ରାଇରଙ୍ଗପୁରରେ ସହିଦ ନୁଦୂରାମ ସୋରେନ୍ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ନିଃଶୁଳ୍କ ଚକ୍ଷୁ ଶିବିର

ରାଇରଙ୍ଗପୁରରେ ସହିଦ ନୁଦୂରାମ ସୋରେନ୍ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ନିଃଶୁଳ୍କ ଚକ୍ଷୁ ଶିବିର

News by Akshya Kumar Biswal (Rairangpur)

#ରାଇରଙ୍ଗପୁର(ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସହିଦ ନୁଦୂରାମ ସୋରେନ ମେମୋରିଆଲ ଟ୍ରଷ୍ଟ’ ଆନୁକୂଲ୍ୟରେ ନିଃଶୁଳ୍କ ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରାଇରଙ୍ଗପୁର ପୌରାଞ୍ଚଳର ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଏହି ସାମାଜିକ ସେବା କାର୍ଯ୍ୟକ୍ରମକୁ ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନରଂଜନ ହେମ୍ବ୍ରମ, ରାଇରଙ୍ଗପୁର ପୌର ପରିଷଦ ଉପାଧ୍ୟକ୍ଷା ମମିତା ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ସହିଦ ନୁଦୂରାମ ସୋରେନଙ୍କ ତୈଳ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଏହି ଚକ୍ଷୁ ଶିବିରରେ ବାରିପଦାର ଅଭିଜ୍ଞ ଚକ୍ଷୁ ଚିକିତ୍ସକ ଏବଂ କର୍ମଚାରୀ ଯୋଗ ଦେଇ ଚକ୍ଷୁ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ବାମନଘାଟୀ ଉପଖଣ୍ଡର ୭ ଟି ବ୍ଳକ ଏବଂ ମ୍ୟୁନିସିପାଲିଟିର ୧୬୦ ରୁ ଉର୍ଦ୍ଧ୍ୱ ଚକ୍ଷୁ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ସେଥି ମଧ୍ୟରୁ ୯୨ ଜଣଙ୍କର ମୋତିଆବିନ୍ଦୁ ଚିହ୍ନଟ ହୋଇଥିଲା । ଖୁବ ଶିଘ୍ର ସେମାନଙ୍କ ମୋତିଆ ବିନ୍ଦୁ ଅସ୍ତ୍ରପୋଚାର କରାଯିବ । ରୋଗୀଙ୍କ ଯିବା, ଆସିବା, ରହିବା ଖର୍ଚ୍ଚ ଅନୁଷ୍ଠାନ ବହନ କରିବ ବୋଲି ଟ୍ରଷ୍ଟରେ ଅଧ୍ୟକ୍ଷ ମନୋରଞ୍ଜନ ହାଁସଦା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମକୁ ସହିଦଙ୍କ ପତ୍ନୀ ଲକ୍ଷ୍ମୀରାଣୀ ସୋରେନ, ଅଧ୍ୟାପକ ବିଜୟ ରାମ, ସେବା ନିବୃତ ସରକାରୀ କର୍ମଚାରୀ ମୋଚିରାମ ମାଝୀ, ମେଜର ମହେନ୍ଦ୍ର ନାଥ ମହାନ୍ତ, ଅଧ୍ୟାପକ ଡଃ ଦିଗମ୍ବର ଗିରି, ଶିକ୍ଷକ ରଞ୍ଜନ ନନ୍ଦ, ଶିକ୍ଷକ ତିମିର ରଞ୍ଜନ ପଣ୍ଡା, ବାଙ୍କିଶୋଳ କିଟ୍ ପ୍ରିନସିପାଲ ଗଣେଶ ମିଶ୍ର, ସତୀଶ ମହାନ୍ତ, ଅଧ୍ୟାପକ ରାଜେଶ ରାମ, ପରେଶ ସୋରେନ, ପଙ୍କଜ ଦାସ, ଡଃ ରାଜେନ୍ଦ୍ର ମଣ୍ଡଳ, କାରୁ ମାରାଣ୍ଡି, ଶିକ୍ଷକ ଗୋପାଳ ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *