ହାଇକୋର୍ଟ ରେଜିଷ୍ଟ୍ରିର ପରାମର୍ଶ: ମାସକରେ ଗୋଟିଏ ଦିନ ହୋଇ ପାରିବ ଫୁଲକୋର୍ଟ ରେଫରେନ୍ସ

ହାଇକୋର୍ଟ ରେଜିଷ୍ଟ୍ରିର ପରାମର୍ଶ: ମାସକରେ ଗୋଟିଏ ଦିନ ହୋଇ ପାରିବ ଫୁଲକୋର୍ଟ ରେଫରେନ୍ସ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ବାରର ପରଲୋକଗତ ସଦସ୍ୟଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ହେଉଥିବା ଫୁଲ୍ କୋର୍ଟ ରେଫରେନ୍ସ ଏଣିକି କେବଳ ମାସକୁ ଗୋଟିଏ ନିର୍ଦ୍ଦିଷ୍ଟ ଦିନ କରାଯାଉ । ମାସକୁ ଖୁବ ବେଶିରେ ଗୋଟିଏ ଥର ଫୁଲ କୋର୍ଟ ରେଫରେନ୍ସ ହେଉ ଏବଂ ସେଥିପାଇଁ ମାସର ଶେଷ କାର୍ଯ୍ୟ ଦିବସ ଅଥବା ମାସର ଶେଷ ସପ୍ତାହର ଯେ କୌଣସି ଦିନ, ବିଶେଷକରି ଶୁକ୍ରବାର ଦିନ ୩ଟା ପରେ ଫୁଲ୍ କୋର୍ଟ ରେଫରେନ୍ସ କରାଯାଉ । ହାଇକୋର୍ଟ ରେଜିଷ୍ଟ୍ରି ତରଫରୁ ଏଭଳି ପରାମର୍ଶ ଦିଆଯାଇ ହାଇକୋର୍ଟ ବାର୍ ଆସୋସିଏସନକୁ ଚିଠି ଲେଖାଯାଇଛି । ଫୁଲ୍ କୋର୍ଟ ରେଫରେନ୍ସ ନିର୍ଦ୍ଦିଷ୍ଟ ଦିନ କରିବାକୁ ସୁପ୍ରିମକୋର୍ଟ ୨୦୨୨, ଡିସେମ୍ବର ୧୪ରେ ଦେଇଥିବା ନିର୍ଦ୍ଦେଶ ଆଧାରରେ ହାଇକୋର୍ଟ ରେଜିଷ୍ଟ୍ରି ଏଭଳି ପରାମର୍ଶ ଦେଇଛନ୍ତି । କୋର୍ଟର ସ୍ୱାଭାବିକ କାର୍ଯ୍ୟ ବାଧାପ୍ରାପ୍ତ ନକରିବା ପାଇଁ ଫୁଲ କୋର୍ଟ ରେଫରେନ୍ସ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି । ତେଣୁ ଏହାକୁ ନିର୍ଦ୍ଧାରିତ ଢଙ୍ଗରେ କାର୍ଯ୍ୟକାରୀ କରିବା ପାଇଁ ହାଇକୋର୍ଟ ରେଜିଷ୍ଟ୍ରି ବାରକୁ ପରାମର୍ଶ ଦେଇଛି । ଏଠାରେ ଉଲ୍ଲେଖଯୋଗ୍ୟ, ବାର୍ ଆସୋସିଏସନର ସଦସ୍ୟଙ୍କ ପରଲୋକ ହେଲେ ତାଙ୍କୁ ସମ୍ମାନ ଜଣାଇ ଫୁଲ୍ କୋର୍ଟ ରେଫରେନ୍ସ ଅନୁଷ୍ଠିତ ହୋଇଥାଏ । ସାଧାରଣ ଭାବେ ଦିନ ୨ଟା ବେଳେ ହାଇକୋର୍ଟରେ ଫୁଲ୍ କୋର୍ଟ ରେଫରେନ୍ସ ଅନୁଷ୍ଠିତ ହେଉଥିବାବେଳେ ଏହା ପରେ ସଂପୃକ୍ତ ଦିନ ଅଦାଲତ କାର୍ଯ୍ୟ ବନ୍ଦ ରଖାଯାଇଥାଏ । ପରଲୋକଗତ ବାର୍ ସଦସ୍ୟ ଆଇନଜୀବୀଙ୍କୁ ସମ୍ମାନ ଜଣାଇବାକୁ ଏପରି ବ୍ୟବସ୍ଥା ରହିଛି । ସୁପ୍ରିମକୋର୍ଟ ଓ ଓଡ଼ିଶା ହାଇକୋର୍ଟର କାର୍ଯ୍ୟରତ ଓ ଅବସରପ୍ରାପ୍ତ ବିଚାରପତିଙ୍କ ପରଲୋକ କ୍ଷେତ୍ରରେ ମଧ୍ୟ ଫୁଲ୍ କୋର୍ଟ ରେଫରେନ୍ସ ଅନୁଷ୍ଠିତ ହୋଇଥାଏ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *