ରେଡିଓ ନମସ୍କାର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ

ରେଡିଓ ନମସ୍କାର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ

News by Ajit Kumar Mallick (Konark)

#କୋଣାର୍କ (ଏନ୍‍.ଏମ୍‍.): କୁରୁଜଙ୍ଗ ପଞ୍ଚାୟତ ସ୍ଥିତ ବାବା ଐଶାନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୁରୁଜଙ୍ଗ ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମର ତିନିଶହରୁ ଉର୍ଦ୍ଧ୍ୱ ମହିଳା, ଅଙ୍ଗନୱାର୍ଡୀ କର୍ମୀ, ଆଶାକର୍ମୀ ଯୋଗ ଦେଇଥିଲେ । ଏଥିରେ ଅତିଥି ଭାବେ କୋଣାର୍କ ଏନ୍‌ଏସିର ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ରେଡିଓ ନମସ୍କାରର ସଂଯୋଜିକା ଏସ୍‌. କାଜଲ ,କୋଣାର୍କ ଥାନା ଏଏସଆଇ ଜ୍ୟୋତ୍ସ୍ନାରାଣୀ ସାହୁ, କୁରୁଜଙ୍ଗ ମହାସଂଘର ସଭାନେତ୍ରୀ ଝରଣା ପରିଡା, ଏମବିକେ ମିନତୀ ସେଠି, ନାରିନେତ୍ରୀ ସୁହାଶିନୀ ମହାପାତ୍ର, ଅଙ୍ଗନୱାର୍ଡି କର୍ମୀ ପ୍ରଶାନ୍ତି ଦାସ ପ୍ରମୁଖ ଯୋଗଦେଇ ଘରୋଇ ହିଂସା, ଶିଶୁଶ୍ରମିକ, ବାଲ୍ୟବିବାହକୁ ବିରୋଧ କରିବା, ସ୍ୱଚ୍ଛତା, ଶିକ୍ଷା, ସ୍ୱାସ୍ଥ୍ୟ, ନାରୀ ଜାତିର ଉନ୍ନତିରେ ଦେଶର ସର୍ବାଙ୍ଗିନ ବିକାଶ ହୋଇ ପାରିବା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ମହିଳାମାନଙ୍କୁ ନେଇ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ଯେଉଁମାନେ ଏଥିରେ ସଠିକ୍ ଉତ୍ତର ଦେଇଥିଲେ ସେହି ମହିଳାମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶେଷରେ ମହିଳାମାନଙ୍କୁ ନେଇ ଏକ ପଦଯାତ୍ରା ଐଶାନେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ବାହାରି ବଜାର ପରିକ୍ରମା କରିଥିଲା, ଏହି କାର୍ଯ୍ୟକ୍ରମକୁ ରୋଜାଲିନ୍ ପ୍ରଧାନ, ଅନୁପ ସାହୁ, ଟିକିନା ରାଉତ, ଗୌରୀ ସ୍ୱାଇଁ, ଗୀତା ବିଶ୍ୱାଳ, ଭାରତୀ ସେଠି, ଯଶୋଦା କାଣ୍ଡି ପ୍ରମୁଖ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *