ରାସ୍ତା ଚଉଡ଼ା କରିବା ଦାବିରେ ଯୁବଗୋଷ୍ଠୀଙ୍କ ନିଆରା ପ୍ରତିବାଦ: ବାଇକ ଆରୋହୀକୁ ପିଟି ଦେବାରୁ ଅଟକାଇଲେ ମୋ ବସ

ରାସ୍ତା ଚଉଡ଼ା କରିବା ଦାବିରେ ଯୁବଗୋଷ୍ଠୀଙ୍କ ନିଆରା ପ୍ରତିବାଦ: ବାଇକ ଆରୋହୀକୁ ପିଟି ଦେବାରୁ ଅଟକାଇଲେ ମୋ ବସ


#ଜଗତପୁର(ଏନ୍‌.ଏମ୍‌.): ମହାନଦୀ ଜଗତପୁର ବ୍ୟାରେଜ ଛକ ଠାରୁ ବିରୂପା ବ୍ୟାରେଜ ଛକ ପର୍ଯ୍ୟନ୍ତ ଆଇ.ବି. ରୋଡକୁ ଚଉଡା କରିବା ପାଇଁ ବାରମ୍ବାର ଦାବି କରାଯାଉଥିବାବେଳେ କୌଣସି ସୁଫଳ ନମିଳିବାରୁ ଆଜି ଯୁବଗୋଷ୍ଠୀଙ୍କ ପକ୍ଷରୁ ଏକ ନିଆରା ପ୍ରତିବାଦ ଦେଖିବାକୁ ମିଳିଛି । ଦିନକୁ ଦିନ ଜଗତପୁର ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧି ହେଉଥିବାବେଳେ ଯାନବାହନ ମଧ୍ୟ ବୃଦ୍ଧି ପାଇଛି । ଏଥି ସହିତ ଏହି ରାସ୍ତାଦେଇ ଦୈନିକ ଶହ ଶହ ହାଲୁକା ଓ ଭାରୀ ଯାନ ଚଳାଚଳ କରୁଥିବାବେଳେ ରାସ୍ତାକଡ଼ରେ ଦୋକାନ ବଜାର ମଧ୍ୟ ବଢ଼ିବାରେ ଲାଗିଛି । ଫଳରେ ଏହି ରାସ୍ତାଦେଇ ପଦଚାରୀ ବା ସାଇକେଲ ଆରୋହୀ ଯାତାୟତ କରିବା ଅସମ୍ଭବ ହୋଇ ପଡ଼ୁଛି । ତେଣୁ ଏହି ରାସ୍ତାକୁ ତୁରନ୍ତ ପ୍ରସସ୍ତିକରଣ କରିବା ଦାବିରେ ଆଜି ସ୍ଥାନୀୟ ବଟମୂଳ ଛକରେ ଅଞ୍ଚଳର ବହୁ ଯୁବକମାନେ ମୋ ବସକୁ ଅଟକାଇ ରାସ୍ତା ପ୍ରସସ୍ତିକରଣ ପାଇଁ ଦାବି କରିଥିଲେ । ଅନ୍ୟପକ୍ଷରେ କିଛି ଲୋକ ରାସ୍ତା କଡମାନଙ୍କରେ ଥିବା ସରକାରୀ ଜାଗା ଉପରେ ଯୋରଜବରଦସ୍ତ ଦୋକାନ ବଜାର ଗଢି ତୋଳି ରାସ୍ତାଟିକୁ ସମ୍ପୂର୍ଣ୍ଣ ସଙ୍କୁଚିତ କରିସାରିଲେଣି । ପୁନଶ୍ଚ ଏହି ଆଇବି ରୋଡ ଦେଇ ପ୍ରତିଦିନ ୨୦ରୁ ୩୦ ଥର ମୋ ବସ, ୧୦ ରୁ ୨୦ ଥର ସ୍କୁଲ ବସ, ଘର ନିର୍ମାଣ ପାଇଁ ଇଟା, ବାଲି, ଗୋଡି ଓ ପଥର ପ୍ରଭୃତିକୁ ନେବା ଆଣିବା ପାଇଁ ପ୍ରତେକ ଦିନ ଟ୍ରକ, ଟ୍ରାକଟର ଭଳି ଗାଡି ମଟର ଯିବା ଆସିବା କରିବା ଫଳରେ ପ୍ରତିଦିନ ଛୋଟ ବଡ ଦୃର୍ଘଟଣା ମାନ ଘଟୁଥିବାର ଦେଖିବାକୁ ମିଳୁଛି । ଆଜି ସଂନ୍ଧ୍ୟା ବେଳେ ବଟ ଛକରେ ମୋ ବସ ସହିତ ଏକ ବାଇକ ଆରୋହୀ ପିଟି ହୋଇ ଖଣ୍ଡିଆ ଖାବରା ହେବାରୁ ସ୍ଥାନୀୟ ଯୁବ ଗୋଷ୍ଟିଙ୍କର ଏକ ନିଆରା ଢଙ୍ଗରେ ରାଜ୍ୟ ସରକାରଙ୍କୁ ଆଇବି ରୋଡ ରାସ୍ତା କଡରୁ ଜବର ଦଖଲ ଉଚ୍ଛେଦ କରି ରାସ୍ତା ଚଉଡା କରିବା ପାଇଁ ନିବେଦନ କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *