ମାଘମେଳାରେ ସ୍ୱେଚ୍ଛାସେବୀ ମୁତୟନ ପାଇଁ ସମନ୍ୱୟ ବୈଠକ

ମାଘମେଳାରେ ସ୍ୱେଚ୍ଛାସେବୀ ମୁତୟନ ପାଇଁ ସମନ୍ୱୟ ବୈଠକ

News by Ajit Kumar Mallick (Konark)

#କୋଣାର୍କ (ଏନ୍‌.ଏମ୍‌.): ପୁରାଣ ପ୍ରସିଦ୍ଧ ମାଘ ମେଳା ପାଇଁ ଚଳିତ ମାସ ୨୭ ତାରିଖ ଅପରାହ୍ନରୁ ୨୮ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ଚନ୍ଦ୍ରଭାଗା ଓ ସୂର୍ଯ୍ୟମନ୍ଦିର ସମେତ କୋଣାର୍କର ବଜାରର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିବ । ଚନ୍ଦ୍ରଭାଗାର ପବିତ୍ର ତୀର୍ଥ ପୂଷ୍କରଣୀରେ ବୁଡ଼ ପକାଇବା ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ଦେବା ନିମନ୍ତେ ସ୍ୱେଚ୍ଛାସେବୀମାନେ ମୁତୟନ ହେବେ । ସ୍ୱେଚ୍ଛାସେବୀ ସମନ୍ୱୟ କମିଟି ପକ୍ଷରୁ ମେଳାକୁ ସୁଚାରୂରୁପେ ସମ୍ପାଦନ କରିବା ପାଇଁ ସ୍ଥାନୀୟ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ସ୍ୱେଚ୍ଛାସେବୀମାନଙ୍କର ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସ୍ୱେଚ୍ଛାସେବୀ ସମନ୍ୱୟ କମିଟିର ସଂଯୋଜକ ରାମକୃଷ୍ଣ ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ଗୋପ ଅତିରିକ୍ତ ତହସିଲଦାର ସମରେନ୍ଦ୍ର କୁମାର ତେଜ, କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଳିକ, ଚମ୍ପାହାର ଅଗ୍ନିଶମ ଅଧିକାରୀ ଜ୍ୟୋତିପ୍ରକାଶ ରଥ, ଅଧ୍ୟାପକ ବିନୟ ଭୂଷଣ ମହାନ୍ତି, ଜବାହର ନବୋଦୟ ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ, କୋଚିଲେଶ୍ୱର ଉଚ୍ଚ ବିଦ୍ୟାଳୟ, ବଟେଶ୍ୱର ଉଚ୍ଚ ବିଦ୍ୟାଳୟ, ଜାଭିଏର କଲେଜ ଅଫ ହୋଟେଲ ମ୍ୟାନେଜମେଣ୍ଟର ଶିକ୍ଷକ ପ୍ରତିନିଧି ଓ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । କୋଣାର୍କ ଭଗବତୀ ମହାବିଦ୍ୟାଳୟ, କାକଟପୁର ମଙ୍ଗଲା ମହାବିଦ୍ୟାଳୟ, କୋଣାର୍କ ଉଚ୍ଚ ବିଦ୍ୟାଳୟ, ବଟେଶ୍ୱର ଉଚ୍ଚ ବିଦ୍ୟାଳୟ, କେଚିଲେଶ୍ୱର ଉଚ୍ଚ ବିଦ୍ୟାଳୟର ସମର ଶିକ୍ଷାର୍ଥୀ ବାହିନୀ ଏବଂ ଜାତୀୟ ସେବା ଯୋଜନାର ଛାତ୍ରଙ୍କ ସମେତ ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ୱ ବିଦ୍ୟାପୀଠ, ବିବେକାନନ୍ଦ ଶିକ୍ଷାକେନ୍ଦ୍ର ସ୍କାଉଟ, ସବୁଜ ବାହିନୀର ଛାତ୍ରଛାତ୍ରୀ ଏବଂ ନେହରୁ ଯୁବକେନ୍ଦ୍ର, ସ୍ଥାନୀୟ ଅଞ୍ଚଳର ସ୍ୱେଚ୍ଛାଦେବୀ ସଙ୍ଗଠନ ଓ ଯୁବକ ସଂଘ ମାନଙ୍କ ପକ୍ଷରୁ ୨୦୦ଶହରୁ ଅଧିକ ସ୍ୱେଚ୍ଛାସେବୀ ଓ ଛାତ୍ରମାନେ ମେଳା ପଡିଆର ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ଉପସ୍ଥିତ ରହି ଶ୍ରଦ୍ଧାଳୁମାନଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ଦେବା ସହ ମେଳାକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *