ମା’ ଗଜଲକ୍ଷ୍ମୀ ପୂଜା ପାଇଁ କେନ୍ଦ୍ରାପଡ଼ା ଚଳଚଞ୍ଚଳ

ମା’ ଗଜଲକ୍ଷ୍ମୀ ପୂଜା ପାଇଁ କେନ୍ଦ୍ରାପଡ଼ା ଚଳଚଞ୍ଚଳ

News by Allhad Kumar Mohanty (Kendrapada)

#କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): କେନ୍ଦ୍ରାପଡ଼ାର ଗଣପର୍ବ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆଜିଠୁ ଆରମ୍ଭ ହୋଇଛି । ଏଥିପାଇଁ କେନ୍ଦ୍ରାପଡ଼ା ସହର ଚଳଚଞ୍ଚଳ ହୋଇ ଉଠିଛି । କୁମାର ପୂର୍ଣ୍ଣିମାରୁ ଏହି ପୂଜା ଆରମ୍ଭ ହୋଇଛି । ଆଗାମୀ ୭ଦିନ ଧରି ସହରର ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କର ପୂଜାର୍ଚ୍ଚନା ଚାଲିବ । ଚଳିତ ବର୍ଷ ସହରରେ ପ୍ରାୟ ୭୦ରୁ ଉର୍ଦ୍ଧ୍ୱ ମଣ୍ଡପରେ ମା’ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ବିଶେଷ କରି ଦୁହୁରିଆ ନିକଟ ଲ’ କଲେଜ ନିକଟ, ତିନିମୁହାଣି, କଲେଜ ଛକ, କଜଳା, ବଣିଆମାଳ, ମହିପାଳ, ନ୍ୟୁ ବସ୍‌ଷ୍ଟାଣ୍ଡ, କାକଟ, ବଡ଼ହାଟ, ପୁରୁଣା ବସ୍‌ଷ୍ଟାଣ୍ଡ, ଖଣ୍ଡିଅଙ୍ଗ, ଗରାପୁର, ମଢ଼ିଆଳ, ବଳଗଣ୍ଡି, ସାନ୍ତସାହି, କେଶପୁର, ଗୋପ, ସାନମଙ୍ଗଳା, ବଡ଼ ମଙ୍ଗଳା, ନସିଡିପୁର ଆଦି ସ୍ଥାନରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ ବଡ଼ବଡ଼ ତୋରଣ, ଆଲୋକମାଳାରେ ସୁସଜ୍ଜିତ ହୋଇଛି । ଚଳିତ ବର୍ଷ ସହରର ୫ଟି ପୂଜା ମଣ୍ଡପରେ ଚାନ୍ଦିମେଢ଼ ଶୋଭା ପାଉଛି । ବିଶେଷ କରି ମଢ଼ିଆଳ, ଖଡ଼ିଅଙ୍ଗ, କାକଟ ମଙ୍ଗଳା, ବିମ୍ବଳାଇ କ୍ଲବ, ସାନମଙ୍ଗଳା ମଣ୍ଡପରେ ଚାନ୍ଦିମେଢ଼ ଶ୍ରଦ୍ଧାଳୁଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି । ଏହି ପରିପ୍ରେକ୍ଷୀରେ ସହରରେ ପୋଲିସ ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ପ୍ରତି ବେଶ ଧ୍ୟାନ ଦିଆଯାଇଛି । ବିଭିନ୍ନ ମଣ୍ଡପରେ ପୋଲିସ ମୁତୟନ କରାଯାଇଛି । ସେହିଭଳି ଯେ କୌଣସି ଅପ୍ରିତିକର ପରିସ୍ଥିତିର ସମ୍ମୁଖୀନ ପାଇଁ ୨୪ ପ୍ଲାଟୁନ ପୋଲିସ ଫୋର୍ସଙ୍କ ସଜାଗ କରି ରଖାଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *