ସୁବୋଧ କୃଷ୍ଣ ମିଶନ ପକ୍ଷରୁ ଭାଗବତ ସପ୍ତାହ ଉଦ୍‌ଯାପିତ

ସୁବୋଧ କୃଷ୍ଣ ମିଶନ ପକ୍ଷରୁ ଭାଗବତ ସପ୍ତାହ ଉଦ୍‌ଯାପିତ

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): ସ୍ଥାନୀୟ ରାଷ୍ଟ୍ରଭାଷା ପ୍ରଚାର ଓ ପ୍ରସାର ସମିତି ସଭାଗୃହରେ ଏକ ସପ୍ତାହ ବ୍ୟାପୀ ମିଶନର ପ୍ରମୁଖ ଡ.କୃଷ୍ଣ ପ୍ରେମାନନ୍ଦ ସରସ୍ୱତୀଜ ମହାରାଜଜୀଙ୍କ ଦ୍ୱାରା ପ୍ରଦତ ପ୍ରବଚନ ସପ୍ତାହର ଉଦ୍‌ଯାପନୀ ଉତ୍ସବ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ସ୍ୱାମୀ କୃଷ୍ଣ ପ୍ରେମାନନ୍ଦଜୀଙ୍କ ସଂକଳିତ ଓ ସମ୍ପାଦିତ “ଶ୍ରୀବଳଭଦ୍ର ପୂଜାବିଧି ଓ ସହସ୍ର ନାମାବଳୀ’ ପୁସ୍ତକକୁ ସର୍ବପୁରାତନ ଓଡ଼ିଆ ସମ୍ବାଦପତ୍ର ସମାଜର ସମ୍ପାଦକ ଡ.ପ୍ରମୋଦ କୁମାର ମହାପାତ୍ର ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ରୂପେ ଯୋଗଦେଇ ସର୍ବସାଧାରଣରେ ଲୋକାର୍ପିତ କରିଥିଲେ । କଟକ ଶାଖା ମିଶନର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ମନୋରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସୁବୋଧ କୃଷ୍ଣ ମିଶନର ରାଜ୍ୟ ଲୋକସମ୍ପର୍କ ପ୍ରମୁଖ ଉତ୍କଳ ଭୂଷଣ ରାଉତରାୟ ସ୍ୱାଗତ ଭାଷଣ, ଅତିଥି ଆମନ୍ତ୍ରଣ ଓ ପରିଚୟ ପ୍ରଦାନ କରିଥିଲେ । ସଚିବ ବିନୟ କୁମାର ନାୟକ, ଟ୍ରଷ୍ଟି ଲିଙ୍ଗରାଜ ଖାଡ଼ାଙ୍ଗା, ଉପାଧ୍ୟକ୍ଷ ଶଶୀଭୂଷଣ ତ୍ରିପାଠୀ, ନୟନ କିଶୋର ପଣ୍ଡା, ନକୁଳ ଚନ୍ଦ୍ର ମହାରଣା, ଧରଣୀ ପଟ୍ଟନାୟକ, ବିପ୍ଳବ ବର, ଆଶିଷ ପାଣ୍ଡେ, ଅଜିତ୍ ମଣ୍ଡଳ, ବିଭୂଦତ୍ତ ବେହୂରା ପ୍ରମୁଖ ମିଶନର ବହୁ ସଦସ୍ୟଙ୍କ ଉପସ୍ଥିତିରେ ଭାଇଚାରା ଓ ସହସ୍ର ବର୍ଷ ରୌପ୍ୟ ନଗରୀ କଟକ ସହରର କିଛି ଜ୍ଞାନୀ, ଗୁଣୀ, ମାନୀ, ବିଜ୍ଞ ତଥା ସୁବୋଧ କୃଷ୍ଣ ପ୍ରତି ଅନୁରକ୍ତ, ସମାଜସେବାରେ ବ୍ରତୀ, ଦୁଃଖୀ, ରଙ୍କି, ଦିନ ଦରିଦ୍ରଙ୍କ ସାଥି ଓ ସାରଥୀ, ବଳିଷ୍ଠ ପତ୍ରକାର, ଦକ୍ଷ ପ୍ରଶାସକ ମାନଙ୍କୁ ମିଶନର ପ୍ରମୁଖ ଡ. ସ୍ୱାମୀ କୃଷ୍ଣପ୍ରେମାନନ୍ଦ ସରସ୍ୱତୀ ଆଧ୍ୟାତ୍ମିକ ମଞ୍ଚକୁ ନିମନ୍ତ୍ରଣ କରି ଭବ୍ୟ ସମ୍ବର୍ଦ୍ଧନା ଓ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର, ମିଶନର ବହୁ ବରିଷ୍ଠ ନାଗରିକ, କୃଷ୍ଣ ଭକ୍ତ ଓ ସହରର ବହୁ ବୁଦ୍ଧିଜୀବୀ ସ୍ୱାମୀଜୀଙ୍କ ଆର୍ଶିବଚନ ଉପସ୍ଥିତ ରହି ଶ୍ରବଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *