ଲିଭର ଟ୍ରାନ୍ସପ୍ଲାଣ୍ଟ କ୍ଷେତ୍ରରେ ସୁନାମ ଅର୍ଜନ କରିଛି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ


#କଟକ(ଏନ୍‌.ଏମ୍‌.): ଚିକିତ୍ସା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସୁନାମ ଆଣୁଛି କଟକ ବଡ଼ମେଡ଼ିକାଲ । ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ଲିଭର ଟ୍ରାନ୍ସପ୍ଲାଣ୍ଟ ସଫଳତା ଓଡ଼ିଶା ଚିକିତ୍ସା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ପ୍ରକାଶ ଯେ, ଆଠଗଡ ତିଗିରିଆ ଥାନା ଅନ୍ତର୍ଗତ ମନପୁର ଗ୍ରାମରେ ରହୁଥିବା ମାନସ ବାରିକ ଯାହାଙ୍କର ବୟସ ୪୦ ବର୍ଷ ଡ୍ରାଇଭର ଭାବରେ ଗାଡି ଚଳାଇ ନିଜର କୁଟୁମ୍ବ ପୋଷୁଥିଲେ । ଭାଗ୍ୟର ବିଡମ୍ବନା ଦେହ ଅସୁସ୍ଥ ହେବାରୁ ନିକଟସ୍ଥ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସେଠାରେ କିଛି ଫଳପ୍ରଦ ନହେବାରୁ ସେ କଟକ ଆସି ଏସସିବି ମେଡିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରିବାରୁ ଜାଣିପାରିଲେ ଯେ, ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ । ଅଙ୍ଗ ଦାନ ପାଇଁ ତାଙ୍କର ସହଧର୍ମିଣୀ ଆଗେଇ ଆସିଲେ । ଶ୍ରୀ ବାରିକଙ୍କ ପାଇଁ ଏଆଇଜି ହସ୍ପିଟାଲ, ହାଇଦ୍ରାବାଦ୍ ଲିଭର ଟ୍ରାନ୍ସପ୍ଲାଣ୍ଟ ଟିମ ଏସିବି ଲିଭର ଟ୍ରାନ୍ସପ୍ଲାଣ୍ଟ ଟିମ ଏବଂ ହେପାଟୋଲୋଜି ବିଭାଗର ସହଯୋଗରେ ଚିକିତ୍ସା ଆରମ୍ଭ କରାଯାଇଥିଲା । ଅସ୍ତ୍ରୋପଚାର ପାଇଁ ଗତ ମାସ ଏପ୍ରିଲ୍ ୦୩ ତାରିଖକୁ ଧାର୍ଯ୍ୟ କରାଯାଇଥିଲା । ପ୍ରଥମେ ତାଙ୍କ ପତ୍ନୀ ରଶ୍ମିତା ବାରିକଙ୍କ ଠାରୁ ଟ୍ରାନ୍ସପ୍ଲାଣ୍ଟ କରାଯାଇ ସ୍ୱାମୀଙ୍କ ଅଙ୍ଗରେ ଲଗାଯାଇଥିଲା । ଏହି ସର୍ଜିକାଲ୍ ଟିମିରେ ଏଆଇଜି ମେଡିକାଲ ହାଇଦ୍ରାବାଦ ଏବଂ ଭାରତର ପ୍ରଖ୍ୟାତ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡାକ୍ତର ପି. ବାଲାଚନ୍ଦନ୍ ମେନନ୍ ଏବଂ ନିର୍ଦ୍ଦେଶକ ତଥା ମୂଖ୍ୟ ଡାକ୍ତର ପ୍ରେମ କୁମାର, ଡାକ୍ତର କୁମାର ସ୍ୱମୀ, ଡାକ୍ତର ଶକ୍ତି ସ୍ୱରୂପ, ଡାକ୍ତର ଗୋବିନ୍ଦ, ଡାକ୍ତର ବିବେକଙ୍କ ସହିତ କଟକ ଏସିବି ଲିଭର ଟ୍ରାନ୍ସପ୍ଲାଣ୍ଟ ଟିମର ମୂଖ୍ୟ ପ୍ରଫେସର୍ ରାଜେଶ କୁମାର ଦୋରା, ନୋଡାଲ ଅଫିସର ପ୍ରଫେସର୍ ପ୍ରମୋଦ ପଲାଇ, ଡାକ୍ତର ଲକ୍ଷ୍ମୀ ନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଅସ୍ତ୍ରୋପଚାର କରିଥିଲେ । ଯାହାଙ୍କର କର୍ଣ୍ଣଧାର ଥିଲେ କଟକ ଏସିବି ବଡ ମେଡିକାଲର ଅଧୀକ୍ଷକ ପ୍ରଫେସର୍ ସୁଧାଂଶୁ ଶେଖର ମିଶ୍ର । ଏବେ ଦୁଇ ଜଣ ରୋଗୀ ସୁସ୍ଥ ହେବା ଦ୍ୱାରା ଅନ୍ୟ ରୋଗୀମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

Leave a Reply

Your email address will not be published. Required fields are marked *