ସରକାରୀ ଯୋଜନାରେ ଦୁର୍ନୀତି ପ୍ରତିବାଦରେ ଗ୍ରାମବାସୀଙ୍କ ଗଣଧାରଣା

ସରକାରୀ ଯୋଜନାରେ ଦୁର୍ନୀତି ପ୍ରତିବାଦରେ ଗ୍ରାମବାସୀଙ୍କ ଗଣଧାରଣା

News by Anand Pradad Rout (Bhadrak)

#ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅଞ୍ଚଳରେ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି । ଗୋଟିଏ ପରେ ସରକାର ବିଭିନ୍ନ ଜନକଲ୍ୟାଣ ଯୋଜନା ପ୍ରଚଳନ କରୁଥିବାବେଳେ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଯୋଗୁଁ ଏସବୁ ଯୋଜନା ବାଟମାରଣା ହେବା ସହ ହିତାଧିକାରୀଙ୍କ ପାଇଁ ଅପହଞ୍ଚ ହୋଇ ପଡ଼ୁଛି । ତେବେ ସ୍ଥାନୀୟ ସୁଦର୍ଶନପୁର ଗ୍ରାମପଞ୍ଚାୟତର ସରକାରୀ ଯୋଜନାରେ ବ୍ୟାପ ଦୁର୍ନୀତି ହେଉଥିବା ଅଭିଯୋଗ କରି ଏହାର ପ୍ରତିବାଦରେ ଗ୍ରାମବାସୀ ଗଣଧାରଣା ଦେଇଛନ୍ତି । ସରକାରଙ୍କ ଜନହିତକର ଯୋଜନା ମଧ୍ୟରେ ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଏବଂ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ସୁରକ୍ଷା ଯୋଜନା ଆଦି କ୍ଷେତ୍ରରେ ହୋଇଥିବା ମହା ଦୁର୍ନୀତି ବିରୋଧରେ ସୂଚନା ଅଧିକାର କର୍ମୀଙ୍କ ତପନ କୁମାର ବାରିକଙ୍କ ସହ ଗ୍ରାମବାସୀ ଗଣଧାରଣାରେ ବସିଛନ୍ତି । ପୂର୍ବରୁ ସୂଚନା ଅଧିକାର କର୍ମୀଙ୍କ ପକ୍ଷରୁ ସରକାରଙ୍କୁ ବିଭିନ୍ନ ବିଷୟରେ ଦାବି କରି ଥିବାବେଳେ କୌଣସି ସୁଫଳ ମିଳି ନଥିବାରୁ ଆଜି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଏହି ଗଣଧାରଣାରେ ବିଜେପି ନେତା ଉଦୟ ନାରାୟଣ ମଲ୍ଲିକ ଓ କଂଗ୍ରେସ ଜିଲ୍ଲା ସଭାପତି ଅଶୋକ କୁମାର ଦାସଙ୍କ ସମେତ ପଞ୍ଚାୟତର ବହୁ ଜନ ସାଧାରଣ ଯୋଗ ଦେଇଥିଲେ । ତେବେ ସରକାର ଏବଂ ଜିଲ୍ଲା ପ୍ରଶାସନ ଏଥି ପ୍ରତି ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *