କଟକ ରେଳ ଷ୍ଟେସନ ନବୀକରଣ ନରାଜ ଠାରେ ଦ୍ୱିତୀୟ ରେଳ ଷ୍ଟେସନ ନିର୍ମାଣ ନେଇ ରେଳ ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ

କଟକ ରେଳ ଷ୍ଟେସନ ନବୀକରଣ ନରାଜ ଠାରେ ଦ୍ୱିତୀୟ ରେଳ ଷ୍ଟେସନ ନିର୍ମାଣ ନେଇ ରେଳ ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ


ନୂଆଦିଲ୍ଲୀ (ଏନ୍‌.ଏମ୍‌.): କଟକ ରେଳ ଷ୍ଟେସନକୁ ଜାତୀୟ ରେଳ ଷ୍ଟେସନର ମାନ୍ୟଟା ଦିଆଯାଇଥିଲେ ବି ଏହାର କୌଣସି ବିକାଶ ହୋଇ ପାରିନାହିଁ । ଗତ ବର୍ଷ କେନ୍ଦ୍ର ସରକାର ଓଡ଼ିଶାର କଟକ, ବ୍ରହ୍ମପୁର, ଭଦ୍ରକ, ସମେତ ୧୧ଟି ରେଳ ଷ୍ଟେସନ ନବୀକରଣ କରିବାର ଘୋଷଣା କରିଥିଲେ ବି ଏହି କାର୍ଯ୍ୟ ଏବେ ସୁଦ୍ଧା ଆରମ୍ଭ ହୋଇନାହିଁ । ଗତ ମାର୍ଚ୍ଚ ମାସରେ ସାଂସଦ ସୁବାସ ସିଂହ ରେଳ ବଜେଟ ବ୍ୟୟ ମଞ୍ଜୁରୀ ବିଲରେ ଅଂଶ ଗ୍ରହଣ କରି ଏ ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ । ଶ୍ରୀ ସିଂହଙ୍କ ପ୍ରଶ୍ନର ଉତ୍ତର ଦେଇ ତତ୍କାଳୀନ ରେଳ ମନ୍ତ୍ରୀ ପିୟୁଷ ଗୋଏଲ କହିଥିଲେ ଯେ, ଜି. ପି .ଆର ପ୍ରସ୍ତୁତି ସରିଛି, ଖୁବ ଶୀଘ୍ର କାମ ଆରମ୍ଭ କରାଯିବ । କିନ୍ତୁ ୪ ମାସ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟ ଆରମ୍ଭ ହୋଇନାହିଁ । ଗତ ୫ ଦିନ ତଳେ ଖୋରଧା ଡିଭିଜନର ଅଧିକାରୀମାନେ କେବଳ ରେଳ ଷ୍ଟେସନ ବୁଲି ଯାଇଛନ୍ତି ।
ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାଂସଦ ସୁବାସ ସିଂହ ଓ ସାଂସଦ ମୁନା ଖାଁ ସାକ୍ଷାତ କରି ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ବାବି କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ.ସି. ବି. ମେଡିକାଲ କଲେଜକୁ ଏମ ପ୍ଲସ କରିବାକୁ ଘୋଷଣା କରି ୩୫୦୦ କୋଟି ଟଙ୍କାର ବ୍ୟୟ ବରାବରେ କାର୍ଯ୍ୟ ଜୋରଦାର ଚାଲିଛି । ଏକ ନୂତନ ବସଷ୍ଟାର ୧୦୦ କୋଟି ଟଙ୍କାର ବିନିମୟରେ ଆନ୍ତଃରାଜ୍ୟ ଟର୍ମିନାଲ ନିର୍ମାଣ କାର୍ଯ୍ୟ ଚାଲିଛି । ଏସସିବି ଏମ ପ୍ଲସ କାର୍ଯ୍ୟ ସରିଲେ, ପଡୋଶୀ ୫ ଗୋଟି ରାଜ୍ୟର ଲୋକମାନେ ଏହି ଉଚ୍ଚମାନର ଡାକ୍ତର ଖାନା ଉପରେ ନିର୍ଭର କରିବେ । କଟକ ହେଇଛି ପୁରାତନ ରାଜଧାନୀ ଏବଂ ଏହା ରାଜ୍ୟର ପ୍ରମୁଖ ଜିଲ୍ଲାମାନଙ୍କ ସହିତ ସ୍ଥଳ ପଥ ସହ ସଂଯୋଗ କରୁଅଛି । କଟକ ସହର ବିକାଶ ସାଙ୍ଗକୁ ନାରାଜ ଠାରେ ଦ୍ୱିତୀୟ ରେଳ ଷ୍ଟେସନ ପ୍ରତିଷ୍ଠା କରିବାକୁ ଦୁଇ ସଂସଦ ବାବି କରିଛନ୍ତି । କଟକ ସହରରେ ଓଡିଶା ଜଳ ଛାୟାଳୟ, ରେଭେନ୍ସା ବିଶ୍ୱ ବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ୱ ବିଦ୍ୟାଳୟ, ନ୍ୟସନାଲ ଲ’ ୟୁନିଭରସିଟି ନେସନାଲ ମୁଷିଲିମ ୟୁନିଭରସିଟି, ଇତ୍ୟାଦି ପ୍ରମୁଖ ଶିକ୍ଷାନୁଷ୍ଟାନ ଗଢି ଉଠିଛି । କଟକ ଦେଇ କୌଣସି ଅନ୍ତଃ ରାଜ୍ୟ ରେଳ ଯା’ ଆସ କରୁନାହିଁ । କେତେକ ଟ୍ରେନ ରାତ୍ରି ରହଣି କଟକରେ ହୋଇପାରିଲେ, ଯଥା କୋଣାର୍କ ଏକ୍ସପ୍ରେସ୍ ଓ ପ୍ରଶାନ୍ତି ଏକ୍ସପ୍ରେସ୍ କଟକରୁ ଗନ୍ତବ୍ୟ ସ୍ଥଳ ହୋଇପାରନ୍ତା । ଏହା ଛଡା ଆନ୍ତଃ ରାଜ୍ୟ ବଲାଙ୍ଗୀର, ରାଉରକେଲା, ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ ମଧ୍ୟ କଟକ ଦେଇ ଯାଉନାହିଁ ବୋଲି ସାଂସଦ ଶ୍ରୀ ସିଂହ ରେଳ ମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ । ଏ ନେଇ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ରେଳ ବିଭାଗର ଉଚ୍ଚ ଅଧିକାରୀମାନଙ୍କୁ ତୁରନ୍ତ ଏହି କାର୍ଯ୍ୟ ଗୁଡିକୁ ଅଗ୍ରାଧିକାର ଭିତ୍ତିରେ କରିବା ଓ କଟକ ରେଳ ଷ୍ଟେସନ ନବୀକରଣ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *