କଟକ(ଏନ୍.ଏମ୍.): ଅତି ଭୀଷଣ ରୂପ ନେଇ ଓଡିଶା ଉପକୂଳ ଆଡ଼କୁ ମାଡ଼ି ଆସୁଥିବା ସମ୍ଭାବ୍ୟ ବାତ୍ୟା ‘ୟଶ’ର ମୁକାବିଲା ପାଇଁ ଓଡିଶା ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକରେ ବର୍ତ୍ତମାନ ସୁଦ୍ଧା ୧୭୫ଟି ଉଦ୍ଧାରକାରୀ ଦଳକୁ ମୁତୟନ କରାଯାଇଛି । ଆଜି ଅଗ୍ନିଶମ ଆରକ୍ଷୀ ମହାନିଦେ୍ର୍ଦଶକ ଅସୀତ କୁମାର ପାଣିଗ୍ରାହୀ ଦୁଇଟି ଜିଲ୍ଲା ଗସ୍ତ କରି ଅଗ୍ନିଶମ କେନ୍ଦ୍ରଗୁଡିକର ପ୍ରସ୍ତୁତି ଉପରେ ସମୀକ୍ଷା କରିଥିଲେ । ତାଙ୍କର ଏହି ଗସ୍ତ ସମୟରେ ପ୍ରଥମେ ଭଦ୍ରକ ଜିଲ୍ଲା ଗସ୍ତ କରି ଭଦ୍ରକ ଜିଲ୍ଲା ଦମକଳ କେନ୍ଦ୍ରରେ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ଏଥିରେ ମୁଖ୍ୟତଃ ପ୍ରଭାବିତ ହେବାକୁ ଥିବା ଭଦ୍ରକ ଜିଲ୍ଲାର ୭ଟି ଅଂଚଳକୁ ଚିହ୍ନଟ କରାଯାଇଥିଲା । ଭଦ୍ରକ ଜିଲ୍ଲା ଅଗ୍ନିଶମ ବାହିନୀ ପକ୍ଷରୁ ୯ଗୋଟି ଦଳ ପ୍ରସ୍ତୁତ ହୋଇଥିଲା ବେଳେ ଆଉ ୧୧ଟି ଦଳ ଜିଲ୍ଲା ବାହାରୁ ମୁତୟନ କରାଯାଇଛି । ଏହି ଅବସରରେ କର୍ମଚାରୀମାନଙ୍କୁ ପ୍ରସ୍ତୁତ ରହିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଏହାପରେ ଶ୍ରୀ ପାଣିଗ୍ରାହୀ ବାଲେଶ୍ୱର ଜିଲ୍ଲା ଗସ୍ତ କରି ସେଠାରେ ପୁଲିସ ଅଧିକ୍ଷକ ଏବଂ ଜିଲ୍ଲାପାଳଙ୍କ ସହ ସମ୍ଭାବ୍ୟ ବାତ୍ୟା ବିଷୟରେ ଏକ ବୈଠକରେ ଆଲୋଚନା କରିଥିଲେ । ଏହାପରେ ଅଗ୍ନିଶମ ବିଭାଗର ପ୍ରସ୍ତୁତି ଉପରେ ବାଲେଶ୍ୱର ଦମକଳ କେନ୍ଦ୍ରରେ ବରିଷ୍ଠ ଅଗ୍ନିଶମ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ବାଲେଶ୍ୱର ଜିଲ୍ଲା ଅଗ୍ନିଶମ ବାହିନୀ ପକ୍ଷରୁ ୧୨ଟି ଦଳ ପ୍ରସ୍ତୁତ ହୋଇ ରହିଥିଲା ବେଳେ ଜିଲ୍ଲା ବାହାରୁ ଆଉ ୧୮ଟି ଦଳକୁ ମୁତୟନ କରାଯାଇଛି । ଏହି ଗସ୍ତ ସମୟରେ ଶ୍ରୀ ପାଣିଗ୍ରାହୀ ବ୍ୟବହୃତ ହେବାକୁ ଥିବା ଉଦ୍ଧାରକାରୀ ଯନ୍ତ୍ରାଂସ ଯଥା ପାୱାର ସ, ପାୱାର ବୋଟ, ଲାଇଟ ଆଦିର କାର୍ଯ୍ୟ କ୍ଷମତା ଏବଂ ଆବଶ୍ୟକ ବେଳେ କିପରି ଶୀଘ୍ର ମରାମତି କରାଯାଇ ପୁନଃ କାର୍ଯ୍ୟକ୍ଷମ କରାଯାଇପାରିବ ତାହା ଉପରେ ସମୀକ୍ଷା କରିଥିଲେ । କୋଭିଡ ନିଦେ୍ର୍ଦଶାବଳୀକୁ ଅନୁସରଣ କରିବାକୁ କର୍ମଚାରୀମାନଙ୍କୁ ସେ ନିଦେ୍ର୍ଦଶ ଦେଇଥିଲେ ।
ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ଅଗ୍ନିଶମ ଆରକ୍ଷୀ ମହାନିଦେ୍ର୍ଦଶକଙ୍କ ସମୀକ୍ଷା
🤖 AI Quick Summary
Click the button to generate AI summary.
