ମହିଳା ଆରୋଗ୍ୟ ସମିତି ପକ୍ଷରୁ ବୃକ୍ଷରୋପଣ

ମହିଳା ଆରୋଗ୍ୟ ସମିତି ପକ୍ଷରୁ ବୃକ୍ଷରୋପଣ


କଟକ(ଏନ୍‌.ଏମ୍‌.): ସିଡ଼ିଏ ସେକ୍ଟର-୬ସ୍ଥିତ କୃଷକ ବଜାର ଅଞ୍ଚଳରେ ମହିଳା ଆରୋଗ୍ୟ ସମିତି ଓ ଆଶକର୍ମୀ ନିର୍ଝରିଣୀ ଲେଙ୍କା ନେତୃତ୍ୱରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସିଏମସି ଅନ୍ତର୍ଗତ ୬ନମ୍ବର ୱାର୍ଡ଼ର ପୂର୍ବତନ କର୍ପୋରେଟର ସଂଯୁକ୍ତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଶାରଳା ମହିଳା ଆରୋଗ୍ୟ ସମିତିର ସଭାପତି ଲକ୍ଷ୍ମୀପ୍ରିୟା ସାହୁ, କୋଷାଧ୍ୟକ୍ଷ ବନଲତା କାନୁନଗୋ, ସରୋଜିନୀ ସାହୁ, ମିନତୀ ବେହେରା, ରାଧାରାଣୀ ସାହୁ, ଭଗବତୀ ମହିଳା ଆରୋଗ୍ୟ ସମିତିର ସଭାନେତ୍ରୀ ଅନ୍ନପୁର୍ଣ୍ଣା ସାହୁ, କୋଷାଧ୍ୟକ୍ଷ ସୁମିତ୍ରା ବାରିକ, ଏସ୍ କ୍ରିଷ୍ଣା, ବିଷ୍ଣୁପ୍ରିୟା ଦାଶ, ସଂଯୁକ୍ତା ରାୟ, ସ୍ୱଣ୍ଣମଞ୍ଜରୀ ବଙ୍ଗାରୀ, ଭରଷା ମହିଳା ଆରୋଗ୍ୟ ସମିତି ର ସଭାନେତ୍ରୀ ନମିତା ମଙ୍ଗରାଜ, କୋଷାଧ୍ୟକ୍ଷ ବବି ବାରିକ, ସୁକାନ୍ତି ସାହୁ, ବୀଣା ସାହା, ପ୍ରଭାତୀ ବାରିକ, ମିନତୀ ସାହୁ, ଶାନ୍ତିଲତା ସାହା ଓ ସୌଭାଗ୍ୟ ମହିଳା ଆରୋଗ୍ୟ ସମିତିର ସଭାପତି ସସ୍ମିତା ଦେହୁରୀ, ସମ୍ପାଦିକା ମୀରା ମହାନ୍ତି, ସୂଲୋଚନା ମହାନ୍ତି, ମଇନା ବେହେରା, ଶାନ୍ତିଲତା ନାୟକ, ଜୟନ୍ତୀ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *