ମୋବାଇଲ୍ ଚୋରି ସନ୍ଦେହରେ ଥାନାରେ ଅଟକ ଦୁଇ ଯୁବକ

ମୋବାଇଲ୍ ଚୋରି ସନ୍ଦେହରେ ଥାନାରେ ଅଟକ ଦୁଇ ଯୁବକ


ବସ୍ତା(ଏନ୍‌.ଏମ୍‌.): ଏବେ ବିଭିନ୍ନ ଉପାୟରେ ଦୁବୃର୍ତ୍ତମାନେ ଚୋରି କରିବାରେ ଲାଗିପଡ଼ିଛନ୍ତି। ଏପରିକି ଫେରି କରିବା ବାହାନାରେ ଦୁବୃର୍ତ୍ତମାନେ ଲୋକଙ୍କ ଠା ଠିକଣା ଜାଣି ଚୋରି କରୁଛନ୍ତି ବୋଲି ଅଭିଯୋଗ ମଧ୍ୟ ଉଠୁଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ। ମୋବାଇଲ ଚୋର ସନ୍ଦେହରେ ଦୁଇ ଯୁବକଙ୍କୁ ଧରି ଉତ୍ତମ ମଧ୍ୟମ ଦେଇ ପୁଲିସର ଜିମା ଦେଲେ ସ୍ଥାନୀୟ ଲୋକେ। ସକାଳ ସମୟରେ ଦୁଇ ଯୁବକ ଫେରି କରିବା ବାହାନାରେ ଆସି ବସ୍ତା ଥାନା ଅମର୍ଦ୍ଦାରୋଡରେ ଜଣକ ଘରୁ ଚୋରି କରୁଥିବା ବେଳେ ଧରା ପଡ଼ିଥିଲେ। ସୂଚନା ଅନୁଯାୟୀ ସିଂଲା ଥାନା କାଦରାୟାଁ ଅଞ୍ଚଳର ସେକ ଆବେଦ ଏବଂ ସେକ ଉସମାନ ନାମକ ଦୁଇଜଣ ଯୁବକ ଆଜି ସକାଳେ ବସ୍ତା ଥାନା ଅର୍ନ୍ତଗତ ଅମର୍ଦାରୋଡ ବଜାରରେ ଗଙ୍ଗାଧର ସାହୁଙ୍କ ଘରେ ପଶି ମୋବାଇଲ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ପରିବାର ଲୋକେ ପହଞ୍ଚି ଯିବାରୁ ସେମାନେ ଦୌଡ଼ି ପଳାଉଥିଲେ। ପଡ଼ୋଶୀମାନେ ଉକ୍ତ ଯୁବକମାନଙ୍କୁ କାବୁ କରି ଦଉଡ଼ିରେ ବାନ୍ଧି ଉତ୍ତମ ମଧ୍ୟମ ଥୋଇ ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅମର୍ଦାରୋଡ ଫାଣ୍ଡିରେ ଦୁଇ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *