ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ମକଡ୍ରିଲ

ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ମକଡ୍ରିଲ

News by Ajit Kumar Mallick (Puri)

ପୁରୀ(ଏନ୍‌.ଏମ୍‌.): ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପର୍ଣ୍ଣ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟର ଏକ ମକ ଡ୍ରିଲ ଟାଉନ ଥାନା ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମର୍ଥ ବର୍ମା ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ଚଳିତ ରଥଯାତ୍ରା ହେଉଥିବାରୁ ଆମକୁ ଯାତ୍ରୀଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି । ସମସ୍ତ କାର୍ଯ୍ୟକୁ ବିଭିନ୍ନ ବିଭାଗ ସଠିକ ଭାବେ ପରିଚାଳନା କରୁଛନ୍ତି । ତାହାର ଏକ ବାସ୍ତବ ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ମକ ଡ୍ରିଲ ର ପରିକଳ୍ପନା । ଏହା ଦ୍ୱାରା ଆମେ ସଶକ୍ତ ହେବା ସହ କାର୍ଯ୍ୟକୁ ଖୁବ୍ ଭଲ ଭାବରେ ପରିଚାଳନା କରିବାର ଅଭିଜ୍ଞତା ହାସଲ କରିବା ବୋଲି ସେ କହିଥିଲେ । ଏସ୍‌ପି ଡକ୍ଟର କନୱର ବିଶାଲ ସିଂ ସମସ୍ତ ବିଭାଗ ତାଙ୍କର ଦାୟିତ୍ୱ କୁ ବୁଝିବା ଓ ଅନ୍ୟ ବିଭାଗ ସହ ସମନ୍ୱୟ ରଖି କାର୍ଯ୍ୟ କରିବା ଲକ୍ଷ୍ୟରେ ଏହି ମକ ଡ୍ରିଲ ବେଶ ସହାୟକ ହେବ ବୋଲି କହିଥିଲେ । କମାଣ୍ଡାଣ୍ଟ ଶ୍ରୀ ଲିଙ୍ଗରାଜ ମିଶ୍ର ମକଡ୍ରିଲ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରି ଏହା ରଥଯାତ୍ରା ପରିଚାଳନାକୁ ଅଧିକ ଶୃଙ୍ଖଳିତ ଓ କ୍ରିୟାଶୀଳ କରିବ ବୋଲି କହିଥିଲେ । ଓସଡମାର ସି ଜି ଏମ ଡକ୍ଟର ସୁଶ୍ମିତା ବେହେରା ମକଡ୍ରିଲର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରିଥିଲେ । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଶେଷରେ ଉପଜିଲ୍ଲାପାଳ ଭବତାରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଏସ୍ ପି ମିହିର ପ୍ରସାଦ ପଣ୍ଡା, ଜିଲ୍ଲା ଆପାତ କାଳୀନ ଅଧିକାରୀ ଡକ୍ଟର ଜିତେନ୍ଦ୍ର କୁମାର ପାତ୍ର, ବିଭିନ୍ନ ବିଭାଗର ଅଧିକାରୀ, ପୁଲିସ ଅଧିକାରୀ, ସ୍ୱଛାସେବୀ ମାନେ ଏହି ମକଡ୍ରିଲରେ ଯୋଗ ଦେଇଥିଲେ । ଜିଲ୍ଲାପାଳ ଏହି ଅବସରରେ ପ୍ରସ୍ତୁତ ଏସ୍ ଓ ପି ପୁସ୍ତକର ଉନ୍ମୋଚନ କରିଥିଲେ । ପରେ ଏନ ଡିଆର ଏଫ, ଓଡ୍ରାଫ, ଅଗ୍ନିଶମ, ମେଡିକାଲ, ପୋଲିସ, ପରିବହନ, ଆମ୍ବୁଲାନ୍ସ ,ପୂର୍ତ୍ତ ବିଭାଗ, ପୌର ପ୍ରଶାସନ ଇତ୍ୟାଦି ବିଭାଗର ସମ୍ମିଳିତ ମକଡ୍ରିଲର କାର୍ଯ୍ୟକୁ ଇଣ୍ଟିଗ୍ରେଟେଡ୍ ନିୟନ୍ତ୍ରଣ କକ୍ଷ ମାଧ୍ୟମରେ ପରିଚାଳନା କରାଯାଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *