ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ କଟକ ସଦର ବ୍ଳକ ସହକାରୀ ଯନ୍ତ୍ରୀ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ କଟକ ସଦର ବ୍ଳକ ସହକାରୀ ଯନ୍ତ୍ରୀ

News by Basanta Ratha (Cuttack)

#କଟକ(ଏନ୍‌.ଏମ୍‌.): ସରକାରୀ ଚାକିରୀ କରି ନିର୍ଦ୍ଦିଷ୍ଟ ପରିମାଣର ବେତନ ପାଇବା ସତ୍ତ୍ୱେ ଲକ୍ଷ ଲକ୍ଷ ଟଙ୍କା ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତ କଟକ ସଦର ବ୍ଳକ ସହକାରୀ ଯନ୍ତ୍ରୀ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ବିକାଶ ଚନ୍ଦ୍ର ଭୂୟାଁଙ୍କ ଘର ସମେତ ମୋଟ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ କରାଯାଇଛି । କଟକର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ଉ କରାଯାଉଛି । ଶ୍ରୀ ଭୂୟାଁଙ୍କ ନାମରେ ଆଗରୁ ଦୁର୍ନୀତିର ଅଭିଯୋଗ ଥିଲା । ସୂଚନା ଅନୁଯାୟୀ, କଟକ ସଦର ବ୍ଳକ ସହକାରୀ ଯନ୍ତ୍ରୀ ଶ୍ରୀ ଭୂୟାଁଙ୍କର ଭୁବନେଶ୍ୱରର ସୌଭାଗ୍ୟ ନଗର ସ୍ଥିତ ଘର, କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଲେହେଙ୍ଗା ଗ୍ରାମ ସ୍ଥିତ ତାଙ୍କ ପୈତୃକ ଘର, ଭୁବନେଶ୍ୱର ଚକେଇସିଆଣି ସ୍ଥିତ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘର ଓ କଟକ ସଦର ବ୍ଲକ୍ ସ୍ଥିତ ତାଙ୍କ ଅଫିସ ରୁମ୍‌ରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଭିଜିଲାନ୍ସର ୩ ଜଣ ଡିଏସ୍‌ପି, ୪ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ଏହି ଚଢ଼ଉରେ ସାମିଲ ହୋଇଛନ୍ତି । ଭିଜିଲାନ୍ସ ପକ୍ଷରୁ ଚଢ଼ଉ ବେଳେ ଶ୍ରୀ ଭୂୟାଁଙ୍କ ସୌଭାଗ୍ୟନଗରର ଆଲିସାନ ଘରୁ ହୀରା ହାର ମିଳିଛି । ଭୁବନେଶ୍ୱର ସୌଭାଗ୍ୟନଗରରେ ରହିଛି ଦୁଇ ମହଲା ବିଶିଷ୍ଟ ଘର, କଟକ ଓ ଭୁବନେଶ୍ୱରରେ ୪ଟି ଜାଗା, ୩୮ ଲକ୍ଷ ଟଙ୍କାର ସୁନା ଓ ରୂପା ଗହଣା, ଗୋଟିଏ ୪ ଚକିଆ ଗାଡ଼ି ସହିତ ୩ଟି ଦୁଇ ଚକିଆ ଗାଡ଼ି ରହିଥିବା ସୂଚନା ମିଳିଛି । ୧୨ ଲକ୍ଷ ୬୨ ହଜାର ଟଙ୍କାର ବ୍ୟାଙ୍କ ଜମା ରହିଛି । ସେହିପରି କ୍ରିପଟୋ କରେନ୍ସିରେ ୧ଲକ୍ଷ ୨୩ ହଜାର ଟଙ୍କା ବିନିଯୋଗ କରିଥିବା ଜଣାପଡ଼ିଛି । ସେହିପରି ତାଙ୍କ ପୁଅ ଏବଂ ଝିଅର ପାଠପଢ଼ା ପାଇଁ ସେ ୧ କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି । ଏନେଇ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଥିବାବେଳେ ଏପର୍ଯ୍ୟନ୍ତ ସମସ୍ତ ସମ୍ପତ୍ତି ମିଳିପାରି ନଥିବା ଜଣାପଡ଼ିଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *