ମାରୱାଡ଼ି ମିତ୍ର ପକ୍ଷରୁ ବାବା ଶ୍ୟାମଙ୍କ ଦ୍ୱିତୀୟ ନିଶାନ ଯାତ୍ରା

ମାରୱାଡ଼ି ମିତ୍ର ପକ୍ଷରୁ ବାବା ଶ୍ୟାମଙ୍କ ଦ୍ୱିତୀୟ ନିଶାନ ଯାତ୍ରା

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ସ୍ଥାନୀୟ ସିଡିଏସ୍ଥିତ ମାରୱାଡ଼ି ମିତ୍ର ମଣ୍ଡଳ ପକ୍ଷରୁ ବାବା ଶ୍ୟାମଙ୍କ ଦ୍ୱିତୀୟ ନିଶାନ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବାବା ଶ୍ୟାମଙ୍କ ଏକ ସୁସଜ୍ଜିତ ରଥରେ ବସାଇ ଅଞ୍ଚଳ ପରିକ୍ରମା କରାଯାଇଥିଲା । ଏହି ଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ ବିଭିନ୍ନ ବାଦ୍ୟର ତାଳେ ତାଳେ ନାଚି ନାଚି ପ୍ରଭୁ ଶ୍ୟାମଙ୍କ ପ୍ରେମରେ ଉଦ୍‌ଭାଷିତ ହୋଇ ପଡ଼ିଥିଲେ । ଶୋଭାଯାତ୍ରାରେ ବିଭିନ୍ନ ପାରମ୍ପରିକ ବାଦ୍ୟଯନ୍ତ୍ର ସହ ଯୋଡି ଶଙ୍ଖ ବଜାଇ ରାଧା କୃଷ୍ଣଙ୍କ ସହ ନୃତ୍ୟ ପରିବେଷଣରେ ମଜ୍ଜି ଯାଇଥିଲେ କୃଷ୍ଣ ପ୍ରେମୀ ମହିଳା, ପୁରୁଷ ଏବଂ ଶିଶୁ । ଏହି ଅବସରରେ ଫୁଲ ଏବଂ ରଙ୍ଗ ଅବିର ସହ ହୋଲି ଖେଳ ମଧ୍ୟ ବେଶ ଚିତ୍ତାକର୍ଷକ ହୋଇ ପାରିଥିଲା । ରାସ୍ତାରେ ପ୍ରଭୁ ଶ୍ୟାମ ଭଗବାନଙ୍କ ଶୋଭାଯାତ୍ରା ଯିବାବେଳେ ଶ୍ରଦ୍ଧାଳୁମାନେ ବାଟରେ ସ୍ୱାଗତ କରିଥିଲେ । ଏହି ଯାତ୍ରା ବିଭିନ୍ନ ମାର୍ଗ ଦେଇ ଶ୍ୟାମ ବାବା ମନ୍ଦିରରେ ପହଞ୍ଚିଥିଲା । ମନ୍ଦିରରେ ଭଜନ ସନ୍ଧ୍ୟା ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମକୁ କଟକ ମାରୱାରୀ ସମାଜ ସଭାପତି କିଶାନ ମୋଦୀ ଏବଂ ନାଥମାଲଜୀ ଚାନାନି, ନରେଶଜୀ ଗଣେରିୱାଲ, ମୋହନଲାଲ ଜୀ ସିନ୍ଧି, କମଲଜୀ ସିକରିଆ, ପଦ୍ମଜୀ ଭବସିଙ୍କା, ସତ୍ୟନାରାୟଣ ଜୀ ଭରଲେୱାଲା ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସଦସ୍ୟ ସୁରେଶ ଫୋଗଲା, ରବିନ୍ଦ୍ର ଗୋଏଙ୍କା, ମଣ୍ଡଳର ବରିଷ୍ଠ ସଚିବ ବିନାୟକ ରଙ୍ଗଟା, କୋଷାଧ୍ୟକ୍ଷ କୁଞ୍ଜଲାଲ ସୁନ୍ଦରକା, ଅନୀଲ ଅଗ୍ରୱାଲ, ଶମ୍ଭୁ ଦିନଲ ଅଗ୍ରୱାଲ, ମଣ୍ଡଳ ସଭାପତି ସୁରେଶ ଜୀ ବାଥୱାଲ, ଗଣେଶ ଅଗ୍ରୱାଲ, ବିଜୟ ହାଲୱାସିଆ, ସଞ୍ଜୟ ପୋଦ୍ଦାର, ସୁରେନ୍ଦ୍ର ଭର୍ମା, ମନୀଷ ଅଗ୍ରୱାଲ, ଦୀପକ ଅଗ୍ରୱାଲ, ଅଜୟ ସନ୍ତୁକା, କମଲ ସାଣ୍ଟୁକା, ସୁରେଶ କାମାନି, ସତ୍ୟନାରାୟଣ ଗୋୟଲ ଏବଂ ମାରୱାଡ଼ି ମହିଲା ମିତ୍ର ମଣ୍ଡଳର କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

One thought on “ମାରୱାଡ଼ି ମିତ୍ର ପକ୍ଷରୁ ବାବା ଶ୍ୟାମଙ୍କ ଦ୍ୱିତୀୟ ନିଶାନ ଯାତ୍ରା

Leave a Reply

Your email address will not be published. Required fields are marked *