ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶକୁ ସିଏମସିରେ ଖୁଲମଖୁଲା ଚାଲେଞ୍ଜ : ମେୟର ଓ କମିଶନରଙ୍କୁ ଦାବିପତ୍ର

ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶକୁ ସିଏମସିରେ ଖୁଲମଖୁଲା ଚାଲେଞ୍ଜ : ମେୟର ଓ କମିଶନରଙ୍କୁ ଦାବିପତ୍ର


@Cuttack #କଟକ(ଏନ୍‌.ଏମ୍‌.): ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶକୁ ଖୁଲମଖୁଲା ଚାଲେଞ୍ଜ କରୁଛି କଟକ ମହାନଗର ନଗମ (ସି.ଏମ୍‌.ସି)। ଚାକିରୀ ଶେଷ ପରେ ମଧ୍ୟ ବିଭିନ୍ନ ବିଭାଗରେ ଅଧିକାରୀ ଓ କର୍ମଚାରୀଙ୍କୁ ବେଆଇନ ଭାବରେ ପୁନଃ ନିଯୁକ୍ତି ଓ ଥଇଥାନ କରୁଛି ସି.ଏମ୍‌.ସି । ଯାହା ଫଳରେ ବେକାରୀ ଯୁବକ ଯୁବତୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ପ୍ରଶ୍ନ ଉଠୁଛି ସି.ଏମ୍‌.ସିରେ ଆଉ କେହି ଯୋଗ୍ୟ ନାହାନ୍ତି କି? ତେବେ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଏତେ ଅନୁକମ୍ପା କାହିଁକି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଏ ନେଇ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ପ୍ରଶ୍ନ କରାଯିବା ସହିତ ଏହାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପରିଷଦ ସଭାପତି ତଥା ସମାଜସେବୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ କଟକ ମେୟର ଓ କମିଶନରଙ୍କୁ ଦାବିପତ୍ର ଦେଇଛନ୍ତି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ଓଡ଼ିଶାରେ ଲକ୍ଷ ଲକ୍ଷ ବେକାରୀ ଶିକ୍ଷିତ ଯୁବକ/ଯୁବତୀ ଚାକିରୀ ନପାଇ ହତୋତ୍ସାହ ହେଉଥିବାବେଳେ ସେମାନଙ୍କୁ ନିଯୁକ୍ତି କରାନଯାଇ ଅବସରପ୍ରାପ୍ତ ବା ଚାକିରୀ ଶେଷ ପରେ ଅଧିକାରୀ ଓ କର୍ମଚାରୀଙ୍କୁ ସି.ଏମ୍‌.ସିରେ ଏପରି ଥଇଥାନ ଯୋଜନା କେତେଦୂର ସମୀଚୀନ, ଯଥା ତାହା ବିଚାର କରିବାକୁ ଶ୍ରୀ ସେଠୀ ଦାବି ଉଠାଇଛନ୍ତି। ବିକ୍ଷୋଭକାରୀଙ୍କ ପ୍ରତିନିଧି ମଣ୍ଡଳୀ ମେୟର ଓ କମିଶନରଙ୍କୁ ଏହି ପ୍ରସଙ୍ଗ ଉପରେ, ଆଲୋଚନା, ପର୍ଯ୍ୟାଲୋଚନା କରି ବିଭନ୍ନ ବିଭାଗରେ ବେଆଇନ ଭାବେ ଥଇଥାନ କରାଯାଇଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଛଟେଇ କରି କରିବା ନିମନ୍ତେ ନିବେଦନ କରାଯାଇଛି। ଏହି ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ଆଇନଜୀବୀ ଶିବ କୁମାର ବାରିକ, ବିଷ୍ଣୁପ୍ରସାଦ ମଲ୍ଲିକ, ଅନିମା ନାୟକ, ଜୁନେଦ୍ ଖାନ୍‌, ଜୀବନଜ୍ୟୋତି ସାହୁ, ଅଟଳ କିଶୋର ଜେନା, ପୂଜା ସେଠୀ, ନାରାୟଣ ସେଠୀ ଓ ଭାରତ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *