News by Kanhu Charan Panda (Jagatpur)

ସିଏମସି ୪୮ନମ୍ବର ୱାର୍ଡ ଜଗତପୁରରେ ବିଜେଡିର ଦଳୀୟ ସମାବେଶ

News by Kanhu Charan Panda (Jagatpur)

#ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଜଗତପୁର ୪୮ନମ୍ବର ୱାର୍ଡରେ ବିଜୁ ଜନତା ଦଳର ୨୫ତମ ପୂର୍ତ୍ତି ଉପଲକ୍ଷେ ଦଳୀୟ ସମାବେଶ ଅନୁଷ୍ଟିତ ହୋଇଯାଇଛି । ସ୍ଥାନୀୟ ନଜରପୁର ମେଲୋଡ଼ି ପଡ଼ିଆ ଠାରେ ଆୟୋଜିତ ଏହି ଉତ୍ସବରେ ଉଦଘାଟକ ଭାବେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗ ଦେଇଥିବାବେଳେ ମୁଖ୍ୟଅତିଥି ଭାବେ ସିଏମସି ମେୟର ସୁବାଷ ସିଂ, ମୁଖ୍ୟବକ୍ତା ଭାବେ ଚୌଦ୍ୱାର କଟକ-ବିଧାୟକ ସୌଭିକ ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ସିଏମସି ଡେପୁଟି ମେୟର ଦମୟନ୍ତି ମାଝୀ, ପବ୍ଲିକ ୱାର୍କ୍ସ କମିଟି ଅଧ୍ୟକ୍ଷ ପ୍ରଦିପ୍ତ କିଶୋର ଖୁଣ୍ଟିଆ, ୪୮ନମ୍ବର ୱାର୍ଡ କର୍ପୋରେଟର ନଳିନୀ ବେହେରା, ୪୮ନମ୍ବର ୱାର୍ଡ ପୂର୍ବତନ କର୍ପୋରେଟର ଅନୀତା ମହାନ୍ତି, ସୌଭାଗିନି ଜେନା ପ୍ରମୁଖ ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମକୁ ବିଶ୍ୱଜିତ ମହାନ୍ତି ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ପୂର୍ବତନ କର୍ପୋରେଟର ନବକିଶୋର ସ୍ୱାଇଁ, ଦୟାନିଧି ନାୟକ, ପ୍ରଭାତ ଜେନା, ସୌମିତି ସାମଲ, ଅଶୋକ ମିଶ୍ର, ଲଳିତେନ୍ଦୁ ଶତପଥି, ଏøଶୁର୍ଯ୍ୟ ପଣ୍ଡା, ତ୍ରିଲୋଚନ ପଣ୍ଡା, କାଳିକିଙ୍କର ମୁଖାର୍ଜୀ, ବିଭୁତି ବେହେରା, ୱାର୍ଡ ସଭାପତି ବିଜୟ ଭୂୟାଁ, ଅଭୟ ମହାନ୍ତି, ଅନିଲ ମହାନ୍ତି, ତ୍ରିଲୋଚନ ପଣ୍ଡା, ଗୋପା ସାମଲ, ବିରଞ୍ôଚ ସାମଲ, ଇତିଶ୍ରୀ ପଣ୍ଡା, ସୁଦର୍ଶନ ଦେହୁରୀ, ଫକୀର ଦଳାଇ, ବନବିହାରୀ ଦଳାଇ, ସୁବାଷ ସ୍ୱାଇଁ, ଅଭୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ନାଗେଶ୍ୱର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *