ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସମ୍ପର୍କରେ ଆଲୋଚନାଚକ୍ର

ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସମ୍ପର୍କରେ ଆଲୋଚନାଚକ୍ର

News by Padmalochan Mishra (Cuttack)

କଟକ (ଏନ୍‍.ଏମ୍‍.): ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀ ଜନ୍ମଦିବସ ଉପଲକ୍ଷେ ଏକ ଆଲୋଚନାଚକ୍ର ସ୍ଥାନୀୟଗାନ୍ଧୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାନଗର ନାଗରିକ ମଞ୍ଚ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବକ୍ତାମାନେ ଯୋଗଦେଇ ସ୍ୱାଧୀନତା ଆନ୍ଦୋଳନର ମୂଲ୍ୟବୋଧ ଓ ସ୍ୱାଧୀନତାପର ଭାରତ ବର୍ଷର ସ୍ଥିତି ଉପରେ ଆଲୋକପାତ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ସମାଜବାଦୀ ଚିନ୍ତନ ନବକୃଷ୍ଣ ଚୌଧୁରୀ ବାସ୍ତବିକ ଜଣେ ଯୁଗ ପ୍ରବର୍ତ୍ତକ ଥିଲେ । ସ୍ୱାଧୀନତା ସଂଗ୍ରାମ ଓ ଗଡଜାତ ଆନ୍ଦୋଳନରେ ତାଙ୍କର ଅଗ୍ରଣୀ ଭୁମିକା ସ୍ମରଣୀୟ ହୋଇ ରହିଛି । ସ୍ୱାଧୀନ ଭାରତର ପଛୁଆ ରାଜ୍ୟ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ସେ, ସ୍ୱାଧୀନତା ଆନ୍ଦୋଳନର ମୂଲ୍ୟବୋଧ ଅନୁରୂପ ଯୁଗାନ୍ତକାରୀ ଆଇନମାନ ପ୍ରଣୟନ କରିବା ସହ ତାକୁ ଲାଗୁ କରିବାକୁ ପ୍ରଶାସନିକ ଦୃଢତା ମଧ୍ୟ ଦେଖାଇଥିଲେ । ଜଣେ ସଚ୍ଚା ଜନନେତା ଭାବରେ ଜାତୀୟସ୍ତରରେ ସେ ସ୍ୱୀକୃତ ଓ ଆଦୃତ ହୋଇଥିଲେ । ତାଙ୍କ କାର୍ଯ୍ୟକାଳରେ ସେ ଚାଷୀମାନଙ୍କୁ ଶୋଷଣ ମୁକ୍ତ କରିବାପାଇଁ ଜମିଦାର ପ୍ରଥା ଉଚ୍ଛେଦ କରିଥିଲେ ଏବଂ ଭାଗଚାଷ ଆଇନ କାର୍ଯ୍ୟକାରି କରିଥିଲେ । ସର୍ବୋପରି ନିଶାନିବାରଣ ଆଇନ, ଭାଷା ଆଇନମାନ ପ୍ରଣୟନ କରି ସେ ଇତିହାସ ସୃଷ୍ଟି କରିଯାଇଛନ୍ତି । ଜରୁରୀ ପରିସ୍ଥିତି ସମୟରେ ଅରାଜକତା ବିରୁଦ୍ଧରେ ସ୍ୱର ଉତ୍ତଳନ କରି ଦୀର୍ଘ ସମୟ କରାବରଣ କରି ଗୁରୁତର ଅସୁସ୍ଥ ହୋଇ ଯାଇଥିଲେ । ତା’ ପରେ ତାଙ୍କର ବିୟୋଗ ହୋଇଥିଲା । ମହାନଗର ନାଗରିକ ମଞ୍ଚର ଆବାହକ ଚିତ୍ତରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱ କରିଥିଲେ । ଖଗେଶ୍ୱର ସେଠୀ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏହି ଆଲୋଚନା ସଭାରେ ଡକ୍ଟର ସତ୍ୟ ରାୟ, ଲକ୍ଷ୍ମୀ ମହାନ୍ତି, ଯୁଗଳ କିଶୋର ନାୟକ, ଡକ୍ଟର ବିଶ୍ୱଜିତ, ସି.ବି. ଶାସ୍ତ୍ରୀ, ସୁକାନ୍ତ ନାୟକ, ଡଲି ଦାସ, ପଦ୍ମଲୋଚନ ମାହାଳିକ, ଲକ୍ଷ୍ମୀଧର ମହାନ୍ତି, ବରଦା ପ୍ରସନ୍ନ ଦାସ, ମାନସ ପଟ୍ଟନାୟକ, ଅକ୍ଷୟ ରାଉଳ, କ୍ଷୀତିଶ ଚନ୍ଦ୍ର ନାୟକ, ଏନ୍ ରାଜୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ନବକୃଷ୍ଣ ଚୌଧୁରୀଙ୍କ ପୂର୍ଣ୍ଣାବୟବ ପ୍ରତିମୁର୍ତ୍ତି କଟକର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିର୍ମାଣ କରିବା, ପିଲାଙ୍କ ପାଠ୍ୟ ପୁସ୍ତକରେ ତାଙ୍କ ଜୀବନୀ ରଖିବା ପ୍ରମୁଖ ପ୍ରସ୍ତାବ ଗୃହିତ କରାଯାଇଥିଲା । ରାଜ୍ୟ ସରକାରଙ୍କ ନିକଟରେ ଏହି ପ୍ରସ୍ତାବ ରଖାଯାଇ ଦାବି କରାଯିବାକୁ ସଭାରେ ନିଷ୍ପତ୍ତି କରାଯାଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *