ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ

ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ଆଜି ସିଏମସି ୨୨ ନମ୍ବର ୱାର୍ଡ଼ର ତିନିକୋଣିଆ ବଗିଚା ସ୍ଥିତ ଶ୍ରୀ ଶ୍ରୀ ଷୋଳପୁଅ ମା’ ଠାକୁରାଣୀ ମନ୍ଦିର ପରିସରରେ ପ୍ରଥମ ପର୍ଯ୍ୟାୟରେ ଶୀତ ବସ୍ତ୍ର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ମହିଳା, ଶିଶୁ ଏବଂ ସିଏମସି ସଫେଇ କର୍ମଚାରୀମାନଙ୍କୁ ଶୀତ ବସ୍ତ୍ର ବିତରଣ କରାଯାଇଛି । ସ୍ମୃତି ପରିଷଦ ପକ୍ଷରୁ ଶୀତ ଦିନରେ ଏଭଳି ଏକ ଶୀତ ବସ୍ତ୍ର ବିତରଣ ଅଭିଯାନ ଆରମ୍ଭ କରାଯାଇଛି । ବିଶେଷ କରି ସହରର ଗରିବ ଅସହାୟ ଏବଂ ଫୁଟପାଥ୍ ତଳେ ବସବାସ କରୁଥିବା ଲୋକମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଉଛି । ରାମବିଳାସ ଶର୍ମା ସେବା ସ୍ମୃତି ସଂସଦ ସଂପାଦକ ମନୋଜ ଶର୍ମା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କହିଲେ ଚଳିତ ଶୀତ ଋତୁରେ ସର୍ବପ୍ରଥମେ ତିନିକୋଣିଆ ବଗିଚା ଠାରୁ ଶୀତ ବସ୍ତ୍ର ବିତରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଆଗାମୀ ଦିନରେ ସହରର ବିଭିନ୍ନ ୱାର୍ଡ଼ରେ ଏଭଳି ଶୀତବସ୍ତ୍ର ବିତରଣ କାର୍ଯ୍ୟକ୍ରମ ରହିଛି । ସ୍ଥାନୀୟ ଅଞ୍ଚଳ ବାସିନ୍ଦାମାନେ ସଂସଦର ଏଭଳି ଜନସେବା ମନୋବୃତ୍ତିକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ସାହି ମୂରବୀ ରାଜେନ୍ଦ୍ର କୁମାର ନାୟକ, ବିଶିଷ୍ଟ ସମାଜସେବୀ କିଶୋର ମହାନ୍ତି, କିଶନ ଶର୍ମା, ଜଗନ୍ନାଥ ରାଓ, ମହମ୍ମଦ ଗୋରା, ପାରସ୍‌, ଏସ୍‌. ଦୁର୍ଗା ରାଓ, ଏମ୍‌.ରାଜୁ, ସୁଶୀଲ ଶର୍ମାଙ୍କ ସମେତ ବହୁ ସାହି ବାସିନ୍ଦା ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *