ରାଇରଙ୍ଗପୁର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ  ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ରାଇରଙ୍ଗପୁର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ  ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

News by Akshya Biswal (Rairangpur)

#ରାଇରଙ୍ଗପୁର (ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମିଳିତ ଶିକ୍ଷକ ମହାସଂଘ ତରଫରୁ ବହୁ ସଂଖ୍ୟାରେ ଶିକ୍ଷକ/ଶିକ୍ଷୟତ୍ରୀ ଏକତ୍ର ହୋଇ ଡ୍ରେସ କୋଡ଼ ବର୍ଜନ ସହ କଳାବ୍ୟାଚ ଲଗାଇ ବିଭିନ୍ନ ଦାବି ନେଇ ଏକ ବିଶାଳ ଶୋଭାଯାତ୍ରା କରିଥିଲେ । ସ୍ଥାନୀୟ ଦୁର୍ଗା ମଣ୍ଡପ ଛକରୁ ସହର ପରିକ୍ରମା କରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା । ଶିକ୍ଷକମାନେ ସେମାନଙ୍କ ଦାବିନେଇ ପ୍ଳାକାର୍ଡ ସହ ଦାବି ସପକ୍ଷରେ ସ୍ଲୋଗାନ ଦେଇ ସଚେତନ କରାଇଥିଲେ । ସେମାନଙ୍କର ମୁଖ୍ୟ ଦାବି ଚାକିରୀ କାଳ ୬ ବର୍ଷ ଗଣନା ସହ ୬ ଟି ଇନକ୍ରିମେଣ୍ଟ ପ୍ରଦାନ, ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ । ଏହି ଆନ୍ଦୋଳନରେ ଜିଲ୍ଲା ସଂଘର କାର୍ଯ୍ୟକାରୀ ସଭାପତି ଅନିଲ ମହାନ୍ତ, ମନୋରଞ୍ଜନ ମଣ୍ଡଳ, ସୋମଲାଲ ମହାନ୍ତ, ଆଲୋକ ସିଂ, ଦେବବ୍ରତ ଗିରି, ଦୀପକ ଅଗ୍ରୱାଲ, ପ୍ରଶାନ୍ତ ଶତପଥୀ, ଆଶିଷ ମଣ୍ଡଳ, ଧନଞ୍ଜୟ ରାମ, ବିରେଶ ମହାନ୍ତ, ସାଗରିକା ପଣ୍ଡା, ମମତା ନାୟକ, ଉର୍ମିଳା ପାଣି ପ୍ରମୁଖ ସାମିଲ ହୋଇ ଶିକ୍ଷକ ମାନଙ୍କର ନ୍ୟାର୍ଯ୍ୟ ଦାବି ଉପରେ ବକ୍ତବ୍ୟ ରଖିଥିଲେ । ଆଗାମୀ ଦିନରେ ସରକାର ଯଦି ଏହି ଦାବିର ସମାଧାନ ନକରନ୍ତି ତାହାହେଲେ ଶିକ୍ଷକ ସମାଜ ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇବ ଏବଂ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଚେତବନୀ ଦିଆଯାଇଛି । ଏହି ଅବସରରେ ଏବିଇଓ କାର୍ତ୍ତିକ କାରୁଆଙ୍କୁ ମୁଖ୍ୟମନ୍ତ୍ରୀ, ୫ ଟି ସଚିବ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *