ସତ୍ୟଭାମାଦେବୀ ମୂକ-ବଧିର ମହାବିଦ୍ୟାଳୟରେ ସାଇବର ଠକେଇ ସଚେତନା କାର୍ଯ୍ୟକ୍ରମ

ସତ୍ୟଭାମାଦେବୀ ମୂକ-ବଧିର ମହାବିଦ୍ୟାଳୟରେ ସାଇବର ଠକେଇ ସଚେତନା କାର୍ଯ୍ୟକ୍ରମ

News by B.Mishra (BBSR)

ଭୁବନେଶ୍ୱର(ଏନ୍‌.ଏମ୍‌.): ସତ୍ୟଭାମାଦେବୀ ମୂକ-ବଧିର ମହାବିଦ୍ୟାଳୟରେ ଉଚ୍ଚଭରକ୍ସ ଠକେଇକୁ ନେଇ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ମୂକ-ବଧିର ଛାତ୍ର/ଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ ଅଫନ୍ୟୁୟର୍କର ପ୍ରକଳ୍ପ ପରିଚାଳକ ଶିବାନୀ ଶଶୀକାନ୍ତ ମହାନ୍ତି, ଉଦ୍ୟୋଗୀ ଚନ୍ଦ୍ର ଶେଖର ପ୍ରମୁଖ ଯୋଗଦାନ କରି ମୂକ-ବଧିର ଛାତ୍ର/ଛାତ୍ରୀ ମାନଙ୍କୁ ସାଇବର ଠକେଇର ବିଭିନ୍ନ ଦିଗ ଓ ଏଥିରୁ କେମିତି ବର୍ତିହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥିମାନେ କହିଲେ ଯେ, ଅଧିକାଂଶ ସାଇବର ଅପରାଧ ସାଇବର ଅପରାଧୀଙ୍କ ପାଇଁ ଲାଭ ସୃଷ୍ଟି କରାଯାଉଥିବାବେଳେ କେତେକ ସାଇବର ଅପରାଧ କମ୍ପ୍ୟୁଟର କିମ୍ବା ଡ଼ିଭାଇସ୍ ବିରୁଦ୍ଧରେ ସିଧାସଳଖ କ୍ଷତି କିମ୍ବା ଅକ୍ଷମ କରିବା ପାଇଁ ଚେଷ୍ଟା କରିଥାନ୍ତି ଏବଂ ଏଥିସହିତ ମାଲୱେର, ବେଆଇନ ସୂଚନା, ପ୍ରତିଛବି କିମ୍ବା ଅନ୍ୟାନ୍ୟ ସାମଗ୍ରୀ ବିସ୍ତାର କରିବାକୁ କମ୍ପୁଟର କିମ୍ବା ନେଟୱାର୍କ ବ୍ୟବହାର କରିଥାନ୍ତି, ସାଇବର ଅପରାଧର ଏକ ପ୍ରାଥମିକ ପ୍ରଭାବ ହେଉଛି ଆର୍ଥିକ । ସାଇବର ଅପରାଧରେ ବିଭିନ୍ନ ପ୍ରକାରର ଲାଭ-ଚାଳିତ ଅପରାଧିକ କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ ଇମେଲ ଏବଂ ଇଂଟରନେଟ ଠକେଇ, ପରିଚୟ ଠକେଇ, ଆର୍ଥିକ ଆକାଉଂଟ, କ୍ରେଡ଼ିଟ କାର୍ଡ଼ କିମ୍ବା ଅନ୍ୟାନ୍ୟ ପେମେଂଟ କାର୍ଡ଼ ତଥ୍ୟ ଚୋରି କରିବାର ପ୍ରୟାସ କରିଥାନ୍ତି । ଏଥିସହିତ ଲୋଭ, ଭୟ ଓ ଅବହେଳାରୁ ଲୋକମାନେ ସାଇବର ଠକେଇ ଜାଲରେ ପଡୁଛନ୍ତି । ଏଥିରୁ ବର୍ତିବାକୁ ହେଲେ ଥାର୍ଡ଼ପାର୍ଟି (ଆପ୍‌) ଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଥିଲେ । ଯଦି କେହି ସାଇବର ଠକେଇର ଶୀକାର ହୁଅନ୍ତି ତେବେ, ସାଇବର ଥାନାକୁ ସଙ୍ଗେ ସଙ୍ଗେ ଜଣାଇବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ଅତିଥିମାନେ ଯେଉଁସବୁ ପରାମର୍ଶ ଦେଇଥିଲେ ତାଙ୍କର ଅଭିଭାଷଣକୁ ସତ୍ୟଭାମାଦେବୀ ମୂକ-ବଧିର ମହାବିଦ୍ୟାଳୟର ଅଧ୍ୟକ୍ଷା ସଂଘମିତ୍ରା ମହାପାତ୍ର ସାଙ୍କେତିକ ଭାଷାରେ ମୂକ-ବଧିର ଛାତ୍ର/ଛାତ୍ରୀଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମକୁ ସତ୍ୟଭାମାଦେବୀ ୱେଲଫେୟାର ଟ୍ରଷ୍ଟ ମ୍ୟାନେଜିଂ ଟ୍ରଷ୍ଟି ସୁଶ୍ରୀ ନିରୋଜା ଲକ୍ଷ୍ମୀ ମହାପାତ୍ର ପରିଚାଳନା କରିଥିଲେ ଏବଂ କଲେଜର ଅଧ୍ୟାପକ ଶ୍ରୀ ପୂର୍ଣ୍ଣେନ୍ଦୁ ଶେଖର ପରିଡ଼ା ସର୍ବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *