ଆଠଗଡ଼ ମେଘା ସେକ୍ଟରର ଅମ୍ଳାନ କାର୍ଯ୍ୟକ୍ରମ

ଆଠଗଡ଼ ମେଘା ସେକ୍ଟରର ଅମ୍ଳାନ କାର୍ଯ୍ୟକ୍ରମ

ଆଠଗଡ଼ ମେଘା ସେକ୍ଟରର ଅମ୍ଳାନ କାର୍ଯ୍ୟକ୍ରମ

News by Maheswar Behera (Athagarh)

#ଆଠଗଡ଼ (ଏନ୍‍.ଏମ୍‍.): ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକ୍ଷକ ଡ. ଦିଲ୍ଲିପ ଦାସଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ମେଘା ସେକ୍ଟରର ୮ଗୋଟି ପଞ୍ଚାୟତର ୨୨ଗୋଟି ବିଦ୍ୟାଳୟରେ ଓ ୩୪ଗୋଟି ମମତା ଦିବସ ଶିବିରରେ ଅମ୍ଳାନ କାର୍ଯ୍ୟକ୍ରମ ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‍ ଅସମଲଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ସମସ୍ତ ଛାତ୍ରଛାତ୍ରୀମାନଙ୍କ ହିମଗ୍ଳୋବିନସ୍ତର ମାପ କରାଯାଇଥିଲା । ଯେଉଁମାନେ ବିଦ୍ୟାଳୟ ଯାଉନାହାଁନ୍ତି ସେମାନଙ୍କର ମମତା ଦିବସ ଶିବିରରେ ପରୀକ୍ଷା କରାଯାଇଥିଲା । ଏହି ଅମ୍ଳାନ କାର୍ଯ୍ୟକ୍ରମରେ ୮ଗୋଟି ପଞ୍ଚାୟତର ସରପଞ୍ଚ ସମିତିସଭ୍ୟ ଓ ବିଦ୍ୟାଳୟର ସଭାପତି ଉଦ୍‍ଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସ୍ୱାସ୍ଥ୍ୟଦୂତ ଶିକ୍ଷକ ଉକ୍ତ କାର୍ଯ୍ୟକ୍ରମରେ ବିଶେଷ ସହଯୋଗ କରିଥିଲେ । ସର୍ବପ୍ରଥମେ ପ୍ରତ୍ୟେକ ବିଦ୍ୟାଳୟରେ ବିଦ୍ୟାର୍ଥୀମାନଙ୍କୁ ସଚେତନ କରାଯାଇଥିଲା । ଅମ୍ଳାନ କାର୍ଯ୍ୟକ୍ରମ ହେଉଛି ‘ଆନିମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ’ ଛାତ୍ରଛାତ୍ରୀଙ୍କର ରକ୍ତରେ ହିମୋଗ୍ଲୋବିନସ୍ତର ଅତିକମ୍‍ରେ ୧୧ ଗ୍ରାମ ଉପରକୁ ରହିବା ଦରକାର ଯଦି କୌଣସି ଛାତ୍ରଛାତ୍ରୀଙ୍କର ୭ରୁ ୧୧ସ୍ତର ଭିତରେ ରହୁଛି ସେ ମଧ୍ୟମ ଧରଣର ଓ ୭ଗ୍ରାମ ତଳକୁ ରହିଲେ ଗୁରତର ଆନିମିଆ ଧରାଯିବ । ଏଣୁ ବିଦ୍ୟାଳୟରେ ପ୍ରତ୍ୟେକ ପିଲାଙ୍କୁ ଜାତୀୟ ଆଇରନ ପ୍ଲସ କାର୍ଯ୍ୟକ୍ରମ ଅନୁଯାୟୀ ପ୍ରତ୍ୟେକ ସୋମବାର ମଧ୍ୟାନ୍ନ ଭୋଜନର ୧ଘଣ୍ଟା ପରେ ଗୋଟିଏ ଲେଖାଏଁ ଆଇରନ ବଟିକା ଏବଂ ପ୍ରତି ୬ମାସରେ ଥରେ କୃମିନାଶକ ବଟିକା ଦିଆଯାଇଥାଏ । ତା ସହିତ ପ୍ରତିଦିନ ବଟିକା ଲୌହସାର ଏବଂ ଭିଟାମିନ-ସିର ପରିପୂର୍ଣ୍ଣ ଖାଦ୍ୟ ସେବନ କରିବାକୁ ପରାମର୍ଶ ଦିଆଯାଇଥାଏ । ଲୌହସାର ହେଉଛି ସବୁଜ ପନିପରିବା, ମାଣ୍ଡିଆ, ବାଜରା, ମକା, ଚୁଡା, ଗୁଡ, ରାଶି, ଚିନାବାଦାମ, ଖଜୁରୀ ଓ କିସ୍‍ମିସ୍‍ ଇତ୍ୟାଦି ଭିଟାମିନ ସି ଯୁକ୍ତ ଖାଦ୍ୟ ଯଥା ଲେମ୍ବୁ, ବିଲାତି, ଅଁଳା ଓ କମଳା ଇତ୍ୟାଦି ଓ ସେହିପରି ପୃଷ୍ଟିସାର ଖାଦ୍ୟ ଡାଲି ଓ ଶସ୍ୟଜାତୀୟ, ମାଛ, ମାଂସ ଓ ଅଣ୍ଡା ଇତ୍ୟାଦି ଖାଇବା ପାଇଁ ପରାମର୍ଶ ଦିଆଯାଇଥିଲା । ନିୟମିତ ନଖ କାଟିବା, ବାହାରେ ମଳତ୍ୟାଗ ନକରି ସର୍ବଦା ଶୌଚାଳୟ ବ୍ୟବହାର, ଚପଲ ପିନ୍ଧିବାର ଅଭ୍ୟାସ ଓ ନିଜେ ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ହାତଧୁଆର ସର୍ବଦା ଅଭ୍ୟାସ ଜାରି ରଖିବା ପାଇଁ ବୁଝାଯାଇଥିଲା । ଯେଉଁ ପିଲାମାନଙ୍କର ଆନିମିଆ ଚିହ୍ନଟ ବା ରକ୍ତସ୍ତର କମ୍‍ ରହିଥିବା ସେମାନଙ୍କୁ ଦୁର୍ବଳ ବା ହାଲିଆ ଲାଗିବା, ସ୍ମରଣଶକ୍ତି କମିଯିବା ଆଖିକୁ କମ୍‍ ଦେଖାଯିବା ଭଳି ସମସ୍ୟା ଦେଖାଯିବା ସହିତ ସେମାନଙ୍କର ଉପସ୍ଥାନ ବିଦ୍ୟାଳୟରେ କମ୍‍ ହେବାର ସମ୍ଭାବନା ରହିଅଛି । ସର୍ବମୋଟ ୬୪୫୭ଜଣ ପିଲାମାନଙ୍କର ହିମୋଗ୍ଲାବିନ ପରୀକ୍ଷା କରାଯାଇ ସେଥିମ୍ମରୁ ୨୪ଗୋଟି ପିଲାଙ୍କର ମଧ୍ୟମ ଆନିମିଆ ଚିହ୍ନ କରାଯାଇଛି । ସେମାନଙ୍କୁ ପ୍ରତ୍ୟେକ ଦିନ ଆଇରନ ବଟିକା ସେବନ ସାଙ୍ଗକୁ ପୃଷ୍ଟିକର ଲୌହସାର ଓ ଭିଟାମିନ ସି ଯୁକ୍ତ ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦିଆଯିବା ସହିତ ଉପରୋକ୍ତ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରିଣୀ କବିତାରାଣୀ ଦାସ ବ୍ଲକ ଯୋଜନା ସଂଯୋଜିକା ଅପର୍ଣ୍ଣା ମହାପାତ୍ର ପରିଦର୍ଶିକା ବିଚିତ୍ରପ୍ରଭା ଦେବୀ ତଦାରଖ କରିଥିଲେ । ସମସ୍ତ ସ୍ୱାସ୍ଥ୍ୟକର୍ମୀ ସିଏଚଓ ମା୍ମମରେ ଉକ୍ତ କାର୍ଯ୍ୟକ୍ରମ କରାଯାଇଥିଲା । ଆଶାକର୍ମୀ, ଅଙ୍ଗନବାଡି କର୍ମୀ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ