ସିଏମସି ୨୮ ନମ୍ବର ୱାର୍ଡରେ କଂଗ୍ରେସର କର୍ମୀ ସମାବେଶ

ସିଏମସି ୨୮ ନମ୍ବର ୱାର୍ଡରେ କଂଗ୍ରେସର କର୍ମୀ ସମାବେଶ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ (ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅନ୍ତର୍ଗତ୨୮ ନମ୍ବର ୱାର୍ଡ କଂଗ୍ରେସ କମିଟି କର୍ମୀମାନଙ୍କର ଏକ କର୍ମୀ ସମାବେଶ ସ୍ଥାନୀୟ ତେଲେଙ୍ଗା ବଜାର ସ୍ଥିତ ଚନ୍ଦ୍ର ଶେଖର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ କର୍ପୋରେଟର ବୈଶାଳୀ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଯୋଗଦେଇ ଆଗାମୀ ପୌର ନିର୍ବାଚନ ଏବଂ ଦଳୀୟ ସଂଗଠନ ସମ୍ପର୍କରେ ଆଲୋଚନା କରି ଗତ ପୌର ନିର୍ବାଚନରେ ଦଳକୁ ଯେଉଁ ଭଳି ଭାବରେ ବିଜୟୀ କରାଇଥିଲେ ସେହିଭଳି ଆସନ୍ତା ନିର୍ବାଚନରେ ୱାର୍ଡ ପକ୍ଷରୁ କଂଗ୍ରେସ ଦଳର ବିଜୟକୁ ସୁନିଶ୍ଚିତ କରିବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଜଣାଇଥିଲେ । ଅନ୍ୟତମ ଅତିଥି ଭାବେ କଟକ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା ଯୋଗଦେଇ ବୁଥସ୍ତରରେ ଦଳୀୟ ସଙ୍ଗଠନକୁ ମଜବୁତ କରିବା ପାଇଁ ଅଧିକ ସଂଖ୍‌ଯାରେ ମହିଳା ଓ ଯୁବକମାନଙ୍କୁ କମିଟିରେ ସାମିଲ କରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଅଶୋକ କୁମାର ସାମଲ, ସାହି ମୂରବୀ ଅସିତ ମୁଖାର୍ଜୀ, ବିଭୁପ୍ରସନ୍ନ ମହାପାତ୍ର, ଅନିଲ ବେହେରା, ଟୁଲୁ ଜେନା, ଜାଫର ବାବୁ, ନୟନା ବିଶ୍ୱାଳ, ଦେବେନ୍ଦ୍ର ପ୍ରସାଦ ସେଠୀ, ପ୍ରଦୀପ ଜେନା, ଧର୍ମାନନ୍ଦ ପାତ୍ର, କାର୍ତିକ ବେହେରା ପ୍ରମୁଖଙ୍କ ସହିତ ନଗର ମହିଳା କଂଗ୍ରେସ ସଭାନେତ୍ରୀ ଶୈଳବାଳା ଜେନା, ତୃପ୍ତି ଦାସ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କା,ନଗର ଯୁବ କଂଗ୍ରେସ ସଭାପତି ବିକି ଚକ୍ରବର୍ତ୍ତୀ, ବାରବାଟୀ-କଟକ ଯୁବ କଂଗ୍ରେସ ସଭାପତି ସନ୍ତୋଷ ପାତ୍ର ଆଲୋଚନାରେ ଅଂଶ ଗ୍ରହଣ କରି ଏବେ ଠାରୁ ଦଳୀୟ କାର୍ଯ୍ୟକ୍ରମକୁ ଯୋରଦାର କରିବା ସହିତ ଜନ ସମ୍ପର୍କ ବୃଦ୍ଧି ନିମନ୍ତେ ନିରନ୍ତର ଉଦ୍ୟମ କରିବାକୁ କହିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *