ରାଇରଙ୍ଗପୁରର ସାଂସ୍କୃତିକ ଅନୁଷ୍ଠାନ ‘ପରିକ୍ରମା’ ପକ୍ଷରୁ ରଙ୍ଗ ରଙ୍ଗୋଲି ଓ ସମ୍ବର୍ଦ୍ଧନା ଉତ୍ସବ

ରାଇରଙ୍ଗପୁରର ସାଂସ୍କୃତିକ ଅନୁଷ୍ଠାନ ‘ପରିକ୍ରମା’ ପକ୍ଷରୁ ରଙ୍ଗ ରଙ୍ଗୋଲି ଓ ସମ୍ବର୍ଦ୍ଧନା ଉତ୍ସବ

News by Akshaya Biswal (Rairangpur)

#ରାଇରଙ୍ଗପୁର(ଏନ୍‌.ଏମ୍‌.): ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳର ଅନନ୍ୟ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ପରିକ୍ରମା’ ଆନୁକୁଲ୍ୟରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ମନୋଜ ଦାସଙ୍କ ପୌରହିତ୍ୟରେ ବସନ୍ତ ଉତ୍ସବ ‘ରଙ୍ଗ ରଙ୍ଗୋଲି’ ଏବଂ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ବସନ୍ତ ଉତ୍ସବ ପରିପ୍ରେକ୍ଷୀରେ ଅପରାହ୍ନରେ କବିତା ଆସର ‘ଫଗୁଣରେ ଫଗୁ’ ଶିକ୍ଷକ ରଂଜନ ନନ୍ଦ, ଡଃ ଦିଗମ୍ବର ଗିରି ଏବଂ ତିମିର ରଞ୍ଜନ ପଣ୍ଡାଙ୍କ ସଂଯୋଜନାରେ ଆୟୋଜନ ହୋଇଥିଲା । ବହୁ କବି ଓ କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ସଂନ୍ଧ୍ୟାରେ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଅନୁଷ୍ଠାନର ଅଧ୍ୟକ୍ଷ ଇଶାନ ମିଶ୍ର, ବିଶିଷ୍ଟ ଘନଶ୍ୟାମ ମିଶ୍ର ଏଣ୍ଡ ସନସ୍ ପ୍ରାଇଭେଟ୍ ଲିମିଟେଡର ଖଣି ମାଲିକ ଜଗଦୀଶ ମିଶ୍ର, ଶ୍ରୀ ଶ୍ରୀ ରବିଶଙ୍କର ୟୁନିଭରସିଟିର ମାନବ ସମ୍ବଳ ବିଭାଗ ମୁଖ୍ୟ ବିଜୟା ଲକ୍ଷ୍ମୀ ମହାନ୍ତି ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦ୍ଘାଟନ କରିଥିଲେ । ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ ଦାସ ଯୋଗଦେଇ କହିଲେ ଯେ, ଅନୁଷ୍ଠାନଟି ସମସ୍ତଙ୍କ ପାଇଁ ଉତ୍ସର୍ଗୀକୃତ । ସମସ୍ତେ ଗୁଣ୍ଡିଚିମୂଷା ଭଳି ସହଯୋଗ କଲେ ଅନୁଷ୍ଠାନ ଏ ଅଞ୍ଚଳରେ ସାଂସ୍କୃତିକ ଜାଗରଣରେ ସହାୟକ ହେବ । ରାଇରଙ୍ଗପୁର ହାଇସ୍କୁଲର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଅତିଥି ପରିଚୟ ସହ ମଞ୍ଚ ପରିଚାଳନା କରିଥିଲେ । ପରେ ପ୍ରତିଭା ପୂଜା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଚଳିତ ବର୍ଷ ରଙ୍ଗ ରଙ୍ଗୋଲିରେ ଶିକ୍ଷାବିତ ଅନନ୍ତ କୁମାର ମିଶ୍ର ସ୍ମୃତି ସମ୍ମାନରେ ରଂଜନ ନନ୍ଦ, ସମାଜସେବୀ ଦ୍ରୁପଦ ଚନ୍ଦ୍ର ଡଗରା ସ୍ମୃତି ସମ୍ମାନ ପୁରୀ ଜିଲ୍ଲାର କାକୁଡିଆର ସମାଜସେବୀ ରାଜ କିଶୋର ସ୍ୱାଇଁ, ଗୀତିକବି ଜିତେନ୍ଦ୍ର ପଟ୍ଟନାୟକ ସ୍ମୃତି ସମ୍ମାନ ବିଶିଷ୍ଟ କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦ୍ଦେଶକ କୈଳାଶ ସାହୁ, ସାମ୍ବାଦିକ ଅମରେନ୍ଦ୍ର ଲାଲ ବୋଷ ସ୍ମୃତି ସମ୍ମାନ ପୁରୀ ଜିଲ୍ଲାର ପରିବେଶବିତ୍ ଶୋଭାକର ବେହେରା, ଝୁମର ବିଶାରଦ ଗିରିଶ ଚନ୍ଦ୍ର ମହାନ୍ତ ସ୍ମୃତି ସମ୍ମାନ ରାଇରଙ୍ଗପୁର ହଳଦା ଅଂଚଳର ଝୁମର ଗୀତିକାର ଗୌର ଚନ୍ଦ୍ର ମହାନ୍ତ, ପ୍ରତିବେଶୀ ସମ୍ମାନ ଝାଡ଼ଖଣ୍ଡ ରାଜ୍ୟ ଇଛା ଅଂଚଳର ସାରସ୍ୱତ ସାଧକ ବିଷ୍ଣୁପଦ ସିଂହଦେଓ, ମୟୂରଭଞ୍ଜ ଛଉ ଗୌରବ ସମ୍ମାନ ଛାଉଣୀ ପ୍ରୋଜେକ୍ଟ କାର୍ଯ୍ୟ ନିର୍ବାହୀ ନିର୍ଦେଶିକା ତଥା ଛଉ ନୃତ୍ୟ ଗବେଷିକା ଶୁଭଶ୍ରୀ ମୁଖାର୍ଜୀ, ସାମ୍ବାଦିକ ଗୌରବ ସମ୍ମାନ ପୁରୀ ଜିଲ୍ଲା ଅସ୍ତରଙ୍ଗର ଦୁଃଶାସନ ନାୟକ, ଏବଂ ମଂଚ ଗୌରବ ସମ୍ମାନ ପିପିଲି ଅଂଚଳରଶ୍ରୀ ନଗେନ୍ଦ୍ର ପ୍ରଧାନ, ଛଉ ନୃତ୍ୟ ଗୁରୁ ଶିବ କୁମାର ସାହୁଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ କଣ୍ଠଶିଳ୍ପୀ କୈଳାଶ ସାହୁ ଏବଂ ସାଥୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଗଜଲ୍ ପରିବେଷଣ କରାଯାଇଥିଲା । ବାଦାମବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *