କଟକ ଜିଲ୍ଲା ଇପିଏଫ ଆସୋସିଏସନ୍‌ର ତୃତୀୟ ବାର୍ଷିକ ସମ୍ମିଳନୀ

କଟକ ଜିଲ୍ଲା ଇପିଏଫ ଆସୋସିଏସନ୍‌ର ତୃତୀୟ ବାର୍ଷିକ ସମ୍ମିଳନୀ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ଇପିଏଫ ପେନସନ ଆସୋସିଏସନ୍‌ର ତୃତୀୟ ବାର୍ଷିକ ସମ୍ମିଳନୀ ସଭାପତି ରାଜକିଶୋର ସ୍ୱାଇଁଙ୍କ ସଭାପତିତ୍ୱରେ ସ୍ଥାନୀୟ ଗାନ୍ଧୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପତାକା ଉତ୍ତୋଳନ କରିଥିଲା ବେଳେ,ସମ୍ମିଳନୀକୁ ଜାତୀୟ ଉପସଭାପତି ତଥା ରାଜ୍ୟ ସଂପାଦକ ଭାଗ୍ୟଧର ବ୍ରହ୍ମା ଉଦଘାଟନ କରି ସମ୍ବିଧାନର ୩୦୯ଧାରା ଅନୁସାରେ ସୁରକ୍ଷିତ ଓ ସଂଗଠିତ ପେନସନ ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ । ପେନସନ ବ୍ୟବସ୍ଥାରେ ଏବେ କର୍ମଚାରୀମାନଙ୍କୁ ସର୍ବନିମ୍ନ ପେନସନ ସହିତ ମହଙ୍ଗାଭତ୍ତା ପ୍ରଦାନ କରାଯାଉନାହିଁ । କେନ୍ଦ୍ରସରକାର ସର୍ବନିମ୍ନ ପେନସନ ୧ହଜାର ଟଙ୍କା ରୁ ୯ହଜାର ଟଙ୍କାକୁ ବୃଦ୍ଧି କରାନଯିବା ଯୋଗୁଁ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିଛି ବୋଲି କହିଥିଲେ । ସେ ପୁଣି କହିଥିଲେ ଯେ, ପେନସନ ବୃଦ୍ଧି ସହିତ ମହଙ୍ଗାଭତ୍ତା ପ୍ରଦାନ ନହେଲେ ଆନ୍ଦୋଳନ ବ୍ୟାପକ ହେବ । ସଂପାଦକ ବିନୋଦ ବେହେରା ସ୍ୱାଗତ ଭାଷଣ ପ୍ରଦାନ ଦେଇଥିବାବେଳେ ସହ ସଂପାଦକ ବୁଲେଇ ବେହେରା ସଂପାଦକୀୟ ବିବରଣୀ ପଠ କରିଥିଲେ । ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ, ସିଟୁ ନେତା ରବିନାରାୟଣ ମଲିକ ଏବଂ କୋରକମିଟି ସଦସ୍ୟ ସଚ୍ଚିଦାନନ୍ଦ ସାମନ୍ତରାୟ, ସରୋଜକାନ୍ତ ମଲ୍ଲିକ, ଗୀତାଞ୍ଜଳି ପାତ୍ର, ଉର୍ବଶୀ ମିଶ୍ର, ପୁରୀ ଜିଲ୍ଲା ସଂପାଦକ କଣ୍ଡୁରି ସୁବୁଦ୍ଧି, ଜିଲ୍ଲା ଉପଦେଷ୍ଟା ଇଂ. ବିଜୟ ନାୟକ, ବିକ୍ରମ ଛୋଟରାୟ ପମୁଖ ଉଦବୋଧନ ଦେଇଥିଲେ । ସଂପାଦକଙ୍କ ଦ୍ୱାରା ଆଗତ ୪ ଟି ପ୍ରସ୍ତାବ ପ୍ରତିନିଧିମାନଙ୍କ ଦ୍ୱାରା ଗୃହୀତ ହୋଇଥିଲା । ରାଜ୍ୟ ସଂପାଦକ ଅଂଶଗ୍ରହଣକାରୀ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ । ଅପରାହ୍ନ ଅଧିବେଶନରେ ଆଗାମୀ ୨ ବର୍ଷ ପାଇଁ ଜିଲ୍ଲା କାର୍ଯ୍ୟକାରୀ କମିଟିର ନିର୍ବାଚନ କରାଯାଇଥିଲା । ସଭାପତି ରାଜକିଶୋର ସ୍ୱାଇଁ, ଉପସଭାପତି ଅଗାଧୁ ପ୍ରଧାନ, ସୁକାନ୍ତ କୁମାର ସ୍ୱାଇଁ, ସମ୍ପାଦକ ବିନୋଦ ବେହେରା, ସହ-ସଂପାଦକ ବୁଲେଇ ବେହେରା ଓ ଅଲେଖ ରାଉତ, କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ସାହୁ, ସର୍ବ ସମ୍ମତିକ୍ରମେ ପ୍ରମୁଖ ନିର୍ବାଚିତ ହୋଇଥିଲେ । ବିଭିନ୍ନ ସଂଗଠନରୁ ଏକ ୨୭ ଜଣିଆ ସଦସ୍ୟ ବିଶିଷ୍ଟ କାର୍ଯ୍ୟନିର୍ବାହୀ କମିଟି ଗଠନ କରାଯାଇଥିଲା । ଅଗାଧୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *