News by Krusna chandra Panigrahi (Fulnakhara)

ମହାବୀରଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ

News by Krusna chandra Panigrahi (Fulnakhara)

#ଫୁଲନଖରା (ଏନ୍‌.ଏମ୍‌.): କଟକ ଜିଲ୍ଲାର ବାରଙ୍ଗ ବ୍ଲକ କୁରାଙ୍ଗ ପ୍ରଧାନ ପଞ୍ଚାୟତ ଅନ୍ତର୍ଗତ ଗୁଆଳି ଗ୍ରାମରେ ଶ୍ରୀ ଶ୍ରୀ ମହାବୀରଙ୍କ ଭବ୍ୟ ନୂତନ ମନ୍ଦିର ପ୍ରତିଷ୍ଠା ସହିତ ମହାବୀରଙ୍କ ବିଗ୍ରହ ସ୍ଥାପନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପାଞ୍ଚଦିନ ବ୍ୟାପି ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଞ୍ଚବଟି ପୁଷ୍କରିଣୀରୁ କଳସ ଯାତ୍ରା, ଅଙ୍କୁରାରୋପଣ, ସୂର୍ଯ୍ୟପୂଜା, ବିଗ୍ରହଙ୍କ ନଗର ପରିକ୍ରମା ଆଦି ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିବା ବେଳେ ଗୁରୁବାର ସଂଧ୍ୟାରେ ପୂର୍ଣ୍ଣାହୂତି ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟହ ସଂଧ୍ୟାରେ ଭଜନ ପରିବେଷଣ ଶ୍ରଦ୍ଧାଳୁମାନଙ୍କୁ ଭାବଭକ୍ତିରେ ହଜାଇ ଦେଇଥିଲା । ପୂର୍ଣ୍ଣାହୁତି ସମୟରେ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ପୂର୍ଣ୍ଣାହୁତି ସଂଧ୍ୟାରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସମେତ ସୁନାମଧନ୍ୟ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଆଦିତ୍ୟ ଛୋଟରାୟ ଓ ଶ୍ରଦ୍ଧାଞ୍ଜଳି ଛୋଟରାୟ କର୍ତ୍ତା ଓ କର୍ତ୍ତୀ ଭାବେ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଉପକର୍ତ୍ତା ଭାବେ ଦୁଃଖିଶ୍ୟାମ ବେହେରା ଓ ମାନସୀ ବେହେରା ନିଜକୁ ସାମିଲ କରିଥିଲେ । ମନ୍ଦିର ଆରମ୍ଭରୁ ବିଗ୍ରହ ସ୍ଥାପନ ପର୍ଯ୍ୟନ୍ତ ପ୍ରତେକଟି କାର୍ଯ୍ୟ ମୁରଲୀଧର ଷେଣ୍ଢଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବାବେଳେ ଏହି ସମସ୍ତ କାର୍ଯ୍ୟକ୍ରମକୁ ଗୁଆଳି ଗ୍ରାମର ରାଜେଶ କୁମାର ଦାସ ସାମନ୍ତ, ଚନ୍ଦନ ଭଗତ, ବିସ୍ମୟ ଛୋଟରାୟ, ସ୍ୱାଗତ ପାଣିଗ୍ରାହୀ, ରତିକାନ୍ତ ବେହେରା, ତୋଫାନ ମହାକୁଡ, ଆକାଶ ମହାକୁଡ, ସନ୍ତୋଷ ବେହେରା, ଭାଗ୍ୟଲକ୍ଷ୍ମୀ ମାଣିଆ, ସୋନିତା ମହାକୁଡ, ମନୋଜ ବେହେରା, ଜୀବନଜ୍ୟେତି ବେହେରା ଙ୍କ ସମେତ ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗରେ ସମାପନ କରା ଯାଇଥିଲା ।

Leave a Reply

Your email address will not be published. Required fields are marked *