ରେଲୱେ ଏସପିଙ୍କୁ ବଦନାମ ଚକ୍ରାନ୍ତକୁ ଓଡ଼ିଶା ପୁଲିସ ହାବିଲଦାର ଓ କନଷ୍ଟେବଳ ଜିଆରପି ବ୍ରାଞ୍ଚ ସଂଘର ନିନ୍ଦା

ରେଲୱେ ଏସପିଙ୍କୁ ବଦନାମ ଚକ୍ରାନ୍ତକୁ ଓଡ଼ିଶା ପୁଲିସ ହାବିଲଦାର ଓ କନଷ୍ଟେବଳ ଜିଆରପି ବ୍ରାଞ୍ଚ ସଂଘର ନିନ୍ଦା

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): କଟକ ରେଳବାଇ ଏସପି (ଏସଆରପି) ସୁନିଲ କୁମାର ଆଚାର୍ଯ୍ୟଙ୍କ ବିରୋଧରେ କିଛି ଖଳ ପ୍ରକୃତର କର୍ମଚାରୀ ତାଙ୍କୁ ବଦନାମ କରିବାକୁ ଚକ୍ରାନ୍ତ କରିବା ଭଳି ଓଡ଼ିଶା ପୁଲିସ ହାବିଲଦାର ଓ କନଷ୍ଟେବଳ ଜିଆରପି ବ୍ରାଞ୍ଚ ଆସୋସିଏସନ ସଂଗୀନ ଅଭିଯୋଗ ଆଣିଛି । ସଂଘର ସଭାପତି ମାନସ କୁମାର ବାରିକ, ସମ୍ପାଦକ ରଜନୀକାନ୍ତ ବିଶ୍ୱାଳ ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କିଛି ଖଳ ପ୍ରକୃତିର କର୍ମଚାରୀ ଏସପି ଶ୍ରୀ ଆଚାର୍ଯ୍ୟଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ମିଥ୍ୟା ଅଭିଯୋଗ ଆଣିଥିବା କହିଥିଲେ । ଏସପି ସୁନିଲ୍ କୁମାର ଆଚାର୍ଯ୍ୟ ଜଣେ ଦୟାଳୁ, ସ୍ୱଚ୍ଛ ଏବଂ ଅତ୍ୟନ୍ତ ଭଦ୍ରଲୋକ ବୋଲି ସଂଘର କର୍ମକର୍ତ୍ତା ପ୍ରକାଶ କରିଛନ୍ତି । ସେ ସମସ୍ତ ଫୋର୍ସ ମାନଙ୍କର ପାରିବାରିକ ତଥା ବ୍ୟକ୍ତିଗତ ଅସୁବିଧାକୁ ଦୃଷ୍ଟିରେ ରଖି ସେମାନଙ୍କ ସମସ୍ୟାର ସମାଧାନ କରିବା ଦିଗରେ ସମ୍ପୂର୍ଣ୍ଣ ଚେଷ୍ଟା କରିଥାନ୍ତି । ତେଣୁ ତାଙ୍କ ଉପରେ ସମସ୍ତ ଫୋର୍ସ ଖୁସି ଥିବା ବେଳେ କିଛି କୁଚକ୍ରୀମାନେ ମିଥ୍ୟା ଅଭିଯୋଗ ଆଣୁଛନ୍ତି କି ଡିଷ୍ଟ୍ରିକ ଅର୍ଡ଼ର/ପ୍ରୋସିଡିଙ୍ଗ ଗୁଡ଼ିକରେ ଅନିୟମିତତା ଏବଂ ଅର୍ଥ କାରବାର ଭଳି ଭିତ୍ତିହୀନ ଓ ମିଥ୍ୟା ଅଭିଯୋଗ ଉଠାଇବାକୁ ପଛଘୁଞ୍ଚା ଦେଉନାହାନ୍ତି । ଏପରିକି ଏସଆରପି ଯେଉଁ ବାସଗୃହରେ ରହୁଛନ୍ତି ତାହା ସମ୍ପୂର୍ଣ୍ଣ ବାସପୋଯୋଗୀ ଏବଂ ବିଦ୍ୟୁତ ସଂଯୋଗ ସମ୍ପୂର୍ଣ୍ଣ ଆଇନ ସିଦ୍ଧ ବୋଲି ସଂଘ ପକ୍ଷରୁ କୁହାଯିବା ସହ ଘରଭଡ଼ା ବାବଦରେ ସେ ସରକାରଙ୍କ ଠାରୁ କୌଣସି ଭଡ଼ା ନେଉନଥିବା ସଂଘ ସଭାପତି ଶ୍ରୀ ବାରିକ କହିଛନ୍ତି । ତେବେ କୁଚକ୍ରୀ କର୍ମଚାରୀଙ୍କ କାର୍ଯ୍ୟପ୍ରତି ସଂଘ ପକ୍ଷରୁ ତିବ୍ର ନିନ୍ଦା କରାଯାଇଛି ।

Leave a Reply

Your email address will not be published. Required fields are marked *