ଶ୍ରୀ ଶ୍ରୀ ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

ଶ୍ରୀ ଶ୍ରୀ ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

news by Priyabrata Sarangi (Gania)

#ଗଣିଆ(ଏନ୍‌.ଏମ୍‌.): ଶ୍ରୀ ଶ୍ରୀ ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟ ଗଣିଆରେ ପ୍ରଥମ ବାର୍ଷିକ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମହାବିଦ୍ୟାଳୟରେ ପାଦ ଥାପିଥିବା ଛାତ୍ରଛାତ୍ରୀମାନେ ନିଜ ପାଇଁ ତଥା ଦେଶ ପାଇଁ ଜଣେ ଜଣେ ଉଜ୍ଜ୍ୱଳ ତାରକା ହେବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଗଣିଆ ବ୍ଲକର ଅଧ୍ୟକ୍ଷା ଝୁନା ଜେନା, ପରିଚାଳନା କମିଟି ସଭାପତି ବ୍ରଜମୋହନ ମିଶ୍ର, ସମିତି ସଭ୍ୟ ଫକୀର ମୋହନ ଡାକୁଆ, ସରପଞ୍ଚ ଗିରିଧାରୀ ସେଠୀ ଏବଂ ବିଭିନ୍ନ ବିଭାଗର ବିଭାଗ ମୂଖ୍ୟ ଯୋଗଦେଇଥିଲେ । ୨ୟ ଓ ୩ୟ ବର୍ଷର ଛାତ୍ର ଛାତ୍ରୀମାନେ ପ୍ରଥମ ବାର୍ଷିକ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଜଣାଇ କହିଥିଲେ ଯେ, ତୁମେ ମାନେ ଶୃଙ୍ଖଳିତ ଭାବେ ମହାବିଦ୍ୟାଳୟର ନିୟମକୁ ପାଳନ କରିବା ଦରକାର । ଅଧ୍ୟାପକ, ଅଧ୍ୟାପିକା ଓ ବଡମାନଙ୍କୁ ସମ୍ମାନ ଦେଇ ଶିଖିଲେ ଭବିଷ୍ୟତରେ ଅନ୍ୟମାନଙ୍କ ଠାରୁ ସମ୍ମାନ ପାଇପାରିବ ଓ ସମାଜରେ ନିଜକୁ ପ୍ରତିଷ୍ଠିତ କରି ପାରିବ । ପ୍ରଥମ ବାର୍ଷିକ ଛାତ୍ରଛାତ୍ରୀମାନେ ଏହାକୁ ସ୍ୱୀକାର କରିବା ସହିତ ସମଗ୍ର ଜିଲ୍ଲାରେ ମହାବିଦ୍ୟାଳୟର ଟେକ ରଖିବା ଭଳି କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟ ମଞ୍ଚାସୀନ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ଭାବେ ମନଦେଇ ପାଠ ପଢିବା ସହିତ ନିଜକୁ ସମାଜରେ ଜଣେ ସୁ-ନାଗରିକ ଭାବେ ପ୍ରତିଷ୍ଠିତ ହେବାକୁ ପରାମର୍ଶ ଦେଇଥିଲେ । ବିଧାୟକ ଶ୍ରୀ ବେହେରା ପିଲାମାନଙ୍କୁ ଅନେକ ଉପଦେଶ ଦେଇ କଥା ଛଳରେ ସେ କହିଥିଲେ ଯେ, ଗୋପବନ୍ଧୁ ଦାସଙ୍କ ପିତୃଦତ୍ତ ନାମ ଥିଲେ ସୁଦ୍ଧା ନିଜର କାର୍ଯ୍ୟାବଳୀ ଯୋଗୁଁ ସେ ଉତ୍କଳମଣି ନାମରେ ପରିଚିତ ଥିଲେ । ବାପା ମା’ ଦେଇଥିବା ନାମ ଅପେକ୍ଷା ସମାଜ ଦେଉଥିବା ନାମରେ ଅଧିକ ମହତ୍ତ୍ୱ ରହିଛି । ତେଣୁ ଛାତ୍ରଛାତ୍ରୀମାନେ ଏଭଳି ଭଲ କାମ କରିବା ଦରକାର ଯାହାକି ଭବିଷ୍ୟତରେ ସମାଜ ତାଙ୍କୁ ଅଲଗା ଉପାଧି ଦେଇ ପ୍ରତିଷ୍ଠିତ କରିପାରିବ ବୋଲି କହିଥିଲେ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *