News by Kanhu charan Panda (Jagatpur)

ମହାନଦୀରେ ଉନ୍ନତ ମାଛ ଯାଆଁଳ ଛାଡ଼ିଲେ କୃଷି ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ

News by Kanhu charan Panda (Jagatpur)

#ଜଗତପୁର(ଏନ୍‍.ଏମ୍‍.): ରାଜ୍ୟରେ ମତ୍ସ୍ୟ ସମ୍ପଦର ବିକାଶ ଓ ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି କଟକ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ କଟକ ମହାନଗର ନିଗମ ୪୮ ନମ୍ବର ୱାର୍ଡ଼ ଜଗତପୁର ସ୍ଥିତ ଶିକାରୀପୁର ବଟ ଛକ ଠାରେ କଟକ ଜିଲ୍ଲା ମତ୍ସ୍ୟ ବିଭାଗ’ ତରଫରୁ ମହାନଦୀରେ “ଉନ୍ନତ ମାଛ ଯାଆଁଳ ଛଡ଼ା ଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ମହାନଦୀରେ ଏହି ଉନ୍ନତ ପ୍ରଜାତିର ମାଛ ଯାଆଁଳ ଛାଡ଼ିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ, ସିଏମସି ମେୟର ସୁବାସ ସିଂହ, ଡେପୁଟି ମେୟର ଦମୟନ୍ତୀ ମାଝୀ, ସ୍ଥାନୀୟ କର୍ପୋରେଟରଙ୍କ ସମେତ ବିଭାଗୀୟ ସଚିବ, ଯୁଗ୍ମନିର୍ଦ୍ଦେଶକ ତଥା ବହୁ ଅଧିକାରୀ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ଓଡ଼ିଶା ମତ୍ସ୍ୟ ସମବାୟ ବିକାଶ ନିଗମ ଦ୍ୱାରା ମହାନଦୀରେ ୧୨ ଲକ୍ଷ ଉନ୍ନତମାନର ବିଭିନ୍ନ ପ୍ରକାରର ମାଛ ଯାଆଁଳ ଛଡ଼ାଯିବା ସହ ଏହାର ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ମୁରବୀ, ପ୍ରତିନିଧି, ଗୁରୁଜନ, ଜନସାଧାରଣ, ଯୁବ ତଥା ବରିଷ୍ଠ ନେତୃମଣ୍ଡଳୀ, କର୍ମକର୍ତ୍ତା, ବହୁ ମତ୍ସ୍ୟଜୀବୀ, ମତ୍ସ୍ୟଚାଷୀ, ଏସଏଚଜି ଗ୍ରୁପର ସଦସ୍ୟାମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *