କୋଣାର୍କ ଠାରେ ତ୍ରିଦିବସୀୟ ରାଜ୍ୟସ୍ତରୀୟ ଗୋଷ୍ଠୀ ବେତାର କର୍ମଶାଳା

କୋଣାର୍କ ଠାରେ ତ୍ରିଦିବସୀୟ ରାଜ୍ୟସ୍ତରୀୟ ଗୋଷ୍ଠୀ ବେତାର କର୍ମଶାଳା

News by Ajit Kumar Mallick (Konark)

କୋଣାର୍କ(ଏନ୍‌.ଏମ୍‌.): କୋଣାର୍କ ସ୍ଥିତ ଯାତ୍ରୀନିବାସ ଠାରେ ରାଜ୍ୟସ୍ତରୀୟ ଗୋଷ୍ଠୀ ବେତାର କେନ୍ଦ୍ରମାନଙ୍କର କୌଶଳ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ତିନି ଦିନିଆ କର୍ମଶାଳାରେ ରାଜ୍ୟର ୧୫ ଟି ଗୋଷ୍ଠୀ ବେତାର କେନ୍ଦ୍ରରୁ ୩୦ ଜଣ ଗୋଷ୍ଠୀ ବେତାର ସାମ୍ବାଦିକ ଯୋଗ ଦେଇଥିଲେ । ୟୁନିସେଫ ସହାୟତାରେ ସାମାଜିକ ସଂଗଠନ ୟଙ୍ଗଇଣ୍ଡିଆ ଦ୍ୱାରା ଆୟୋଜିତ ଏହି କର୍ମଶାଳାରେ ରାଜ୍ୟ ଗୃହ ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେବା ସହିତ, ଗୋଷ୍ଠୀ ବେତାର ସାମ୍ବାଦିକମାନେ ଗୋଷ୍ଠୀର ଉନ୍ନତିରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ବୋଲି କହିଥିଲେ । ୟୁନିସେଫ୍‌ର ଯୋଗାଯୋଗ ପରାମର୍ଶ ଦାତା ଚକ୍ରଧର ସାହୁ ଏବଂ ବିପୁଲ ମାଲବୀୟ, ବରିଷ୍ଠ ବେତାର ପ୍ରସାରକ ଅଶୋକ କୁମାର ପାଣିଗ୍ରାହୀ, ରାଜ୍ୟ ଗୋଷ୍ଠୀ ବେତାର ମହାସଂଘ ସଭାପତି ଏସ୍‌.ଏ.ସଫିକ୍‌,ଜାତୀୟ ଗୋଷ୍ଠୀ ବେତାର ମହାସଂଘର ଉପସଭାପତି ଡକ୍ଟର ଶିଶିର କୁମାର ଦାଶ, ୟଙ୍ଗଇଣ୍ଡିଆର ସଭାପତି ଏନ୍‌.ଏ.ଶାହଃ ଅନ୍‌ସାରୀ ପ୍ରମୁଖ ଅତିଥିଭାବେ ଯୋଗଦେଇ ଗୋଷ୍ଠୀ ବେତାରର ଆବଶ୍ୟକତା ଓ ଯୁବ ଗୋଷ୍ଠୀର ଭୁମିକା ସଂପର୍କରେ ମତବ୍ୟକ୍ତ କରିଥିଲେ । ଏସ୍‌.ଏ.ସଫିକ୍ ଏହି ଅବସରରେ ସମାଜ ପରିବର୍ତ୍ତନ ନିମନ୍ତେ ଯୁବ ଗୋଷ୍ଠୀଙ୍କୁ ଅଧିକ କୁଶଳୀ କରିବା ବାଞ୍ଛନୀୟ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀ ଅନ୍‌ସାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ଡକ୍ଟର ଦାଶ ଗୋଷ୍ଠୀ ବେତାର କେନ୍ଦ୍ରର ସଂକଳ୍ପନା ଏବଂ ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ । ଏହା କିଭଳି ଲୋକମାନଙ୍କର ଜୀବନ ଶୈଳୀ ବଦଳାଇବା ସହିତ ଗୋଷ୍ଠୀର ଉନ୍ନତିରେ ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛି ସେ ସମ୍ପର୍କରେ ଆଲୋଚନା କରିଥିଲେ । ସେ ୟୁନିସେଫ୍‌ର ଯୋଗାଯୋଗ ପରାମର୍ଶ ଦାତା ଚକ୍ରଧର ସାହୁ ଗୋଷ୍ଠୀ ବେତାର ସାମ୍ବାଦିକମାନଙ୍କ ସହ ଆଲୋଚନା କରି କୋଭିଡ୍ ଟିକାକରଣ, ପିଲାଙ୍କ ନିୟମିତ ଟିକାକରଣ ଏବଂ ପ୍ରଥମ ୧ହଜାର ଦିନରେ ପିଲାଙ୍କର ମାନସିକ ଏବଂ ଶାରୀରିକ ବିକାଶ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିବା ସହିତ ଗୋଷ୍ଠୀ ବେତାର କେନ୍ଦ୍ର ମାନେ କିଭଳି ଭାବରେ ଜଣେ ସଚେତନତା ମୂଳକ କାର୍ଯ୍ୟକ୍ରମ କରିପାରିବେ ସେ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ଏହି ସଚେତନତା ଅଭିଯାନ ମାଧ୍ୟମରେ ଓଡିଶାର ୫୩ଟି ବ୍ଲକର ୫୦ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚିବାର ଲକ୍ଷ୍ୟ ରହିଛି । ରାଜ୍ୟ ଗୋଷ୍ଠୀ ବେତାର ମହାସଂଘର ସଭାପତି ଏସ୍‌. ଏ. ସଫିକ, ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାକୁ ୟଙ୍ଗଇଣ୍ଡିଆର ସଂଯୋଜକ ଅନ୍ଦାଜ ଆରନ, ଶିକ୍ଷାବିତ ପ୍ରତାପ ରାଉତ, ରୋଜାଲିନ୍ ପ୍ରଧାନ,ଏସ୍‌. କାଜଲ, ଅନୁପ ସାହୁ, ଜ୍ଞାନରଞ୍ଜନ ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *