ଜବର ଦଖଲ ଉଚ୍ଛେଦକୁ ନେଇ ଆତଙ୍କିତ ଅବସ୍ଥାରେ ଜଗତପୁର ଅଞ୍ଚଳର ଦୋକାନୀ

ଜବର ଦଖଲ ଉଚ୍ଛେଦକୁ ନେଇ ଆତଙ୍କିତ ଅବସ୍ଥାରେ ଜଗତପୁର ଅଞ୍ଚଳର ଦୋକାନୀ

News by Kanhucharan Panda (Jagatpur)

#କଟକ(ଏନ୍‌.ଏମ୍‌.): ଜଗତପୁର ୪୮ନମ୍ବର ୱାର୍ଡର ମହାନଦୀ ବ୍ୟାରେଜ ଛକ ଠାରୁ ବିରୂପା ବ୍ୟାରେଜ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଦୋକାନ ଗୁଡିକୁ ପ୍ରଶାସନ ପକ୍ଷରୁ ଆସନ୍ତା ୧୮ତାରିଖ ଦିନ ଉଚ୍ଛେଦ କରାଯିବ ବୋଲି ସିଏମସି ପକ୍ଷରୁ ନିର୍ଦ୍ଦେଶନାମା ବାହାରିବା ପରେ ଏବେ ଦୋକାନୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ଏହି ଅଞ୍ଚଳର ଦୋକାନୀମାନଙ୍କର ଏକ ଜରୁରୀ ବୈଠକ ଯୁବ ସଂଗଠକ ଚିତ୍ତରଞ୍ଜନ ମହାନ୍ତି ଓ ଲୋକନାଥ ଶତପଥୀଙ୍କ ଆବାହକତ୍ୱରେ ସ୍ଥାନୀୟ ବଟେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦେଢଶହରୁ ଉର୍ଦ୍ଧ୍ୱ ଦୋକାନୀମାନଙ୍କ ସହିତ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି କ୍ଷୁଦ୍ର ବ୍ୟବସାୟୀ ମାନଙ୍କର ସୁରକ୍ଷା ଓ ସ୍ଥାୟୀତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ରାସ୍ତାଦେଇ ଭାରିଯାନ ନିଷେଧ ଥିବା ବେଳେ “ମୋ ବସ’ ଏହି ରାସ୍ତା ଦେଇ ପ୍ରତ୍ୟେହ ଯିବା ଆସିବା କରୁଥିବାରୁ ଏହି ରାସ୍ତାକୁ ଉଚ୍ଛେଦ କରି ସମ୍ପ୍ରସାରିତ କରିବା ଉଦ୍ଦେଶ୍ୟରେ ପ୍ରଶାସନ ଏହି ଉଚ୍ଛେଦ ପ୍ରକ୍ରିୟା କରୁଥିବା ଜଣାପଡୁଛି । ଦୋକାନୀ ବା ବଜାର କମିଟିକୁ କୌଣସି ନୋଟିସ ବା ସୂଚନା ନଦେଇ ହଠାତ ଦୋକାନ ଘର ଭାଙ୍ଗିବାକୁ କ୍ଷୁଦ୍ର ବ୍ୟବସାୟୀମାନେ ନିନ୍ଦା କରିଛନ୍ତି । ପ୍ରଶାସନ ଦୋକାନ ଘର ଭାଙ୍ଗିବାର ଯଥେଷ୍ଟ ପୂର୍ବରୁ ସୂଚନା ଦେବା, ଦୋକାନୀ ମାନଙ୍କ ଥଇଥାନ ପାଇଁ ଭେଣ୍ଡିଙ୍ଗ ଜୋନ ଯୋଗେଇ ଦେବା, ଇତ୍ୟାଦି ଦାବି କରାଯାଇଛି । ୪୮ନମ୍ବର ୱାର୍ଡ କର୍ପୋରେଟରଙ୍କ ପ୍ରତିନିଧି ନାଗେଶ୍ୱର ବେହେରା ଯୋଗଦେଇ ଦୋକାନୀ ମାନଙ୍କୁ ସାନ୍ତ୍ୱନା ଦେବାସହ ରାସ୍ତାର ଉଭୟ ପାର୍ଶ୍ୱରେ ଦଶ ଫୁଟ ଲେଖାଏଁ ଉଚ୍ଛେଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ବୈଠକରେ ବରିଷ୍ଠ ମୁରବୀ ତ୍ରିଲୋଚନ ପଣ୍ଡା, ପୂର୍ବତନ କର୍ପୋରେଟର ଆଇନଜୀବୀ ନୀରୋଦ ଚନ୍ଦ୍ର ପଣ୍ଡା, ମହେନ୍ଦ୍ର ମହାନ୍ତି, ବିଶ୍ୱଜିତ ମହାନ୍ତି, କଟକ-ଚୌଦ୍ୱାର ବିକାଶ ପରିଷଦର ସଭାପତି ମାନସ ପରିଡା, ତାପସ ମହାନ୍ତି, ବିଜୟ ଭୂୟାଁ, ଫକୀର ଦଳାଇ, ତୀର୍ଥାନନ୍ଦ ପଣ୍ଡାଙ୍କ ସମେତ ରମେଶ ଚନ୍ଦ୍ର ଶରଣ, ଧୀରେନ୍ଦ୍ର ମହାନ୍ତି, ଜଗନ୍ନାଥ ଶତପଥୀ, ପ୍ରକାଶ ପଣ୍ଡା, ମହେନ୍ଦ୍ର ଶୁକ୍ଳ, ରମେଶ ସ୍ୱାଇଁ, ଗଗନ ଦଳାଇ, ଶରତ ସାହୁ, ଦେବକାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *