୩୬ତମ ରାଜ୍ୟ ଯୁବ ବାସ୍କେଟବଲ ପ୍ରତିଯୋଗିତା ଉଦ୍‍ଘାଟିତ

୩୬ତମ ରାଜ୍ୟ ଯୁବ ବାସ୍କେଟବଲ ପ୍ରତିଯୋଗିତା ଉଦ୍‍ଘାଟିତ
ଖେଳୁଆଡ଼ ମନୋଭାବ ଏବଂ ଦଳଗତ ପ୍ରଚେଷ୍ଟା ହିଁ ସଫଳତା ଆଣିପାରିବ- ଜିଲ୍ଲାପାଳ

News by Smruti Ranjan Tripathy (Cuttack)

କଟକ(ଏନ୍‍.ଏମ୍‍.): ଓଡ଼ିଶା ବାସ୍କେଟ୍ ବଲ ପ୍ରତିଯୋଗୀତା ଉଦ୍‍ଘାଟିତ ହୋଇଯାଇଛି । କେଶବ ଫାଉଣ୍ଡେସନ ଓ ନବ ଜାଗରଣ ଅନୁଷ୍ଠାନ ପ୍ରାୟୋଜିତ ୩୬ତମ ରାଜ୍ୟସ୍ତରୀୟ ଯୁବ ବାସ୍କେଟ୍ ବଲ ପ୍ରତିଯୋଗିତା ସ୍ଥାନୀୟ ଜାବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଚାରିଦିନ ଧରି ଅନୁଷ୍ଠିତ ହେଉଥିବାବେଳେ ରାଜ୍ୟର ୧୬ ଟି ଜିଲ୍ଲାରୁ ୨୮ଟି ଦଳରେ ବାଳକ ବାଳିକାମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ୧୪ଟି ବାଳିକା ଦଳ ଅଛନ୍ତି । ଉଦ୍‍ଘାଟନୀ ଉତ୍ସବରେ କଟକ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ବାସ୍କେଟ୍ ବଲ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଖେଳାଳିମାନଙ୍କୁ ମୁଖ୍ୟତଃ ଖେଲୁଆଡ ମନୋଭାବ ଏବଂ ଦଳଗତ ପ୍ରଚେଷ୍ଟା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଓଡ଼ିଶାର ସେକ୍ ଫାୟାଜ୍ ଆନ୍ତର୍ଜାତିକ ମ୍ୟାଚ୍ ଖେଲିଥିବାରୁ ତାଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଓଡ଼ିଶା ବାସ୍କେଟ୍ ବଲ ଆସୋସିଏସନର ସାଧାରଣ ସମ୍ପାଦକ ଅଶୋକ କୁମାର ସାହୁ ସ୍ୱାଗତ ଭାଷଣ ଦେଇ କହିଲେ ଯେ, ଏହି ପ୍ରତିଯୋଗିତାରୁ ଓଡ଼ିଶାରୁ ଯୁବ ଖେଳାଳୀମାନଙ୍କୁ ଚୟନ କରାଯିବ; ଏବଂ ସେମାନେ ଓଡ଼ିଶାଦଳରୁ ପ୍ରତିନିଧିତ୍ୱ କରିବେ । ପ୍ରତିଯୋଗିତାରୁ ମନୋନୀତ ଖେଳାଳୀ ଚୟନ କରାଯାଇ ସେମାନଙ୍କୁ ପ୍ରଶିକ୍ଷଣ ଦେବାଲାଗି ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସରକାରୀସ୍ତରରେ ଆର୍ôଥକ ସହାୟତା ଯୋଗାଇ ଦେବାପାଇଁ ଶ୍ରୀ ସାହୁ ଅନୁରୋଧ କରିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କୁମାର କର ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିବାବେଳେ ନବ ଜାଗରଣର ମୁଖ୍ୟ ଶରତ ଜେନା, କେଶବ ଫାଉଣ୍ଡେସନର ସଭାପତି ରଶ୍ମିତା ମିଶ୍ର, ଫାଉଣ୍ଡେସନର ଅଧ୍ୟକ୍ଷ ଲୋପାମୁଦ୍ରା ମିଶ୍ର, ସମ୍ପାଦିକା ଗୀତାଞ୍ଜଳି ବେଉରା, ଜିଲ୍ଲା କ୍ରୀଡା ଅଧିକାରୀ ରଶ୍ମୀରଞ୍ଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *