ସ୍ବାମୀର କିଡନୀ ଅପରେସନ ପାଇଁ ସାହାଯ୍ୟ ଲୋଡିଲେ ପତ୍ନୀ

ସ୍ବାମୀର କିଡନୀ ଅପରେସନ ପାଇଁ ସାହାଯ୍ୟ ଲୋଡିଲେ ପତ୍ନୀ

News by Biswajit Dalai (Salepur)

ସାଲେପୁର (ଏନ୍‌.ଏମ୍‌.): ସତରେ ଏହି ଦୁନିଆ ବହୁତ୍ ବିଚିତ୍ର,କିଏ ସୁନା ଥାଳିରେ ଭାତ ଖାଉଛି ତ କିଏ ଖପରା ଖଣ୍ଡେ ବି ପାଉନି, ଚାଳ ଛପର ଘର ସାଙ୍ଗକୁ ଭୋକିଲା ପେଟକୁ ଦାନା ଯୋଗାଡ଼ କରିବା କଷ୍ଟ,ସେଥିରେ ପୁଣି କିଡନୀ ରୋଗରେ ଶଯ୍ୟାଶାୟୀ ସ୍ବାମୀ,ଦୁଇ ଦୁଇଟି ଛୋଟ ଛୁଆ ଙ୍କ ମୁହଁ କୁ ଅନେଇଦେଲେ ଆଖିରେ ଲୁହ ଆସିଯାଉଛି।ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ସାଲେପୁର ଥାନା ମିର୍ଜାପୁର ପଞ୍ଚାୟତ ଛୋଟିପଡ଼ା ଗ୍ରାମରେ l ଦିନେ ପରର କାମ କରି ନିଜର ସ୍ତ୍ରୀ ଓ ପିଲାମାନଙ୍କ ପେଟରେ ଦାନା ଦେଉଥିବା ମଣିଷ ଏବେ ରୋଗ ଶଯ୍ୟାରେ l ଆମେ କହୁଚୁ ଛୋଟିପଡ଼ା ଗ୍ରାମର ସାରଳା ଦାସ (୪୩)ଙ୍କ କଥା, ଦୀର୍ଘ ୪ ବର୍ଷ ଧରି ସେ କିଡନୀ ରୋଗରେ ପୀଡିତ,ପରିବାର କହିଲେ ସ୍ତ୍ରୀ ଓ ଦୁଇ ପୁଅ,ରୋଜଗାର କହିଲେ ଏକା ସାରଳା (ଦିପୁ )କରନ୍ତି,ସେଥିରେ ପରିବାର ପ୍ରତିପୋଷଣ ସହ ପିଲାମାନଙ୍କ ପାଠପଢ଼ା,ହସ ଖୁସିରେ ଏହି ଛୋଟିଆ ସଂସାର ଚାଲିଥିବା ସମୟରେ ଦଇବ ଦାଉ ସାଜିଲା,କିଡନୀ ରୋଗରେ ଆକ୍ରାନ୍ତ ହେଲେ ଦିପୁ ଘରେ ଯାହା କିଛି ସମ୍ବଳ ଥିଲା ତାକୁ ବିକି ଭାଙ୍ଗି ସବୁ ମେଡିକାଲ ରେ ଖର୍ଚ୍ଚ ହୋଇଗଲା,ତଥାପି ରୋଗ ଭଲ ହେଲାନି,ଡାକ୍ତର ମାନେ ଯେଉଁ ଔଷଦ ଲେଖିଲେ ତାହା ମାଗଣା ମିଳିଲା ସତ କିନ୍ତୁ ଅବଶିଷ୍ଟ ପ୍ରାଇଭେଟ୍ ମେଡିସିନ ଷ୍ଟୋର ରୁ କିଣିବାକୁ ପଡ଼ିଲା, ।ଏବେ କେମିତି ହେବ …..ଅପରେସନ,ଆଉ ସେ ସମ୍ପୂର୍ଣ ସୁସ୍ଥ ହୋଇ ପୁଣି ନିଜ ପରିବାର ପାଖକୁ ଫେରିବେ,ଅର୍ଥ କୁଆଡୁ ଆସିବ,କିନ୍ତୁ ଛୋଟିପଡ଼ା ଗ୍ରାମର ଗ୍ରାମବାସୀ ଙ୍କ ମହାନତା ଏବେ ପାଲଟିଛି ଚର୍ଚ୍ଚା ର ବିଷୟ,୪୦ ରୁ ୫୦ ଜଣ ଗ୍ରାମବାସୀ ଯୁବକ ଙ୍କ ଠାରୁ ଆରମ୍ଭ କରି ୭୦ ବର୍ଷ ର ବୃଦ୍ଧ ପର୍ଯ୍ୟନ୍ତ l ଅନ୍ୟ ଲୋକ ଧାନ ବିଲରେ  ଠିକା ରେ ଧାନ ତଳି ଓପାଡି ବିଲ ରୋଇ  ଯେଉଁ କିଛି ଅର୍ଥରାଶି ଯୋଗାଡ଼ କରିଛନ୍ତି,ସେହି ଟଙ୍କା କୁ ଦିପୁ ଙ୍କ ଅପରେସନ ପାଇଁ ତାଙ୍କ ପରିବାରକୁ ଦେଇଛନ୍ତି,କିନ୍ତୁ ତାହା ସମୁଦ୍ର କୁ ସଂଖେ,ସ୍ଥାନୀୟ ପ୍ରଶାସନ,କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ କିଛି ସହୃଦୟ ବ୍ୟକ୍ତି ଙ୍କ ସାହାଯ୍ୟ ଲୋଡିଛନ୍ତି ଦିପୁ ଙ୍କ ପତ୍ନୀ ଯଦି କିଛି ସାହାଯ୍ୟ ମିଳନ୍ତା ହୁଏତ ଏହି ପରିବାରର ଦୁଃଖ ଫେରନ୍ତା।  ଏବେ ସ୍ବାମୀ ର କିଡନୀ ଅପରେସନ ପାଇଁ ପତ୍ନୀ ନିରୁପମା ଦାସ ସରକାର ଙ୍କ ସମେତ ଜନତା ମାନକର ସାହାଯ୍ୟ ଲୋଡ଼ିଛନ୍ତି,ଏଣୁ ଯେଉଁ ସହୃଦୟ ବ୍ୟକ୍ତି ଏହି ଗରିବ,ଅସହାୟ,କିଡନୀ ରୋଗୀ ଙ୍କୁ ସାହାଯ୍ୟ ର ହାତ ବଢେ଼ଇବା ପାଇଁ ଚାହୁଁଛନ୍ତି,ତାଙ୍କ ପରିବାର ସହ ଯୋଗାଯୋଗ କରିବା ପାଇଁ l

Name- SARALA DAS

SBI – Bhimdaspur Branch

Accounts no- 20089800890

IFSC Code- SBIN0009830

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *