ରଜନୀ ସେଠୀଙ୍କ ସ୍ମୃତିସଂଧ୍ୟା ଓ ସମ୍ବର୍ଦ୍ଧନା ଉତ୍ସବ

ରଜନୀ ସେଠୀଙ୍କ ସ୍ମୃତିସଂଧ୍ୟା ଓ ସମ୍ବର୍ଦ୍ଧନା ଉତ୍ସବ


କଟକ(ଏନ୍‌.ଏମ୍‌.): ସ୍ୱର୍ଗତ ସେବକ ବୈରାଗୀ ସେଠୀଙ୍କ ପତ୍ନୀ ମହିଳା ସେବିକା ସ୍ୱର୍ଗୀୟା ରଜନୀ ସେଠୀଙ୍କ ସ୍ମୃତିସଂଧ୍ୟା ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବାଲିକୁଦା ଗୋପାଳପୁରସ୍ଥିତ ରଜକ ସାହି ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଆଇନଜୀବୀ ପ୍ରଭାତ କୁମାର ଦାସ ଦେଇ ସେବା ମନବୃତ୍ତି ସମସ୍ତଙ୍କ ପାଖରେ ନଥାଏ । ଯେଉଁ ବ୍ୟକ୍ତିବିଶେଷଙ୍କ ପାଖରେ ଭଗବାନଙ୍କ ସେହିଭଳି ଆର୍ଶିବାଦ ଥିବ ସେମାନେ ସେବା ତଥା ସଂସ୍କାର କାର୍ଯ୍ୟରେ ମନୋନିବେଶ କରିଥାନ୍ତି । ତେଣୁ ସେବା ପାଇବା ପାଇଁ ଅନେକ ରହିଥିବାବେଳେ ସେବା ଯୋଗାଇବା ପାଇଁ ଅନେକରେ ଏକ ଥାନ୍ତି । ତେଣୁ ସୁସ୍ଥ ସମାଜ ଗଠନ, ଅବହେଳିତମାନଙ୍କ ନ୍ୟାୟ ପାଇଁ ସଂଗ୍ରାମ କରିବାର ଅର୍ଥ ମଧ୍ୟ ସେବା ବୋଲି ସେ କହିଥିଲେ । ସ୍ୱର୍ଗୀୟା ସେଠୀଙ୍କ ପୁତ୍ର ତଥା ବିଶିଷ୍ଟ ସାମାଜିକ କର୍ମୀ ସୁକାନ୍ତ ସେଠୀଙ୍କ ପୌରହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସମ୍ମାନିତ ଅତିଥି ଭାବେ ଆଇନଜୀବୀ ଅକ୍ଷୟ କୁମାର ସାମଲ, ବିଷ୍ଣୁପ୍ରସାଦ ମଲ୍ଲିକ, ଶିବକୁମାର ବାରିକ, କଂଗ୍ରେସ ନେତା ଅନିଲ ବେଉରା ପ୍ରମୁଖ ଯୋଗଦେଇ ସ୍ୱର୍ଗୀୟା ସେଠୀଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ସାମ୍ବାଦିକ ଅମୂଲ୍ୟ କୁମାର ବାରିକଙ୍କୁ ଜାତୀୟ ରାଜପଥ ଯାତ୍ରୀ ସୁରକ୍ଷା ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସମ୍ପାଦିକା ଅନିମା ନାୟକ, ସସ୍ମିତା ସାମଲ, ଆମ ଆଦମୀ ପାର୍ଟି କଟକ ମୁଖ୍ୟ ମୁନ୍ତାକିମ ବକ୍ସ, ଇତିଶ୍ରୀ ସେଠୀ, ଆର୍ତ୍ତତ୍ରାଣ ସେଠୀ, ସୁବ୍ରତ ତରାଇ, କ୍ଷିତିଶ ଦେହୁରୀ, ପିଙ୍କି ସେଠୀ, ଦୁର୍ଗାଚରଣ ସେଠୀ, ଫକୀର ସେଠୀ, ପରେଶ ସେଠୀ, ସାମ୍ପାଦିକ ରବୀନ୍ଦ୍ର ପାଢ଼ୀ, ଅକ୍ଷୟରଞ୍ଜନ ଦାସ, ପ୍ରଦୀପ ରାଜ, ସୁକାନ୍ତ ମହାନ୍ତି, କାଳନ୍ଦୀ ସେଠୀ, ଅଭିମନ୍ୟୁ ସେଠୀ, ଭଗବାନ ସେଠୀ, ଆକାଶ ସେଠୀ, କବିନ୍ଦ୍ର ସେଠୀ, ଗୌରହରୀ ସେଠୀ, କାର୍ତ୍ତିକ ସେଠୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗୀୟା ସେଠୀଙ୍କ ସ୍ମୃତିଚାରଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *