କଟକରେ ଆଇନଜୀବୀ ଓ ଷ୍ଟାମ୍ପଭେଣ୍ଡରମାନଙ୍କ ପକ୍ଷରୁ ବୃକ୍ଷରୋପଣ

କଟକରେ ଆଇନଜୀବୀ ଓ ଷ୍ଟାମ୍ପଭେଣ୍ଡରମାନଙ୍କ ପକ୍ଷରୁ ବୃକ୍ଷରୋପଣ


କଟକ(ଏନ୍‌.ଏମ୍‌.): କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ଆଇନଜୀବୀ ଓ ଷ୍ଟାମ୍ପଭେଣ୍ଡରମାନଙ୍କ ପକ୍ଷରୁ ବୃକ୍ଷରୋପଣ କରାଯାଇଛି । କଟକ ଜିଲ୍ଲାପାଳ କିମ୍ବା ଆରଟିଓ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ବିଭିନ୍ନ ଅଞ୍ଚଳରୁ ଆସୁଥିବା ଲୋକମାନେ ଖରାରେ ଡହଳ ବିକଳ ହୋଇ ପଡ଼ୁଛନ୍ତି । ଛାଇ ଟିକେ ନପାଇ ଏଣେ ତେଣେ ବୁଲୁଛନ୍ତି । ତେବେ ଜନସାଧାରଣ ଏହି ସମସ୍ୟାକୁ ଉପଲବ୍ଧି କରି ଏହାର ସମାଧନ ନିମନ୍ତେ ଏହି ଅଞ୍ଚଳରେ ବୃକ୍ଷରୋପଣର ଆବଶ୍ୟକତା ଥିବାରୁ ଆଜି ସେଠାରେ ବୃକ୍ଷରୋପଣ କରାଯାଇଥିଲା । ଆଇନଜୀବୀ ତଥା ଷ୍ଟାମ୍ପ ଭେଣ୍ଡର ଜ୍ୟୋତିରଞ୍ଜନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ତଥା ନିଜସ୍ୱ ବ୍ୟୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଧ୍ରୁବଚରଣ ରାଉତ, ଅକ୍ଷୟ କୁମାର ସାମଲ, ସମାଜସେବୀ ସୁକାନ୍ତ ସେଠୀ, ଷ୍ଟାମ୍ପ ଭେଣ୍ଡର ସୁଶାନ୍ତ କୁମାରଦାସ, ଆଇନଜୀବୀ ଶିବକୁମାର ବାରିକ, ଦେବେନ୍ଦ୍ର ନାଥ ବରିକ, ବାଦଲ ରାୟ ପ୍ରମୁଖ ଉପସ୍ଥିତଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *