ଷ୍ଟିୱାର୍ଟ ସ୍କୁଲରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ଷ୍ଟିୱାର୍ଟ ସ୍କୁଲରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ

News by Kanhu charan Panda (Cuttack)

କଟକ(ଏନ୍‌.ଏମ୍‌.): ସ୍ଥାନୀୟ ମିଶନରୋଡ ସ୍ଥିତ ଷ୍ଟିୱାର୍ଟ ସ୍କୁଲରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍କୁଲ ଅଡିଟୋରିଅମରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ଏଫ୍‌. ସି. ନର୍ଥ ଶିବିରକୁ ଉଦଘାଟନ କରିଥିବାବେଳେ ଏନ. ସି. ସି. ଅଫିସର ସୌମ୍ୟ ରଞ୍ଜନ ପଣ୍ଡା ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଥମ ଓଡ଼ିଶା ମେଡିକାଲ କମ୍ପାନୀ ଏନ. ସି. ସି.ର ଅଫିସର କମାଣ୍ଡିଙ୍ଗ ମେଜର ଡକ୍ଟର କେ. ସି. ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ପିଲାମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ବିଷୟରେ ଉଦବୋଧନ ଦେବା ସହିତ ବିଦ୍ୟାଳୟର ମେଧାବୀ ଏନ. ସି. ସି. ଛାତ୍ର ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବିଦ୍ୟାଳୟର ଉପାଧ୍ୟକ୍ଷା ସୁନିତା ବେହେରା, ସଂଯୋଜିକା ଡି. ମାର୍ଟିନା, ଶିଳ୍ପା ସାହୁ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *