‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉନ୍ନତି ପାଇଁ ସଂଘ ତରଫରୁ ପ୍ରାଥମିକ ପର୍ଯ୍ୟାୟରେ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ

‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉନ୍ନତି ପାଇଁ ସଂଘ ତରଫରୁ ପ୍ରାଥମିକ ପର୍ଯ୍ୟାୟରେ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ


ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ’ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ରସଂଘ ତରଫରୁ ଏକ ଜରୁରୀ ବୈଠକ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମହର୍ଷି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ବାଲିକୁଦା ହାଇସ୍କୁଲର ପ୍ରାକ୍ତନ ଛାତ୍ର ଶ୍ରୀ ବିଜୟ କୁମାର ସ୍ୱାଇଁ ସଭାପତିତ୍ୱ କରିଥିଲେ । ବୈଠକରେ ମାନ୍ୟବର ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ତଥା ବିଦ୍ୟାଳୟର ପୂର୍ବତନ ଛାତ୍ର ରଘୁନନ୍ଦନ ଦାସ ଯୋଗଦେଇ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ମାଧ୍ୟମରେ ବାଲିକୁଦା ହାଇସ୍କୁଲ ଐତିହ୍ୟ ସମ୍ପନ୍ନ ସୌଧର ସୁରକ୍ଷା ସହ ବିଦ୍ୟାଳୟର ଉନ୍ନତି ପାଇଁ ଆନୁଷଙ୍ଗିକ ଅଧିକ ସୁବିଧାସୁଯୋଗ ଉପଲବ୍‌ଧ ହେବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବୈଠକରେ ବିଦ୍ୟାଳୟର ଇ-ଟାଇପ୍ ବିଲ୍‌ଡିଂର ଆକାରରେ କୌଣସି ପରିବର୍ତ୍ତନ କରାନଯାଇ ଏହାର ସୌନ୍ଦର୍ଯ୍ୟକରଣ ଓ ଅଧ୍ୟୟନ ନିମନ୍ତେ ଅନ୍ୟାନ୍ୟ ସୁବିଧା ଉପଲବ୍‌ଧ ହେବା ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହିତ ହୋଇଥିଲା । ‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ବାଲିକୁଦା ହାଇସ୍କୁଲ ପୁରାତନ ଛାତ୍ରସଂଘ ତରଫରୁ ୫୦ ଲକ୍ଷ ଟଙ୍କାର ଅର୍ଥ ସଂଗ୍ରହ ପାଇଁ ନିଷ୍ପତି ନିଆଯାଇ ବୈଠକରେ ଉପସ୍ଥିତ ଛାତ୍ରମାନଙ୍କଠାରୁ ପ୍ରାଥମିକ ପର୍ଯ୍ୟାୟରେ ୨୫ ଲକ୍ଷ ଟଙ୍କା ପ୍ରଦାନର ପ୍ରତିଶ୍ରୁତି ମିଳିଛି । ବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ୟରେ ବର୍ତ୍ତମାନ କାର୍ଯ୍ୟରତ ଜଗତସିଂହପୁର ଜିଲ୍ଲାପାଳଙ୍କର ପୂର୍ଣ୍ଣ ସହଯୋଗ ରହିଥିବାରୁ ବୈଠକରେ ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଅନୁଷ୍ଠିତ ଏହି ବୈଠକରେ ପୁରାତନ ଛାତ୍ର ସଂଘର ସଭ୍ୟମାନଙ୍କ ମଧ୍ୟରେ ଖ୍ୟାତନାମା ହୃଦଶଲ୍ୟ ବିଶେଷଙ୍କ ଡାକ୍ତର ବିପିନ ମହାନ୍ତି, ଟାଇମ୍‌ସ କପ୍ଟିସ୍ ଆଇଏନସି ଆଇ.ଟି କମ୍ପାନୀର ର ନିର୍ଦ୍ଦେଶକ ଅଶ୍ୱିନୀ ରଥ, ଜେନେକ୍ସର ଅଧ୍ୟକ୍ଷ ସୁନିଲ ରାଉତ, ଗଗନ ବିହାରୀ ନାୟକ, ବାଦଲ ମହାନ୍ତି, ନିକୁଞ୍ଜ ମହାନ୍ତି, ବିଭୂତିଭୂଷଣ ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ଦାସ, କୁଞ୍ଜ ମୁଦୁଲି, ଦେବେଶ ସ୍ୱାଇଁ, ନଳିନୀ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *