ସତ୍ୟପାଠ ଦ୍ୱାରା ପ୍ରତିଶ୍ରୁତି ରଖିବେ କଟକ ସଦର ନିର୍ବାଚନ ମଣ୍ଡଳର ସ୍ୱାଧୀନ ପ୍ରାର୍ଥୀ ସୁକାନ୍ତ ସେଠୀ

ସତ୍ୟପାଠ ଦ୍ୱାରା ପ୍ରତିଶ୍ରୁତି ରଖିବେ କଟକ ସଦର ନିର୍ବାଚନ ମଣ୍ଡଳର ସ୍ୱାଧୀନ ପ୍ରାର୍ଥୀ ସୁକାନ୍ତ ସେଠୀ


#କଟକ(ଏନ୍‌.ଏମ୍‌.): କଟକ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଓ ସାଧାରଣ ନିର୍ବାଚନରେ କଟକ ସଦରରୁ ସ୍ୱାଧୀନ ବିଧାୟକ ପାର୍ଥୀଭାବେ ସାମାଜିକ କର୍ମୀ ସୁକାନ୍ତ ସେଠୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଉଛନ୍ତି । ତାଙ୍କୁ ପ୍ରାର୍ଥୀତ୍ୱଙ୍କୁ ସମର୍ଥନ କରିବା ନିମନ୍ତେ ବିଭିନ୍ନ ସାମାଜିକ ସଂଗଠନ, ଗ୍ରାମ ମୂରବୀ ଓ ଯୁବକମାନଙ୍କ ପକ୍ଷରୁ ଆଜି ସ୍ଥାନୀୟ ନୂଆପଡା ଠାରେ ଏକ ବନ୍ଧୁମିଳନ ଓ ସଭା ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ବିଧାୟକ ପାର୍ଥୀ ଶ୍ରୀ ସେଠୀ ଯୋଗଦେଇ ସେ ପ୍ରଥମ କରି ନିର୍ବାଚିତ ହେବାପରେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାରୁ କିପରି ଯୋଗ୍ୟ ହିତାଧିକାରୀମାନେ ବଞ୍ଚିତ ନରହିବେ, ନୂଆପଡାସ୍ଥିତ ନିର୍ମାଣ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟ(୨)ର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା, ୪୨ ମୌଜା ଓ ବ୍ରାହ୍ମଣୀଝରିଲ ଠାରେ ଅକାମୀ ହୋଇ ପଡିଥିବା ଶୀତଳ ଭଣ୍ଡାରଗୁଡିକୁ ପୂର୍ଣ୍ଣ ଉଦ୍ଧାର କରିବା, ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଏବଂ ଲୋକମାନଙ୍କ ମୂଖ୍ୟ ସମସ୍ୟା ଉପରେ ଗୁରୁତ୍ୱ ଦେବେ ବୋଲି ସତ୍ୟପାଠ ଦ୍ୱାରା ଭୋଟରଙ୍କୁ ପ୍ରତିଶ୍ରୁତି ଦେବାକୁ କହିବାରୁ ତାହାକୁ ବୈଠକରେ ଉପସ୍ଥିତ ସମର୍ଥକମାନେ ଉତ୍ସାହର ସହିତ ଗ୍ରହଣ କରି ଶ୍ରୀ ସେଠୀଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦେଇଥିଲେ । ଏ ପରିକି ନିର୍ବାଚନ ଜିତିବାପରେ ଯଦି ପ୍ରତିଶୃତି ପାଳନ କରାନଯାଏ ସାଧାରଣ ଲୋକ ତାଙ୍କ ବିରୁଦ୍ଧରେ ଆଇନର ଆଶ୍ରୟ ନେଇପାରିବେ ବୋଲି ଶ୍ରୀ ସେଠୀ ଦୃଢୋକ୍ତିର ସହିତ ପ୍ରକାଶ କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *