିଆ ଓ ରୋଟାରି କ୍ଲବ ପକ୍ଷରୁ ବୃକ୍ଷରୋପଣ ଅଭିଯାନ


ଭୁବନେଶ୍ୱର (ଏନ୍‌.ଏମ୍‌.): ଜର୍ଣ୍ଣାଲିଷ୍ଟ ଡେଭେଲପମେଣ୍ଟ କାଉନସିଲ ଅଫ ଇଣ୍ଡିଆ (ଜେ .ଡି ସି .ଆଇ ) ସମଗ୍ର ଦେଶର ସାମ୍ବାଦିକ ମାନଙ୍କର ସମୂହ ସ୍ୱାର୍ଥ ସାଧନ ଓ ସାମଗ୍ରିକ କଲ୍ୟାଣ ପାଇଁ ଅଭିପ୍ରେତ ବୋଲି ଏହାର ଜାତୀୟ ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ତଥା ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ମତ ପ୍ରକାଶ କରିଛନ୍ତି । ଭାରତର ସମସ୍ତ ସାମ୍ବାଦିକ ସଂଘ ଏବଂ ସଂଗଠନ ଗୁଡିକର ଉର୍ଦ୍ଧରେ ରହି ଏହା କର୍ମରତ ସାମ୍ବାଦିକ ମାନଙ୍କୁ ଉଚିତ ମର୍ଯ୍ୟାଦା , ସାମାଜିକ ସ୍ୱୀକୃତି ଏବଂ ସରକାରୀ ସୁବିଧା ସୁଯୋଗ ପ୍ରଦାନ କରାଇବା ପାଇଁ ପ୍ରୟାସ କରିବ ବୋଲି ଶ୍ରୀ ଦ୍ୱିବେଦୀ ଘୋଷଣା କରିଛନ୍ତି । ଜେ.ଡି.ସି.ଆଇ ଏବଂ ରୋଟାରି କ୍ଲବ ରୟାଲ ତରଫରୁ ଏଠାକାର ବାଣୀବିହାର ପରିସର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ଦ୍ୱିବେଦୀ ସାମ୍ବାଦିକ ମାନେ ସେମାନଙ୍କର ପ୍ରକୃତ ନ୍ୟାୟ ହାସଲ ପାଇଁ ବହୁ ସଂଖ୍ୟାରେ ଯେଡ଼ିସିଆଇ ସହିତ ଯୋଡି ହେବାକୁ ଆହ୍ୱାନ ଜଣାଇଛନ୍ତି ।
ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସଭାରେ ସ୍ୱାଗତ ଭାଷଣ ପ୍ରଦାନ କରି ଓ.ୟୁ.ଡବ୍ଲୁ.ଜେ ର ଉପସଭାପତି ରଜନୀକାନ୍ତ ସାମନ୍ତରାୟ, ଜେ.ଡି.ସି.ଆଇ ମୁଖ୍ୟତଃ ସାମ୍ବାଦିକମାନଙ୍କର ଲୋଗୋ ଓ ଉପସର୍ଗକୁ ଚୂଡାନ୍ତ କରିବା ସହିତ ଓଡ଼ିଶାରେ ପ୍ରଥମ ଭାରତୀୟ ସାମ୍ବାଦିକ କଂଗ୍ରେସକୁ ଆହୂତ କରିବା ପାଇଁ ସୁଚାଇଥିଲେ । ବୈଠକକୁ ଟେଲି କନଫରେନସିଙ୍ଗ ଜରିଆରେ ସମ୍ବୋଧନ କରି ଜେ.ଡି.ସି.ଆଇ ଓଡିଶା ଶାଖାର ସଭାପତି ଗୋପାଳକୃଷ୍ଣ ମହାପାତ୍ର ସାମ୍ବାଦିକମାନଙ୍କର ବୃହତ୍ତର ଅଭ୍ୟୁଥାନକୁ ସାକାର କରିବା ପାଇଁ ତାଙ୍କ ସଂଗଠନର ସକ୍ରିୟ ଓ ସଚ୍ଚା ପ୍ରୟାସ ପ୍ରଶଂସନୀୟ ବୋଲି ଦର୍ଶାଇଥିଲେ । ସମାବେଶରେ ଉଦବୋଧନ ଦେଇ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୁତି ଭୂଷଣ କର ୧୯୪୭ ମସିହା ଦେଶ ସ୍ୱାଧୀନ ହେବା ସମୟରୁ ସାମ୍ବାଦିକତାକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ବୋଲି ଆଖ୍ୟା ଦିଆଯାଉଥିଲେ ସୁଦ୍ଧା ପ୍ରକୃତ ପକ୍ଷେ ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ବାଦିକମାନଙ୍କୁ ସେଭଳି କୌଣସି ସାମ୍ବିଧାନିକ ମାନ୍ୟତା ମିଳି ନଥିବା ନେଇ ଗଭୀର କ୍ଷୋଭ ପ୍ରକାଶ କରିଥିଲେ । ସାମ୍ବାଦିକମାନଙ୍କର ଆନୁଷ୍ଠାନିକ ନର୍ଯ୍ୟା ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଜେ.ଡି.ସି.ଆଇ ଉତ୍ସର୍ଗିକୃତ ସାଧନା ଓ ସଂଘର୍ଷ ଜାରି ରଖିବା ବୋଲି ଶ୍ରୀ କର ଉଲ୍ଲେଖ କରିଥିଲେ । ସଭାରେ ନିଜର ବକ୍ତବ୍ୟ ପ୍ରଦାନ କରି ଜେ.ଡି.ସି.ଆଇ ସେକ୍ରେଟେରୀ ଜେନେରାଲ ସନତ ମିଶ୍ର ଓଡ଼ିଶାର ସମସ୍ତ ସାମ୍ବାଦିକ ଭାଇ ଓ ଭଉଣୀ ମାନେ ଜେ.ଡି.ସି.ଆଇ ସହିତ ହାତ ମିଳେଇବାକୁ ନିବେଦନ କରିଥିଲେ । ବୈଠକରେ ରୋଟାରୀ କ୍ଲବ୍ ଅଫ ଭୂବନେଶ୍ୱର ରୟାଲକୁ ପ୍ରତିନିଧିତ୍ୱ କରି ସଭାପତି ଅଜୟ କୁମାର ପଟ୍ଟନାୟକ ଜେ.ଡି.ସି.ଆଇର ଲକ୍ଷ ଓ ଯୋଜନା ଗୁଡିକୁ ଫଳପ୍ରଦ କରିବା ଦିଗରେ ତାଙ୍କର କ୍ଲବ ପୁର୍ଣ୍ଣ ସହଯୋଗ କରିବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଖୁବ ଶୀଘ୍ର କେବଳ ସାମ୍ବାଦିକମାନଙ୍କ ପାଇଁ ଏକ ଚକ୍ଷୁ ଶିବିର ଆୟୋଜନ କରାଯାଉଥିବାର ସେ ସୂଚନା ପ୍ରଦାନ କରିଥିଲେ । ଏହି ସମାବେଶରେ ଜେ.ଡି.ସି.ଆଇର ସଦସ୍ୟ ସଞ୍ଜୟ ଦାସ, ପାର୍ଥ ସାରଥୀ ଜେନା, ନିମାଁଇ ଚରଣ ଦାସ, ପବିତ୍ର ମହାରଥା, ସନାତନ ଦଳବେହେରା, ପ୍ରଦ୍ୟୁମ୍ନ ଦାସ, ସୁଧୀର କୁମାର ପଣ୍ଡା, ପ୍ରିୟରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ରୋଟାରୀ କ୍ଲବ୍ ତରଫରୁ ସଭାପତି ଅଜୟ କୁମାର ପଟ୍ଟନାୟକ, ମିଡ଼ିଆ ସେଲ୍ ବିଭୂତି ଭୂଷଣ କର, ପୂର୍ବତନ ପ୍ରାନ୍ତପାଳ ରବିନାରାୟଣ ନନ୍ଦ, ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସାହୁ, ପିପି ପ୍ରଦୀପ କୁମାର ଦାସ, ସଞ୍ଜିତ୍ ଜେନା, ସ୍ମରଣ ମିଶ୍ର, ଦୀପକ ସେହଗଲ୍‌, ଇନର୍ ହୁଇଲ୍ କ୍ଲବ୍ ସଭାପତି କଳ୍ପନା ବିଶ୍ୱାଳ, ସଂପାଦକ ଲୋପାମୂଦ୍ରା ମିଶ୍ର, କୋଷାଧ୍ୟକ୍ଷା କାଦମ୍ବିନୀ ରଥ, ଡି ଆର ଆର୍ ସ୍ମୃତି ରଞ୍ଜନ ବିଶ୍ୱାଳ, ସାଗରିକା ସାମଲ ପ୍ରମୁଖ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ବିଭିନ୍ନ ପରିବେଶ ଉପଯୋଗୀ ବୃକ୍ଷ ରୋପଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *